Bangladesh Terrorist ISIS Connection: ଯଦି ଭାରତ ଟାର୍ଗେଟରେ ଥିଲା, ISIS ଆତଙ୍କବାଦୀଙ୍କ ବିଷୟରେ କାହିଁକି ମିଛ ପ୍ରଚାର କରୁଛି ବାଂଲାଦେଶ ?
ନୂଆଦିଲ୍ଲୀ: ବାଂଲାଦେଶରେ ତାରିକ ରହମାନ ସରକାର କ୍ଷମତାକୁ ଆସିବାର ପ୍ରାୟ ଛଅ ମାସ ବିତିବାକୁ ଯାଉଛି। ହେଲେ , ଭାରତ ସହ ଏହି ପଡ଼ୋଶୀ ଦେଶର ସଂପର୍କ ସେମିତି ଥିବାର ନଜର ଆସୁ ନାହିଁ,ଯେପରି ଶେଖ ହସିନା ସରକାରଙ୍କ ସମୟରେ ଥିଲା। ତାହା ସୀମା କ୍ଷେତ୍ରର ଉତ୍ତେଜନା ହେଉ କିମ୍ବା ଅବୈଧ ଅନୁପ୍ରବେଶର ପ୍ରସଙ୍ଗ, ଲଗାତାର ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହି ମଧ୍ୟରେ, ଦୁଇ ଦିନ ପୂର୍ବରୁ, ବାଂଲାଦେଶ ପୁଲିସ ଛଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରି ଥିଲା। ଆଶ୍ଚର୍ଯ୍ୟକର କଥା ଯେ, ଏହି ଆତଙ୍କବାଦୀମାନେ ISIS ମଡ୍ୟୁଲ୍ ଅଧୀନରେ କାର୍ଯ୍ୟ କରୁ ଥିଲେ।
ହେଲେ ବାଂଲାଦେଶ ଜାଣିଶୁଣି ସେମାନଙ୍କୁ TTP ସହିତ ଯୋଡ଼ି ଥିଲା। ଏହି ପଦକ୍ଷେପରେ ପୂର୍ବତନ RAW ଏଜେଣ୍ଟ ତଥା ପ୍ରତିରକ୍ଷା ବିଶେଷଜ୍ଞ ଲକି ବିଷ୍ଟ ପ୍ରଶ୍ନ ଉଠାଇଛନ୍ତି। ସେ ଧରାପଡ଼ିଥିବା ସମସ୍ତ ଛଅ ଜଣ ଆତଙ୍କବାଦୀଙ୍କ ନାମ ପ୍ରକାଶ କରି, ସ୍ପଷ୍ଟ ଭାବରେ କହିଛନ୍ତି ଯେ TTPର ନାମ ଜାଣିଶୁଣି ଯୋଡ଼ା ଯାଉଛି ,କାରଣ ସେମାନଙ୍କର ପ୍ରକୃତ ଉଦ୍ଦେଶ୍ୟକୁ ଲୁଚାଇ ଦିଆଯାଇ ପାରିବ ।
ପୂର୍ବତନ RAW ଏଜେଣ୍ଟ ଲକି ବିଷ୍ଟ ବାଂଲାଦେଶରେ ଧରାପଡ଼ି ଥିବା ଏହି ଆତଙ୍କବାଦୀଙ୍କୁ ନେଇ ମଙ୍ଗଳବାର ସକାଳେ ଏକ୍ସରେ ଏକ ପୋଷ୍ଟ କରିଥିଲେ। ସେ ଏଥିରେ ଲେଖିଥିଲେ , ବାଂଲାଦେଶ ପୁଲିସ ୫ଜୁଲାଇରେ ଯାତ୍ରାବାଡିରୁ ‘ଫତହ କମ୍ୱାଟ ସିଷ୍ଟମ’ର ଏହି ଛଅ ଜଣ ଆତଙ୍କବାଦୀ/ସନ୍ଦିଗ୍ଧଙ୍କୁ ଗିରଫ କରି ଥିଲା। କିନ୍ତୁ ଏହା ପଛରେ ଏକ ବହୁତ ବଡ଼ ଷଡ଼ଯନ୍ତ୍ର ଚାଲିଛି।"
ପୂର୍ବତନ ଗୁପ୍ତଚର କହିଛନ୍ତି ଯେ, ଏହି ଆତଙ୍କବାଦୀମାନଙ୍କୁ ଗିରଫ କରିବା ପରେ, ଜାଣିଶୁଣି ସେମାନଙ୍କର ସଂପର୍କ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ସହିତ ଚିତ୍ରଣ କରାଯାଇଥିଲା। ଏହା ଏଥିପାଇଁ କରାଯାଇ ଥିଲା ଯେ, ଦୁନିଆକୁ ଏହା ଅନୁଭବ ହେବ ଯେ, ଏହି ସଙ୍ଗଠନ ପାକିସ୍ତାନକୁ ଟାର୍ଗେଟ କରୁଛି ଏବଂ କ୍ଷତି କରୁବାକୁ ଚେଷ୍ଟା କରୁଛି। କିନ୍ତୁ ଏହା ପଛର ସତ ଭିନ୍ନ କିଛି ଅଛି।
ଲବି ବିଷ୍ଟ ଆହୁରି କହିଛନ୍ତି , ସତ ଏହା ଯେ, ଏହି ଲୋକେ ପ୍ରକୃତରେ ଆଇଏସଆଇଏସ ( ଇସଲାମିକ ଷ୍ଟେଟ୍)ର ମଡ୍ୟୁଲ ଅଧୀନରେ କାର୍ଯ୍ୟ କରୁଥିଲେ। ଏମାନଙ୍କ ଉଦ୍ଦେଶ୍ୟ ପାକିସ୍ତାନ ନୁହେଁ , ବରଂ ଆଗାମୀ ସମୟରେ ଭାରତକୁ ଏକ କ୍ଷତି ପହଞ୍ଚାଇବାକୁ ଥିଲା। ପ୍ରକୃତ ଉଦ୍ଦେଶ୍ୟ ଉପରେ ପରଦା ଘୋଡ଼ାଇବା ଓ ଧ୍ୟାନ ହଟାଇବା ପାଇଁ ଟିଟିପିର ନାମ କେବଳ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଅନୁସାରେ ଆଗକୁ ଅଣାଯାଇଥିଲା।
ପୂର୍ବତନ RAW ଏଜେଣ୍ଟ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମଧ୍ୟ କହିଛନ୍ତି । ସେ ସୋସିଆଲ ମିଡିଆ ପୋଷ୍ଟରେ ଗିରଫ ଆତଙ୍କବାଦୀଙ୍କ ନାମ ଓ ବୟସର ସୂଚନା ଦେଇଛନ୍ତି –
୧- ଶାହ ଅମାନତ ସାବିର (୨୩ ବର୍ଷ ବୟସ) – ମୁଖ୍ୟ ପ୍ରଶିକ୍ଷକ ଏବଂ ମାଷ୍ଟରମାଇଣ୍ଡ
୨- ମହମ୍ମଦ ହୋସେନ ତନିମ (୨୦ ବର୍ଷ ବୟସ)
୩- ମହମ୍ମଦ ଜୁନୈଦ (୨୨ ବର୍ଷ ବୟସ)
୪- ଆତାଉଲ୍ଲାହ ଶାହ (୩୨ ବର୍ଷ ବୟସ)
୫-ମହମ୍ମଦ ଆବିଦୁର ରହମାନ (୨୦ ବର୍ଷ ବୟସ)
୬-ମହମ୍ମଦ ବାୟଜିତ (୩୦ ବର୍ଷ ବୟସ)
ଆହୁରି ମଧ୍ୟ ପଢନ୍ତୁ - Chinese Army: ଅରୁଣାଚଳ ପ୍ରଦେଶରେ ଚୀନ ସୈନିକଙ୍କ ଉପସ୍ଥିତିର ସତ୍ୟତା କଣ ,ଜାଣନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।