Chandrika Case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣା, ପୁଲିସ ଜେରା ବେଳେ ଗୁମର ଖୋଲିଲେ ପ୍ରେମିକ ଭୀମସେନ
ବାରଙ୍ଗ, ୨୫/୦୬: ମୟୂରଭଞ୍ଜର ମେଡିକାଲ୍ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପ୍ରେମିକ ପ୍ରଶାସନିକ ଅଧିକାରୀ ଭୀମସେନ ଟୁଡୁଙ୍କୁ ୪୮ ଘଣ୍ଟିଆ ରିମାଣ୍ଡ୍ରେ ଆଣିଥିଲା ବାରଙ୍ଗ ଥାନା ପୁଲିସ । ପୁଲିସ ଭୀମସେନଙ୍କୁ ଜେରା କରି ୨୪ ଘଣ୍ଟାରେ କୋର୍ଟରେ ହାଜର କରିଥିଲା ।ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ଅଧିକ ପଢ଼ନ୍ତୁ :- Chandrika Case : ମୃତ୍ୟୁ ପୂର୍ବରୁ ଚନ୍ଦ୍ରିକାଙ୍କୁ ମାନସିକ ଚାପ ଦିଆଯାଇଛି, ଚାଟିଂ ଓ କଲ୍ ରେକର୍ଡିଂରୁ ସମସ୍ତ ପ୍ରମାଣ ମିଳିଛି...
ବୁଧବାର ଦିନ ୧୧ଟାରେ ଭୀମସେନଙ୍କୁ ବାରଙ୍ଗ ଥାନାରୁ ନେଇ ପ୍ରଥମେ ବାରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ କୋର୍ଟରେ ହାଜର କରାଇଥିଲା । ପରେ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଭୀମସେନଙ୍କୁ ଗିରଫ କରିବା ପରେ ପୁଲିସକୁ ଜେରା କରିବାକୁ ସମୟ ମିଳି ନଥିଲା । ପୁଲିସ ହାତରେ ଚନ୍ଦ୍ରିକାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ତଥ୍ୟ ହାତରେ ଲାଗିଥିଲା । ତେଣୁ ପୁଲିସ ୩ ଦିନିଆ ରିମାଣ୍ଡ୍ ପାଇଁ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଦୁଇ ଦିନ ଅର୍ଥାତ ୪୮ ଘଣ୍ଟା ରିମାଣ୍ଡ୍ ଦେଇଥିଲେ । ପୁଲିସ ୨୪ ଘଣ୍ଟା ଭିତରେ ଉଭୟ ସ୍କୁଲରୁ ପାଠ ପଢ଼ିବାଠୁ ଆରମ୍ଭ କରି ଚନ୍ଦ୍ରିକାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏକାଧିକ ପ୍ରଶ୍ନ ପଚାରିଥିଲା । ଭୀମସେନ ଜଣେ ଓଏଏସ୍, ତେଣୁ ସେ ବୈଷୟିକ ଦିଗକୁ ଛାଡ଼ିଦେଲେ ବାକି ସବୁ ପ୍ରଶ୍ନର ଉତ୍ତର ମାପିଚୁପି ଦେଇଥିବା ପୁଲିସଠାରୁ ଜଣାପଡ଼ିଛି ।
ଅଧିକ ପଢ଼ନ୍ତୁ :- Jharpada Jail : ଝାରପଡ଼ା ଜେଲ୍ର ୭ଜଣ ବିଚାରାଧୀନ କଏଦୀ ହଠାତ୍ ଅସୁସ୍ଥ, ଖାଦ୍ୟରେ ଅପମିଶ୍ରଣ କିମ୍ବା ମାତ୍ରାଧିକ ନିଶା ସେବନ ସନ୍ଦେହ