ଶରଧାବାଲିରେ ତିନି ରଥ, ଦର୍ଶନ ପାଇଁ ଲାଗିଛି ଭିଡ଼
ପୁରୀ: ସରିଲା ଦ୍ବିତୀୟ ଦିନର ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଲା ତିନି ରଥ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବାବେଳେ ପଛେପଛେ ଉଭଣୀ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଲାଗିଥିଲା। ଶେଷରେ ହଟିଆ ଠାକୁରଙ୍କ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି। 'ଜୟଜଗନ୍ନାଥ', 'ହରିବୋଲ' ଓ ହୁଳହୁଳିର ଧ୍ୱନିରେ ଭକ୍ତିମୟ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଦର୍ଶନ ପାଇଁ ଶରଧାବାଲିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।ଭକ୍ତମାନେ ଏବେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପରୂପ ଦୃଶ୍ୟ ଦେଖି ବିମୋହିତ ହୋଇପଡୁଛନ୍ତି ।
କହି ରଖୁଛୁ କି, ଗୁରୁବାର ନିର୍ଦ୍ଧାରିତ ନୀତିନିର୍ଘଣ୍ଟର ୧ ଘଣ୍ଟା ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆନନ୍ଦ ଓ ଉତ୍ସାହର ସହ ତିନିରଥକୁ ଟାଣି ନେଇଥିଲେ ଭକ୍ତ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଦେବୀସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ହୋଇଥିଲା ତେବେ ସନ୍ଧ୍ୟାହୋଇ ଯିବାରୁ କୌଣସି ରଥ ଶରଧାବାଲିରେ ପହଞ୍ଚି ପାରିନଥିଲା।
ମାର୍କେଟ ଛକ ନିକଟରେ ତାଳଧ୍ୱଜ ଓ ମରିଚୀକୋଟ ଛକ ନିକଟରେ ଦର୍ପଦଳନ ରଥ ପହଞ୍ଚିବା ବେଳେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ଅଳ୍ପ କିଛି ବାଟ ଗଡ଼ି ଅଟକି ରହିଥିଲା।ଶୁକ୍ରବାର ପୂର୍ବାହ୍ନ ୯ଟା୩୦ରେ ପୁଣି ରଥଟଣା ହୋଇଥିଲା । ଏବଂ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଆନନ୍ଦ ଉଲ୍ଲାସର ସହ ଭକ୍ତମାନେ ରଣକୁ ଟାଣିଥିବାବେଳ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଛନ୍ତି । ତେବେ ଆଜି ଆଡ଼ପବିଜେ ନୀତି ହେବନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହେବ।
ଏହାସହ ପଢ଼ନ୍ତୁ : Ratha Yatra 2026: ବିନା ଟାହିଆରେ ମହାପ୍ରଭୁ, ସରକାରଙ୍କୁ ଘେରିଲେ ବିରୋଧୀ, ବିଜେପି କହିଲା ସବୁ ଜଗନ୍ନାଥଙ୍କ ଇଚ୍ଛା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।