WEDNESDAY
01 JULY 2026

Welcome!

Unlock your personalized experience.
Sign Up

Census 2027: ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ୨୦ ଦିନିଆ ପ୍ରି ଟେଷ୍ଟ୍‌

Jul 01, 2026 - 08:51
Census 2027: ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା, ଆଜିଠୁ ୨୦ ଦିନିଆ ପ୍ରି ଟେଷ୍ଟ୍‌

ଭୁବନେଶ୍ୱର, ୧/୭ : ଏପ୍ରିଲ ୧ ତାରିଖରୁ ଜନଗଣନା ପାଇଁ ସ୍ୱ-ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ସହିତ ମେ’ ୧୫ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଜନଗଣନା ଶେଷ ହେଲା । ତା ପରେ ମ୍ୟାପିଂ ସରିଛି । ୨୦୨୭ ଫେବ୍ରୁଆରୀରୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁଲାଇ ପହିଲାରୁ ପ୍ରି ଟେଷ୍ଟ ଆରମ୍ଭ ହେବ । ଏଥିପାଇଁ ମୟୂରଭଞ୍ଜ ଓ ଭୁବନେଶ୍ୱରରେ ଏହାକୁ ଆରମ୍ଭ କରାଯିବ ।

ଦ୍ୱିତୀୟ ପର୍ଯ୍ୟାୟରେ ମୋବାଇଲ ଆପ୍‌ ଓ ଲୋକଙ୍କ ଫିଡ୍‌ବ୍ୟାକ୍‌ ପାଇଁ ବିଭିନ୍ନ ପ୍ରକାରର ପ୍ରଶ୍ନ କରାଯିବ। ୨୦ ଦିନ ବ୍ୟାପୀ ପ୍ରି ଟେଷ୍ଟ ହେବ । ୧୦ରୁ ୧୫ ହଜାର ଲୋକଙ୍କୁ ନେଇ ପ୍ରି ଟେଷ୍ଟ ହେବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଗଷ୍ଟରୁ ହୋଇ ଅକ୍ଟୋବର ମଧ୍ୟରେ ଟ୍ରେନିଂ ହେବ । ସେତେବେଳେ ସ୍କୁଲ ଖୋଲା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବୁ । ଏଥିପାଇଁ ଅଧିକ ଶିକ୍ଷକ ନିୟୋଜିତ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି।

ଆହୁରି ପଢନ୍ତୁ- ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ୩ ଦିନ ଚାଲିବ ମାରାଥନ କାର୍ଯ୍ୟକ୍ରମ

ବ୍ରେକଅପ୍ କରିବାକୁ ଚାହାଁନ୍ତି କି ? ଚୁଟକିରେ ସମ୍ପର୍କ ଭାଙ୍ଗିଦେବେ ବ୍ରେକଅପ୍ ଅଫିସର୍ !​​​​​​​