Welcome!

Unlock your personalized experience.
Sign Up

ଓଡ଼ିଶାର ରେଳ ଭିତ୍ତିଭୂମିର ଆଧୁନିକୀକରଣ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

Jul 17, 2026 - 16:44
ଓଡ଼ିଶାର ରେଳ ଭିତ୍ତିଭୂମିର ଆଧୁନିକୀକରଣ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୭/୭ : ଓଡ଼ିଶାର ରେଳ ଭିତ୍ତିଭୂମିର ଆଧୁନିକୀକରଣକୁ ନେଇ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଓଡ଼ିଶାର ରେଳ ଭିତ୍ତିଭୂମିର ଆଧୁନିକୀକରଣ ପ୍ରତି ଥିବା ଦୃଢ଼ ପ୍ରତିବଦ୍ଧତା ପାଇଁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ।

ଏଭଳି ଐତିହାସିକ ବିନିଯୋଗ ଏକ ସୁଦୃଢ଼, ଆଧୁନିକ ଓ ଭବିଷ୍ୟତମୁଖୀ ପରିବହନ ବ୍ୟବସ୍ଥା ଗଢ଼ି ତୋଳିବ । ଏହାସହ ‘ସମୃଦ୍ଧ ଓଡ଼ିଶା’, ‘ବିକଶିତ ଓଡ଼ିଶା–୨୦୩୬’ ଏବଂ ‘ବିକଶିତ ଭାରତ–୨୦୪୭’ର ସଂକଳ୍ପ ପୂରଣ ଦିଗରେ ଓଡ଼ିଶାର ଦୃଢ଼ ଯାତ୍ରାକୁ ଅଧିକ ଗତିଶୀଳ କରିବ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।