Corruption news : ଜୟପୁର ଖଣି ଉପନିର୍ଦ୍ଦେଶକ ଗିରଫ, ବାଲିଘାଟ ଲିଜ୍ ଅବଧି ବଢାଇବାକୁ ନେଉଥିଲେ ୨ ଲକ୍ଷ ଲାଞ୍ଚ
ଜୟପୁର, ୮/୭ : ଲାଞ୍ଚ ନେଇ ବନ୍ଧା ହେଲେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ବାଲିଘାଟ ଲିଜ୍ ଅବଧି ବଢାଇବାକୁ ସେ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସତ୍ୟଜିତଙ୍କ ବିଭିନ୍ନ ଠିକଣାରେ ରାତି ଅଧିଆ ରେଡ୍ ହୋଇଛି। ଚଢାଉ ବେଳେ ୪ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି। କେବଳ ଜୟପୁର ସ୍ଥିତ ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ମିଳିଛି।
ସୂଚନାନୁଯାୟୀ, ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ ଜଣେ ବାଲି ଲିଜଧାରୀଙ୍କ ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଏହାପରେ ଭିଜିଲାନ୍ସ ସତ୍ୟଜିତଙ୍କ ଜୟପୁର ସମେତ ରାୟଗଡା, କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଳକଣା ଘରେ ଏକକାଳୀନ ରାତି ଅଧିଆ ଚଢାଉ କରିଥିଲା। ରେଡ୍ ବେଳେ ରାୟଗଡା ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ ହୋଇଛି। ରାତି ସୁଧା ୪ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଏସବୁ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଟଙ୍କା ନେଇ ବେଆଇନ ବାଲି ଚାଲାଣ ପାଇଁ ଅନୁମତି ଦେବା ପରି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ପୂର୍ବରୁ ରହିଛି।
ଆହୁରି ପଢନ୍ତୁ- ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ, ମୁତୟନ କରାଯିବ ଅତ୍ୟାଧୁନିକ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।