Pakistan Army Firing: ପିଓକେରେ ପୁଣି ପାକିସ୍ତାନ ସେନାର ବର୍ବରତା, ନିରସ୍ତ୍ର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ : ୬ ମୃତ
ନୂଆଦିଲ୍ଳୀ,୧୪।୭: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସାଧାରଣ ଲୋକଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନି। ମଙ୍ଗଳବାର ମୁନୀରଙ୍କ ସେନା ଓ ସୁରକ୍ଷା ବଳ ବିନା କୌଣସି କାରଣରେ ସାଧାରଣ ଲୋକଙ୍କ ଉପରେ ହଠାତ ଆଖିବୁଜା ଗୁଳିମାଡ କରିଥିଲା। ଯାହାଦ୍ବାରା ଅତିକମ୍ରେ ୬ ଜଣ ପାକ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ପୁରା କ୍ଷେତ୍ରରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି। ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। କୁହାଯାଉଛି ଯେ, ମଙ୍ଗଳବାର ସକାଳୁ ସକାଳୁ ପାକିସ୍ତାନୀ ସୁରକ୍ଷାବଳ ରାଓ୍ବଲକୋଟ୍ର ମାଟିୟାଲ ମୀର ବସ୍ ଟର୍ମିନାଲ କ୍ଷେତ୍ର ଓ ସୁଧନୋତି ଜିଲ୍ଲାର ବଲୋଚ ଅଞ୍ଚଳରେ ନିରସ୍ତ୍ର ନାଗରିକଙ୍କୁ ଟାର୍ଗେଟ କରିଛି। ହଠାତ ଏହି ଗୁଳିକାଣ୍ଡ ଦ୍ବାରା ପୁରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।
ରିପୋର୍ଟ ଅନୁସାରେ, ଏହି ଘଟଣାପରେ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ପାକିସ୍ତାନ ସେନା ବିରୋଧରେ ଲୋକେ ନାରାବାଜି ଆରମ୍ଭ କରିଥିଲେ। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏହି ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଏହି ରକ୍ତାକ୍ତ ସଂଘର୍ଷର ଦିନକ ପୂର୍ବରୁ ଆମେରିକାର ରାଜଧାନୀ ଓ୍ବାଶିଂଟନ୍ରେ ପିଓକେର ଲୋକ ହ୍ବାଇଟ୍ ହାଉସ୍ ଆଗରେ ପ୍ରଦର୍ଶନ କରିଥିଲେ। ପ୍ରାୟ ୧୦୦ ପ୍ରଦର୍ଶନକାରୀ ଥିଲେ, ଯାହାଙ୍କ ଭିତରେ ମହିଳା, ଶିଶୁ ଓ ସମୁଦାୟର ନେତା ଥିଲେ। ପାକିସ୍ତାନର ସେନା ଦ୍ବାରା କରାଯାଉଥିବା ଅତ୍ୟାଚାରକୁ ଏମାନେ ନିନ୍ଦା କରିଛନ୍ତି। ଏହା ସହ ଅନ୍ତର୍ଜାତୀୟ ସମୁଦାୟକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।
ସେଭଳି ଭାରତ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ପିଓକେରେ ଚାଲିଥିବା ପ୍ରଦର୍ଶନ ଓ ହିଂସାର ନିନ୍ଦା କରିଛି। ଏହାକୁ ପାକିସ୍ତାନର ‘ସିଷ୍ଟୋମେଟିକ୍ ଶୋଷଣ’ର ପରିଣାମ ବୋଲି କହିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସଓ୍ବାଲ କହିଛନ୍ତି, ପିଓକେରେ ହେଉଥିବା ପ୍ରଦର୍ଶନ ପାକିସ୍ତାନର ଦଶକ ପୁରୁଣା ସିଷ୍ଟୋମେଟିକ୍ ଶୋଷଣ, ମୌଳିକ ଅଧିକାରକୁ ମନା ଓ ବେଆଇନ କବଜା ଥିବା କ୍ଷେତ୍ରରେ ପ୍ରଶାସନିକ ଅତ୍ୟାଚାରର ଚାଲିଛି।
ଆହୁରି ପଢନ୍ତୁ : Indian ships : ପାରସ୍ ଉପସାଗରରେ ଏବେ ବି ରହିଛି ୭ ଭାରତୀୟ ଜାହାଜ, ଅଛନ୍ତି ୧୪୮ ନାଗରିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।