Aamir Khan Marriage: ଆଜି ୬୧ ବର୍ଷୀୟ ଆମୀରଙ୍କ ତୃତୀୟ ବିବାହ, ଗୋଟିଏ ପୁଅର ମାଆ ଗୌରୀଙ୍କ ଧରିବେ ହାତ
ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ପରଫକ୍ଟେନିଷ୍ଟ ଆମୀର ଖାନଙ୍କ ପାଇଁ ଆଜି ଏକ ସ୍ବତନ୍ତ୍ର ଦିନ । ତୃତୀୟଥର ପାଇଁ ବିବାହ କରିବେ ବଲିଉଡର ଏହି ଆଗ ଧାଡ଼ିର ନାୟକ । ୬୧ ବର୍ଷ ବୟସରେ ଆମୀର ସାଜିବେ ବର । ସେ ନିଜ ପ୍ରେମିକା ଗୌରୀଙ୍କ ଧରିବେ ହାତ । ଏହି ବିବାହ ଆମୀରଙ୍କ ବାନ୍ଦ୍ରାସ୍ଥିତ ବାସଭବନରେ ଅନୁଷ୍ଠିତ ହେବ । କୌଣସି ଆଡ଼ମ୍ବରପୂର୍ଣ୍ଣ ନୁହେଁ ସ୍ବଳ୍ପ ଅତିଥୀଙ୍କ ଗହଣରେ ସରଳ ରେଜିଷ୍ଟ୍ରି ମ୍ୟାରେଜ୍ କରିବେ ଏହି ଷ୍ଟାର ଦମ୍ପତ୍ତି ।
ତେବେ ଏହି ବିବାହ ଉତ୍ସବରେ କେବଳ ଅତି ନିକଟତର ଆତ୍ମୀୟ ସ୍ୱଜନ ହିଁ ସାମିଲ ହେବେ । ଏହି ସ୍ପେଶାଲ ଦିନ ପାଇଁ ଆମୀର ନିଜ ଫିଲ୍ମ ସୁଟିଂରୁ ମଧ୍ୟ ବ୍ରେକ୍ ନେଇଛନ୍ତି । ବେଙ୍ଗାଲୁରୁର ଏବଂ ବର୍ତ୍ତମାନ ମୁମ୍ବାଇରେ ରହୁଥିବା ଗୌରୀ ସ୍ପ୍ରାଟ୍ ଫ୍ୟାଶନ ଏବଂ ୱେଲନେସ୍ ଇଣ୍ଡଷ୍ଟ୍ରି ସହ ଜଡ଼ିତ । ଗୌରୀ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ଗୋଟିଏ ପୁଅ ରହିଛନ୍ତି । ସେପଟେ ଏହି ବିବାହ ଉତ୍ସବରେ ଆମୀରଙ୍କ ପିଲମାନଙ୍କ ସହ ବହୁ ବିଦେଶୀ ଅତିଥୀ ଯୋଗଦେବେ ବୋଲି କୁହାଯାଇଛି ।
କହି ରଖୁଛୁ କି, ଆମୀର ଓ ଗୌରୀ ପରସ୍ପରକୁ ପ୍ରାୟ ୨୫ ବର୍ଷ ହେବ ଜାଣିଥିଲେ ମଧ୍ୟ ଗତ ଦୁଇ ବର୍ଷ ହେବ ସେମାନଙ୍କ ପ୍ରେମ ସମ୍ପର୍କ ଗଭୀର ହୋଇଥିଲା । ଗତବର୍ଷ ଆମୀରଙ୍କ ୬୦ତମ ଜନ୍ମଦିନରେ ଗୌରୀଙ୍କୁ ଗଣମାଧ୍ୟମ ସହ ପରିଚିତ କରାଇଥିଲେ । ପୂର୍ବରୁ ଆମିର ଖାନ ପ୍ରଥମେ ରୀନା ଦତ୍ତ (୧୯୮୬-୨୦୦୨)ଙ୍କୁ ବିବାହ କରିଥିଲେ, ଯାହାଙ୍କଠାରୁ ତାଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଅଛନ୍ତି । ପରେ ସେ ଫିଲ୍ମ ମେକର କିରଣ ରାଓ (୨୦୦୫-୨୦୨୧)ଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ‘ଆଜାଦ’ ଅଛନ୍ତି । ଆମିର ଓ ଗୌରୀଙ୍କ ଜୀବନର ଏହି ନୂଆ ଅଧ୍ୟାୟ ପାଇଁ ଫ୍ୟାନ୍ସ ଏବଂ ବଲିଉଡ୍ ସେଲିବ୍ରିଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।
ଏହାସହ ପଢ଼ନ୍ତୁ : Teejan Bai: ପ୍ରସିଦ୍ଧ ଗାୟିକା ପଦ୍ମ ବିଭୂଷଣ ତୀଜନ ବାଈଙ୍କ ପରଲୋକ, ଲୋକ କଳା ଜଗତରେ ଶୋକ