JIO: ଉପଗ୍ରହ ନେଟୱାର୍କ ପାଇଁ ଜିଓକୁ ଅନୁମତି
"ମୁମ୍ବାଇ: ଭାରତର ମହାକାଶ ନିୟାମକ ସଂସ୍ଥା ଇନ୍-ସ୍ପେସ୍ ପକ୍ଷରୁ ଜିଓର ୧୬୦୦ ନିମ୍ନ ପୃଥିବୀ କକ୍ଷପଥ (ଲିଓ) ଉପଗ୍ରହ ନିୟୋଜନ କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଓ ଟେଲିକମ ବିଭାଗ ସହ ପରାମର୍ଶ କରି ଏହି ବୈଷୟିକ ମୂଲ୍ୟାଙ୍କନ କରାଯାଇଥିଲା।
ଏହି ଅନୁମୋଦନ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଜିଓ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
ଏହାକୁ ଅର୍ବିଟାଲ୍ ସ୍ଲଟ୍ ପାଇଁ ଅନ୍ତର୍ଜାତୀୟ ଫାଇଲିଂ ସହିତ ଆଗକୁ ବଢ଼ିବାରେ ସକ୍ଷମ କରିବ ଏବଂ ଭାରତର ପ୍ରଥମ ବୃହତ୍-ସ୍ୱଦେଶୀ ସାଟେଲାଇଟ୍ ବ୍ରଡବ୍ୟାଣ୍ଡ ନେତ୍ୱର୍କବପାଇଁ ପଥ ପ୍ରଶସ୍ତ କରିବ।Advertisment ଅନୁମୋଦନ ପରେ ସରକାର ଅନ୍ତର୍ଜାତୀୟ ସ୍ତରରେ କକ୍ଷପଥ ସ୍ଲଟ୍ ସୁରକ୍ଷିତ କରିବା ପାଇଁ କମ୍ପାନିକୁ ନିୟାମକ ସହାୟତା ପ୍ରଦାନ କରିପାରିବେ।
ରିଲାଏନ୍ସ ଜିଓ ଅନ୍ତର୍ଜାତୀୟ ଦୂରସଂଚାର ସଂଘ (ଆଇଟିୟୁ) ସହିତ ଫାଇଲିଂ ଏବଂ ଅନ୍ୟ ସାଟେଲାଇଟ୍ ଅପରେଟରମାନଙ୍କ ସହିତ ସମନ୍ୱୟ ମାଧ୍ୟମରେ କକ୍ଷପଥ ଅଧିକାର ସୁରକ୍ଷିତ କରିବା ପାଇଁ ସରକାରଙ୍କଠାରୁ ସହାୟତା ଲୋଡ଼ିଥିଲା।
ରିଲାଏନ୍ସ ଜିଓ ସାରା ଭାରତରେ ହାଇ-ସ୍ପିଡ୍ ଇଣ୍ଟରନେଟ୍ ଓ ମୋବାଇଲ୍ ସଂଯୋଗ ପ୍ରଦାନ କରିବାକୁ ସକ୍ଷମ ଏକ ମହାକାଶଭିତ୍ତିକ ଯୋଗାଯୋଗ ନେଟୱାର୍କ ନିର୍ମାଣ କରିବା ପାଇଁ ଲିଓ ଉପଗ୍ରହ ମୁତୟନ କରିବାକୁ ଯୋଜନା କରୁଛି।
ପ୍ରସ୍ତାବ ଅନୁଯାୟୀ ଏହି ନେଟୱାର୍କ ପ୍ରତି ସେକେଣ୍ଡରେ ମୋଟ ୪.୫ ରୁ ୫ ଟେରାବିଟ୍ କ୍ଷମତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଯାହା ବର୍ତ୍ତମାନ ଅନେକ ପ୍ରତିଯୋଗିତାକାରୀ ସାଟେଲାଇଟ୍ ଇଣ୍ଟରନେଟ୍ ପ୍ରକଳ୍ପ ପାଇଁ ଅନୁମୋଦିତ କ୍ଷମତାଠାରୁ ଯଥେଷ୍ଟ ଅଧିକ।
କମ୍ପାନି ସାଟେଲାଇଟ୍ କାର୍ଯ୍ୟ ଓ ନେଟୱାର୍କ ସେବାକୁ ସମର୍ଥନ କରିବା ପାଇଁ ସାରା ଭାରତରେ ୨୦ ରୁ ୨୨ ଟି ଗ୍ରାଉଣ୍ଡ ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ମଧ୍ୟ ଯୋଜନା କରୁଛି।
ଜିଓ ସ୍ଥିର ସାଟେଲାଇଟ୍ ସେବା ପ୍ରଦାନ କରିବାକୁ ଚାହୁଁଛି, ଯେଉଁଥିରେ ବ୍ରଡବ୍ୟାଣ୍ଡ ଓ ମୋବାଇଲ୍ ଅନ୍ତର୍ଭୁକ୍ତ ଏବଂ ମୋବାଇଲ୍ ସାଟେଲାଇଟ୍ ସେବା ଯେପରିକି ସିଧାସଳଖ ଡିଭାଇସ୍ ସଂଯୋଗ ପ୍ରଦାନ କରିବାକୁ ଚାହୁଁଛି।
ପ୍ରସ୍ତାବିତ ନେଟୱାର୍କର ଲକ୍ଷ୍ୟ ହେଉଛି ଗ୍ରାହକ ଏବଂ ଏଣ୍ଟରପ୍ରାଇଜେସ କ୍ଷେତ୍ର ବହୁବିଧ ବ୍ୟବହାର କ୍ଷେତ୍ରରେ ସେବା ଯୋଗାଇବା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।