ଲଞ୍ଚ ପରେ ବି ଆକ୍ଟିଭ୍ ରହିବାକୁ ଚାହୁଁଛନ୍ତି କି? ଆପଣଙ୍କ ଖାଦ୍ୟରେ ଏହି ସବୁ ଜିନିଷକୁ କରନ୍ତୁ ସାମିଲ
ମଧ୍ୟାହ୍ନ ଭୋଜନ ବା ଲଞ୍ଚ ପରେ ଅନେକ ଲୋକଙ୍କୁ ଖୁବ୍ ଅଳସୁଆ ଲାଗିଥାଏ। ନିଦ ବି ମାଡିଆସେ। କୌଣସି ଜିନିଷ ଉପରେ ଧ୍ୟାନ ଦେବା ବି କଷ୍ଟକର ହୋଇଯାଏ। ଶରୀର ପୂର୍ବ ପରି ଫିଟ୍ ଲାଗେନି। ଯଦିଓ ଏହା ପ୍ରାୟତଃ ସମସ୍ତଙ୍କ ସହ ହୁଏନି, କିନ୍ତୁ ଅନେକଙ୍କ ନିକଟରେ ଦେଖିବାକୁ ମିଳିଥାଏ। ଏଭଳି ଅନୁଭବ ଭାରୀଏବଂ ଅତ୍ୟଧିକ ଖାଇବା କିମ୍ବା ଶରୀରର ହଜମ ପ୍ରକ୍ରିୟା ଯୋଗୁଁ ହୋଇପାରେ। ତେଣୁ, ମଧ୍ୟାହ୍ନ ଭୋଜନ ପରେ ଆପଣଙ୍କ ଖାଦ୍ୟ ଏବଂ ଦୈନନ୍ଦିନ ଅଭ୍ୟାସ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ।
ଲଞ୍ଚ ପରେ ଏକ ଉପଯୁକ୍ତ ଖାଦ୍ୟ ଦୀର୍ଘସ୍ଥାୟୀ ଶକ୍ତି ଯୋଗାଇପାରେ, ଯାହାଦ୍ବାରା ସାରା ଦିନ କାମ କରିବା ସହଜ ହୁଏ। ଏହା ସହିତ, ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ବି ମିଳିଥାଏ। ଫଳରେ ଥକ୍କାପଣ ଏବଂ ଆଳସ୍ୟ ହ୍ରାସ କରିବାରେ ସାହାଯ୍ୟ ମିଳେ। ସଠିକ୍ ଖାଦ୍ୟ ଏବଂ ସୁସ୍ଥ ଅଭ୍ୟାସ ଗ୍ରହଣ କରି, ଜଣେ ମ ସମୟରେ ମଧ୍ୟ ସକ୍ରିୟ ଏବଂ ସତେଜ ଅନୁଭବ କରିପାରିବେ। ଆସନ୍ତୁ ଜାଣିବା ମଧ୍ୟାହ୍ନ ଲଞ୍ଚ ପରେ କେଉଁ ଖାଦ୍ୟ ସାମିଲ କରାଯିବା ଉଚିତ। ସକ୍ରିୟ ରହିବା ପାଇଁ କେଉଁ ଅଭ୍ୟାସ ଗ୍ରହଣ କରାଯିବା ଦରକାର ଏବଂ କାହାକୁ ଏଡାଇବା ଉଚିତ।
ଲଞ୍ଚ ପରେ ଗୋଟିଏ ଗ୍ଲାସ ବଟରମିଲ୍କ ପିଇବା ଲାଭଦାୟକ ହୋଇପାରେ। ଏଥିରେ ପ୍ରୋବାୟୋଟିକ୍ସ ରହିଛି, ଯାହା ହଜମ ପ୍ରକ୍ରିୟାକୁ ଭଲ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରକୁ ଥଣ୍ଡା କରିପାରେ ଏବଂ ଆପଣଙ୍କୁ ହାଲୁକା ଏବଂ ସତେଜ ଅନୁଭବ କରାଇବାରେ ସାହାଯ୍ୟ କରେ। ମଧ୍ୟାହ୍ନ ଭୋଜନ ପରେ ସେଓ, କମଳା,ଅମୃତଭଣ୍ଡା, କିମ୍ବା ପିଜୁଳି ଭଳି ଫଳ ଖାଇପାରିବେ। ଏଥିରେ ଫାଇବର, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ। ଯାହା ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ । ଏହା ପେଟକୁ ହାଲୁକା ଅନୁଭବ କରାଇବାରେ ମଧ୍ୟ ସାହାଯ୍ୟ କରେ। ମୁଗ ଡାଲିର ଗଜାରେ ପ୍ରୋଟିନ୍, ଫାଇବର ଏବଂ ଅନେକ ଭିଟାମିନ୍ ଥାଏ। ଏହାକୁ ଖାଇବା ଦ୍ୱାରା ପୁଷ୍ଟିସାର ମିଳିଥାଏ ଏବଂ ଦୀର୍ଘ ସମୟ ପାଇଁ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରିପାରେ। ଏହା ହାଲୁକା ମଧ୍ୟ, ଯାହା ମଧ୍ୟାହ୍ନ ଭୋଜନ ପାଇଁ ଏକ ଭଲ ପସନ୍ଦ। ଲଞ୍ଚର ୩ ରୁ ୪୫ ମିନିଟ୍ ପରେ ଗ୍ରୀନ୍ ଟି ପିଇପାରିବେ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଥାଏ। ଏହା ଶରୀରକୁ ଫୂର୍ତ୍ତି କରିବା ସହ ଖୁବ୍ ଲାଭଦାୟକ। ଏହାଛଡା ଭଜା ଚଣା ବି ଖାଇପାରିବେ। ଏଥିରେ ପ୍ରୋଟିନ୍ ଫାଇଭର ଭଲ ମାତ୍ରାରେ ଥାଏ। ଶୀଘ୍ର ଭୋକ ହୁଏନି ଓ ଶରୀରକୁ ଆକ୍ଟିଭ ରଖିଥାଏ।
ମଧ୍ୟାହ୍ନ ଭୋଜନର ତୁରନ୍ତ ପରେ ଶୋଇ ପଡନ୍ତୁ ନାହିଁ। ଖାଇବାର ୧୦ ରୁ ୧୫ ମିନିଟ ଅଳ୍ପ ଚଲାବୁଲା କରନ୍ତୁ। ଏହାଦ୍ବାରା ପାଚନ ଶକ୍ତି ଭଲ ହେବ। ଦିନସାରା ପର୍ଯ୍ୟାପ୍ତ ପାଣି ପିଅନ୍ତୁ। ଖାଦ୍ୟକୁ ଭଲ ଭାବରେ ଚୋବାଇକି ଖାଇବାର ଅଭ୍ୟାସ ବି ରଖନ୍ତୁ। ମଧ୍ୟାହ୍ନ ଭୋଜନ ପରେ ଅତ୍ୟଧିକ ମିଠା, ତେଲ ଛଡା ଖାଦ୍ୟ ଏବଂ ଜଙ୍କଫୁଡ୍ଠାରୁ ରୁ ଦୂରେଇ ରୁହନ୍ତୁ। ଅତ୍ୟଧିକ ଖାଇବା ଦ୍ୱାରା ଆଳସ୍ୟ ଏବଂ ଭାରୀପଣ ମଧ୍ୟ ବଢ଼ିପାରେ। ଯଦି ଆପଣ ଚାହାଁନ୍ତି ଯେ ଆପଣଙ୍କ ଶରୀର ମଧ୍ୟାହ୍ନରେ ବି ସକ୍ରିୟ ରହୁ, ତେବେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ ଏବଂ ଅସ୍ୱାସ୍ଥ୍ୟକର ଜିନିଷ ଖାଇବାକୁ କମ୍ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।