Welcome!

Unlock your personalized experience.
Sign Up

ଶ୍ରୀମନ୍ଦିରରେ ପହଞ୍ଚିଲା ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ, ମହାପ୍ରଭୁଙ୍କ ଗୁପ୍ତନୀତିରେ ଲାଗି ହେବ...

Jun 26, 2026 - 14:03
ଶ୍ରୀମନ୍ଦିରରେ ପହଞ୍ଚିଲା ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ, ମହାପ୍ରଭୁଙ୍କ ଗୁପ୍ତନୀତିରେ ଲାଗି ହେବ...

ପୁରୀ ୨୬/୦୬: ପୁରୀରେ ପହଞ୍ଚିଲା ବାସୁଙ୍ଗା ପାଟ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତନୀତିରେ ଲାଗେ ଏହି ପାଟ । ଭୁବନେଶ୍ୱର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ କାର୍ଯ୍ୟାଳୟ ପରିସରରୁ ୩୮୦ କିଲୋଗ୍ରାମର ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ପଠାଯାଇଛିଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନକୁ ପଠା ଯାଇଛି।

 

ସୂଚନଯୋଗ୍ୟ, ବାସୁଙ୍ଗା ପାଟ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ପବିତ୍ର ରେଶମ ଡୋର ଯାହା ଚତୁର୍ଦ୍ଧାମୁରତୀଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ଏହାର ବ୍ୟବହାର ହୋଇଥାଏ । ୧୯୮୧ ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଚଳିତବର୍ଷ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି ।