ବର୍ଷା ପାଣି ପଶି ପୋତି ହେଉଛି ରାଜ୍ୟର ନିର୍ମାଣଧୀନ ସବୁଠାରୁ ବଡ଼ ରେଳ ଟନେଲ
ହରଭଙ୍ଗା: ଟନେଲ ଭିତରେ ପଶିଲା ପାଣି । ବେହାଲ କଲା ଲଗାଣ ବର୍ଷା । ରାଜ୍ୟର ସବୁଠାରୁ ବଡ଼ ନିର୍ମାଣାଧିନ ରେଳ ଟନେଲ ଭିତରେ ପଶିଛି ବର୍ଷା ପାଣି । ପାଣି ପଶିବା ସହ ଏହି ରେଳ ଟନେଲ ଏବେ ପୋତି ହେବାରେ ଲାଗିଛି । ଏପରିକି କିଛି ସ୍ଥାନରେ ପାଣିରେ ରେଳ ଟନେଲଟି ବୁଡ଼ିଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ଆଡ଼େଣିଗଡ଼ ରେଳ ଟନେଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
କହି ରଖୁଛୁ କି, ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ଠାରେ ନିର୍ମାଣଧୀନ ରେଳ ଟନେଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଟନେଲ ଭିତରକୁ ପାଣି ପଶୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନିର୍ମାଣଧିନ କଟନ କଭର ଟନେଲର ଦୁଇ ପାର୍ଶ୍ୱରୁ ମାଟି ଅତଡ଼ା ଖସି ଟନେଲ ପୋତି ହୋଇଯାଇଛି । ଯାହା ଫଳରେ ରେଳ ଟନେଲ କାମ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଏହାସହ ବର୍ଷା ଜାରି ରହିଲେ ଟନେଲଟି ବୁଡିଯିବାର ଆଶଙ୍କା କରାଯାଇଛି । ଏହି ରେଳ ଟନେଲଟି ପ୍ରାୟ ୫ କିମି ଦୂରତା ବିଶିଷ୍ଟ ହୋଇଥିବାବେଳେ କାମ ଦୃତ ଗତିରେ ଆଗେଇ ଚାଲିଥିଲା । ଏବେ ବର୍ଷା ସବୁ ଭଣ୍ଡୁର କରି ଦେଇଛି ।
ଏହାସହ ପଢ଼ନ୍ତୁ : Vigilance Trap: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ସରପଞ୍ଚ