ସଂଶୋଧନ ପରେ ମଧ୍ୟ ପାଠ୍ୟପୁସ୍ତକରେ ତ୍ରୁଟି ଖବର ସମ୍ପର୍କରେ ସ୍ପଷ୍ଟୀକରଣ
ଭୁବନେଶ୍ବର: ସଂଶୋଧିତ ପାଠ୍ୟପୁସ୍ତକରେ ତ୍ରୁଟିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ତେବେ କିଛି ଗଣମାଧ୍ୟମରେ ଏନେଇ ପ୍ରଚାର କରାଯାଉଛି । ଯାହାକୁ ନେଇ ଓଡ଼ିଶା ଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ଏକ୍ସରେ ଏନେଇ ପୋଷ୍ଟ କରାଯାଇଥିବାବେଳେ ଲେଖାଯାଇଛି କି,ଏଠାରେ ଏହା ସ୍ପଷ୍ଟ କରାଯାଉଅଛି ଯେ,ଉକ୍ତ ଖବରର କୌଣସି ଯଥାର୍ଥତା ନାହିଁ।ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକ ଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଯୋଗାଇ ଦିଆଯିବ।
ସଂଶୋଧନ ପରେ ମଧ୍ୟ ପାଠ୍ୟ ପୁସ୍ତକରେ ତ୍ରୁଟି ଖବର ସମ୍ପର୍କରେ ସ୍ପଷ୍ଟୀକରଣ
— EducationOdisha (@SMEOdisha) August 5, 2026
ସଂଶୋଧିତ ପାଠ୍ୟ ପୁସ୍ତକରେ ତ୍ରୁଟି ଥିବା କିଛି ଗଣମାଧ୍ୟମରେ ପ୍ରଚାର କରାଯାଉଛି । ଏଠାରେ ଏହା ସ୍ପଷ୍ଟ କରାଯାଉଅଛି ଯେ, ଉକ୍ତ ଖବରର କୌଣସି ଯଥାର୍ଥତା ନାହିଁ । ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକଗୁଡ଼ିକର ସଂଶୋଧନ ଜାରି…
ଏହାସହ ପଢ଼ନ୍ତୁ : Text Book Error: ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।