ହେମା ମାଳିନୀ କହିଲେ ଧର୍ମେନ୍ଦ୍ରଙ୍କ ଶେଷ ଇଚ୍ଛା, ସନୀ ଏବଂ ବବି …
ମୁମ୍ବାଇ,୭/୭ : ଭେଟରାନ ଅଭିନେତା ଧମ୍ରେନ୍ଦ୍ର ଏବେ ଏହି ଦୁନିଆରେ ନାହାନ୍ତି । ତାଙ୍କର ନଭେମ୍ବର ୨୦୨୫ରେ ନିଧନ ହୋଇଥିଲା । ଧର୍ମେନ୍ଦ୍ରଙ୍କୁ ପଦ୍ମ ବିଭୂଷଣ ସମ୍ମାନ ବି ମିଳିଛି । ହେମା ମାଳିନୀ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ସମୟରେ ହେମା ବହୁତ ଇମୋଶନାଲ ବି ହୋଇଯାଇଥିଲେ । ଏବେ ହେମା ଧର୍ମେନ୍ଦ୍ରଙ୍କ ଶେଷ ଇଚ୍ଛାକୁ ନେଇ କହିଛନ୍ତି ଏବଂ ସନୀ-ବବିଙ୍କ ବିଷୟରେ ବି କହିଛନ୍ତି ।
ଏକ ସାକ୍ଷାତକାରରେ ହେମା ଧର୍ମେନ୍ଦ୍ରଙ୍କ ଶେଷ ଇଚ୍ଛା କହିଛନ୍ତି । ସେ କହିଛନ୍ତି, ଧର୍ମେନ୍ଦ୍ର ଜୀ ସବୁବେଳେ କହୁଥିଲେ କି ଯେତେ ହୋଇପାରୁଛି ପିଲାମାନଙ୍କ ସାଥିରେ ରୁହନ୍ତୁ । ଫ୍ୟାମିଲି ସହ ରୁହନ୍ତୁ । ସେ ସବୁବେଳେ କହୁଥିଲେ କି ପରିବାରକୁ ସବୁବେଳେ ଏକାସାଥିରେ ରହିବା ଆବଶ୍ୟକ । ଆଜିର ସମୟରେ ଏହି ସବୁ ଜରୁରୀ ଅଟେ । ଯାହା ଏବେ କମ୍ ହେଉଛି । ପିଲାମାନେ ଅଲଗା ହୋଇଯାଉଛନ୍ତି । ଧରମ ଜୀ କହୁଥିଲେ କି ଫ୍ୟାମିଲି ସହ ରୁହନ୍ତୁ । କାମ ହେବ କିନ୍ତୁ ପରିବାରକୁ ସବୁଠାରୁ ଅଧିକ ଗୁରୁତ୍ବ ଦେବା ଆବଶ୍ୟକ ।
ଏହାସହ ସନୀ ଦେଓଲ ଏବଂ ବବି ଦେଓଲଙ୍କୁ ନେଇ ବି କହିଛନ୍ତି । ସେ କହିଛନ୍ତି, ସେ ବହୁତ ସ୍ବିଟ ଅଟନ୍ତି। ସନୀ ଭଲ ଅଛନ୍ତି । ସେହିଭଳି ବବି ବହୁତ ଭଲ ଅଛନ୍ତି । ଆମେ ସବୁବେଳେ ସାଥିରେ ଅଛୁ । ଆମେ ପବ୍ଲିସିଟି କରିନଥାଉ କିନ୍ତୁ ଭିତରୁ ଆମେ ସବୁ ସାଥିରେ ଅଛୁ ଏବଂ ଭଲ ଅଛୁ। ଆମେ ସବୁ ଏକ । ଆମେ ଏକ ହାପ୍ପି ପରିବାର ଅଟୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।