Aluminium project : ଖଣି କ୍ଷେତ୍ରରେ ଦେଶର ବଡ଼ ବିଦେଶୀ ପୁଞ୍ଜି ନିବେଶ, ଶିଳ୍ପ ବିଭାଗ ଓ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ସହ ଏମଓୟୁ
ଭୁବନେଶ୍ଵର, ୨/୭ : ଓଡ଼ିଶାରେ ଦେଶର ବୃହତ୍ତ ବିଦେଶୀ ପୁଞ୍ଜି ନିବେଶ। ଆଦାନୀ ଏଣ୍ଟର ପ୍ରାଇଜେସ୍ ଲିମିଟେଡ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓଡ଼ିଶାରେ ନିବେଶ କରିବ ୧ ଲକ୍ଷ ୧ ହଜାର କୋଟି। ଏହା ରାଜ୍ୟର ଖଣି କ୍ଷେତ୍ରରେ ବଡ଼ ବିଦେଶୀ ପୁଞ୍ଜିନିବେଶ । ଏଥିପାଇଁ MOU ସ୍ବାକ୍ଷର ହୋଇଛି। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏମଓୟୁ ସ୍ଵାକ୍ଷରିତ ହୋଇଛି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଥିରେ ଉପସ୍ଥିତ ଥିଲେ। ୧ ଲକ୍ଷ ୧ ହଜାର କୋଟି ନିବେଶ ଦ୍ୱାରା ୫୩ ହଜାର ୫ଶହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଆହୁରି ପଢନ୍ତୁ- ହାଇଦ୍ରାବାଦରେ ଯୁବତୀ ବିକ୍ରି ମାମଲା : ଗଜପତିର ୭ ଆଦିବାସୀ ଝିଅ ଉଦ୍ଧାର,୨ ଦଲାଲକୁ ବାନ୍ଧିଲା ପୁଲିସ
ରୂପ ଅପୂର୍ଣ୍ଣ, କୃପା ସମ୍ପୂର୍ଣ୍ଣ! Why Lord Jagannath Chose an Incomplete Idol?