Banke Bihari Temple Diamond Missing : ଭରତପୁର ବାଙ୍କେ ବିହାରୀ ମନ୍ଦିରରୁ ୩.୬୫ ଲକ୍ଷର ହୀରା ଚୋରି , ଦେବସ୍ଥାନ ବିଭାଗ ବିରୁଦ୍ଧରେ ଗୁରୁତର ଅଭିଯୋଗ
ରାଜସ୍ଥାନ : ରାଜସ୍ଥାନରେ ମନ୍ଦିର ଗୁଡ଼ିକର ଦାନ ହେରଫେର ମାମଲା ଲଗାତାର ସାମ୍ନାକୁ ଆସୁଛି। ବୁଟାଟି ଧାମରେ ୨୨ କୋଟି ଟଙ୍କାର (ଅଭିଯୋଗ ଆଧାରରେ) ଠକେଇ ପରେ ଏବେ ଭରତପୁର ଜିଲ୍ଲାର ପ୍ରାଚୀନ ବାଙ୍କେ ବିହାରୀ ଜୀ ମନ୍ଦିରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ଭକ୍ତଙ୍କ ଦ୍ୱାରା ଭଗବାନକୁ ଅର୍ପଣ କରାଯାଇ ଥିବା ୩ ଲକ୍ଷ ୬୫ ହଜାର ଟଙ୍କାର ଅସଲି ହୀରା ଗାଏବ ହେବାର ଅଭିଯୋଗ ହୋଇଛି। ଦାନଦାତା ପରିବାରର ଦାବି ଯେ, ଦେବସ୍ଥାନ ବିଭାଗର ସଂପୃକ୍ତିରେ ହୀରାକୁ ଗାଏବ କରି ଦିଆ ଯାଇଛି ଏବଂ ଏହାର ସ୍ଥାନରେ ଭଗବାନଙ୍କ ମୂର୍ତ୍ତୀରେ କାଚ ଖଣ୍ଡ ଲଗେଇ ଦିଆଯାଇଛି।
ଦାନଦାତା ମହିଳାଙ୍କ ପୁତ୍ରବଧୂ କୃପାଳୀ ( ରଞ୍ଜିତ ନଗର ନିବାସୀ) କହିଛନ୍ତି ଯେ, ତାଙ୍କର ଶାଶୂ ମୀରା ବଂଶଲ ବାଙ୍କେ ବିହାରୀ ଜୀଙ୍କର ଜଣ ପରମ ଭକ୍ତ। ତାଙ୍କର ଇଚ୍ଛା ଥିଲା ବାଙ୍କେ ବିହାରୀ ଜୀଙ୍କର ମୂର୍ତ୍ତିରେ ମଧ୍ୟ ହୀରା ଲାଗିବା ଉଚିତ୍। ଏଥିପାଇଁ ସେ ଟଙ୍କା ସଂଚୟ କରି ଦିଲ୍ଲୀର କରୋଲ ବାଗ୍ ସ୍ଥିତ କୁନ୍ଦନ ଲାଲ ଆଣ୍ଡ ସନ୍ସରୁ ୩.୬୫ ଲକ୍ଷ ଟଙ୍କାର ଏକ ହୀରା କ୍ରୟ କରିଥିଲେ। ଡିସେମ୍ୱର ୨୦୨୪ ମସିହାରେ ମୀରା ବଂଶଲ ଏହି ହୀରା ମନ୍ଦିରର ପୁଜାରୀ ମନୋଜ ଭରଦ୍ୱାଜଙ୍କୁ ଦେଇ ଦାନ କରିଥିଲେ। ହୀରା ଦାନ କରିବାର ପ୍ରାୟ ୬ ମାସ ପରେ ଯେତେବେଳେ ସପରିବାର ମୂର୍ତ୍ତିର ଦର୍ଶନ କଲେ , ତ ସେଠାରେ ପୂର୍ବଭଳି ହୀରାର ଚମକ ନଥିଲା। ଯାଞ୍ଚ କରିବାରୁ ଜଣାପଡ଼ିଲା ଯେ, ଯେଉଁ ହୀରା ସେ ଅର୍ପଣ କରିଥିଲେ ,ତାହା ମୂର୍ତ୍ତିରେ ନଥିଲା। ପରିବାରର ଅଭିଯୋଗ ଯେ, ହୀରା ଦାନ କରିବା ପରେ ସେ ଦେବସ୍ଥାନ ବିଭାଗକୁ ଅନେକ ଥର ରେଜିଷ୍ଟ୍ରେସନ କରାଇବା ପାଇଁ ରସିଦ ମାଗିଲେ , ହେଲେ ତାଙ୍କୁ ରସିଦ ଦିଆଗଲା ନାହିଁ ।
ମୀରା ବଂଶଲଙ୍କ ପାଖରେ ହୀରାର ପ୍ରକୃତ ବିଲ୍ , ଏହାର ନମ୍ୱର ଓ ସାର୍ଟିଫିକେଟ୍ ଆଜି ମଧ୍ୟ ରହିଛି। କିନ୍ତୁ ଯେବେ ସେ ଏହାର ଅଭିଯୋଗ କଲେ , ତ ଦେବସ୍ଥାନ ବିଭାଗର ଅଧିକାରୀମାନେ ଓଲଟା ତାଙ୍କୁ ହିଁ କାଠ ଗଡ଼ାରେ ଠିଆ କରାଇ ଦେଲେ। ଅଧିକାରୀଙ୍କ କହିବାନୁସାରେ , କିଏ ଜାଣେ , ତୁମେ ଯଦି ବିହାରୀ ଜୀଙ୍କ ଉପରେ କାଚର ଖଣ୍ଡ ଲଗେଇ ଦେଇଥିବ। ପରିବାରର ଯୁକ୍ତି ଯେ, ଯଦି ଏମିତି ଥିଲା , ତ ଦାନ ନେବା ସମୟରେ ବିଭାଗ ହୀରାର ଯାଞ୍ଚ କାହିଁକି କଲେ ନାହିଁ।
ବର୍ଷେ ହେବ ଯାଞ୍ଚର ଦାବି କରୁଥିବା ପରିବାର ଏହି ମାମଲାରେ ଅଭିଯୋଗ ଦେବସ୍ଥାନ ବିଭାଗ (ଉଦୟପୁର) , ଭରତପୁର ବିଧାୟକ ସୁଭାଷ ଗର୍ଗ ଓ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କୁ ମଧ୍ୟ କରିଛନ୍ତି। ହେଲେ ଏବେ ସୁଦ୍ଧା ପୁଲିସରେ କୌଣସି ଆନୁଷ୍ଠାନିକ ଅଭିଯୋଗ ରୁଜୁ କରାଯାଇ ନାହିଁ ,କିନ୍ତୁ ପରିବାର ଲଗାତାର ମୂର୍ତ୍ତିରେ ଲାଗିଥିଲା କଥିତ ହୀରାର ବିଶେଷଜ୍ଞ ଯାଞ୍ଚର ଦାବିରେ ଅଡି ବସିଛନ୍ତି।
ଅନ୍ୟପଟେ ଏହି ପୂରା ବିବାଦରେ ଦେବସ୍ଥାନ ବିଭାଗର କମିଶନର ମୁକେଶ ମୀନାଙ୍କ ଏପଟସେପଟ ଉତ୍ତର ସାମ୍ନାକୁ ଆସିଛି। ସେ କହିଛନ୍ତି, ଯେତେବେଳେ ଏହି ହୀରା ଦାନ କରାଯାଇ ଥିଲା , ସେତେବେଳେ ମୁଁ ଆଉ କେଉଁଠି ନିଯୁକ୍ତ ଥିଲି । ମୋତେ ଜଣାନାହିଁ ଏହି ସମୟରେ କିଏ ଅଧିକାରୀ କିମ୍ୱା କର୍ମଚାରୀ ଥିଲେ।
ଆହୁରି ମଧ୍ୟ ପଢନ୍ତୁ - Taslima Nasrin Return: ଦୁଇ ଦଶନ୍ଧି ପରେ କୋଲକତା ଫେରିବେ ତସଲିମା ନସରିନ୍, ବଙ୍ଗରେ ସତ୍ତା ବଦଳିବା ପରେ ପ୍ରତ୍ୟାବର୍ତ୍ତନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।