Alia Bhatt Water Bottle Price: ଆଲିଆଙ୍କ ବୋତଲର ଦାମ କେତେ ? ଭାଇରାଲ ହେଉଛି ଭିଡିଓ....

Jun 25, 2026 - 18:41
Alia Bhatt Water Bottle Price: ଆଲିଆଙ୍କ ବୋତଲର ଦାମ କେତେ ? ଭାଇରାଲ ହେଉଛି ଭିଡିଓ....

ନୂଆଦିଲ୍ଲୀ: ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନାଙ୍କ ଶୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ବେଶ ଚର୍ଚ୍ଚାରେ ରହିଛି । ଏହି ଶୋ’ର ପ୍ରଥମ ଅତିଥୀ ହୋଇଛନ୍ତି ବଲିଉଡର ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟ । ଏହି ଶୋ’ରେ ଯୋଗଦେଇ ଆଲିଆ ଦେଇଥିବା ମଜାଳିଆ ଅନ୍ଦାଜ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଶୋ’ ସମୟରେ ଆଲିଆ ଏକ ସ୍ବତନ୍ତ୍ର ବୋତଲରୁ ପାଣି ପିଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ବିଭନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାସହ ଏହି ବୋତଲର ଦାମ କେତେ ଏହାକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବିଭିନ୍ନ କମେଣ୍ଟ ଆସୁଛି ।

ତେବେ ଭିଡିଓରେ ଦେଖିବାକୁ ମିଳିଛି ଆଲିଆ ଯେତେବେଳେ ପାଣି ପିଇବାକୁ ମାଗିଥିଲେ, ସେତେବେଳେ ବୋତଲ ଦିଆଯାଇଥିଲା । ମାତ୍ର ସେ ଏହାକୁ ମନା କରିବା ସହ କହିଥିଲେ ମୋ ସ୍ବତନ୍ତ୍ର ବୋତଲ ମୋତେ ଦିଅ । ଯାହାକୁ ନେଇ କୁହାଯାଇଥିଲା କି, ଧନୀ ଲୋକମାନେ କଣ ଅଲଗା ପାଣି ପିଅନ୍ତି କି ? ଯାହାର ଉତ୍ତରରେ ଆଲିଆ ବୁଝାଇଥିଲେ କି, ସେ ସାଧା ପାଣି ପିଅନ୍ତି ନାହିଁ । ସେ ଇଲେକ୍ଟ୍ରୋଲାଇଟ୍ ପାଣି ପିଅନ୍ତି । ଏହି ପାଣି ସମ୍ପର୍କେର କହିଥିଲେ କି, ଏହା ନିଜ ଆବଶ୍ୟକତା ଅନୁସାରେ କଷ୍ଟମାଇଜ୍ କରେ ।

ସେପଟେ କିନ୍ତୁ ଆଲିଆ ପାଣି ଆଣିଥିବା ବୋତଲ ଉପରେ ସମସ୍ତଙ୍କ ନଜର ରହିଥିଲା । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଥିବାବେଳେ ଏହାର ଦାମ ଉପରେ ସର୍ଚ୍ଚ କରାଯାଇଥିଲା । ଯାହାକି ପିଇ ନେସନ ବ୍ରାଣ୍ଡର ଥିଲା । ଏହାର ମୂଲ୍ୟ ୧୬ ଡଲାର ରହିଛି । ଯାହାକି ଭାରତୀୟ ମୁଦ୍ରାରେ ୧,୫୦୮.୫୭ ଟଙ୍କା । ଯାହାକି ମାତ୍ର ଗୋଟିଏ ଲିଟରର ଇନ୍ୟୁଲେଟେଡ ବୋତଲ । ଏହି ବୋତଲରେ ପାଣି ଅଧିକ ସମୟ ଗରମ ଏବଂ ଥଣ୍ଡା ରହିଥାଏ । ଏହା ସାଧାରଣତଃ ଯାତ୍ରା କରିବା ସମୟରେ କିମ୍ବା ଜିମରେ ଲୋକେ ବ୍ୟବହାର କରିଥାନ୍ତି ।

ଏହାସହ ପଢ଼ନ୍ତୁ : DC LSG Trade Deal: ଲକ୍ଷ୍ନୌ ପନ୍ତଙ୍କୁ ଛାଡ଼ିବା ପଛର ବଡ଼ କାରଣ କହିଲେ ଆଭେସ୍ ଖାନ୍