Welcome!

Unlock your personalized experience.
Sign Up

ଲଘୁଚାପ ପ୍ରଭାବ : ଆଉ ୩ ଦିନ ବର୍ଷା ସମ୍ଭାବନା , ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

Jul 18, 2026 - 17:49
ଲଘୁଚାପ ପ୍ରଭାବ : ଆଉ ୩ ଦିନ ବର୍ଷା ସମ୍ଭାବନା , ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର, ୧୮।୭ : ବର୍ତ୍ତମାନ ସକ୍ରିୟ ରହିଥିବା ଲଘୁଚାପଟି ଦୁର୍ବଳ ହୋଇ ଘୁର୍ଣ୍ଣିବଳୟରେ ପରିଣତ ହୋଇଛି। ଘୁର୍ଣ୍ଣିବଳୟ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମ ଅଂଶ ଏବଂ ସଂଲଗ୍ନ ଉତ୍ତର ଝାଡଖଣ୍ଡ ଉପରେ ରହିଛି। ସମୁଦ୍ର ପତନ ଠାରୁ ୪.୫ କିମି ପର୍ଯ୍ୟନ୍ତ ବ୍ୟାପିଛି। ପ୍ରଭାବରେ ଆହୁରି ୩ ଦିନ ପ୍ରବଳ ବର୍ଷା ସହ ୫ ଦିନ ଯାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଳ୍ପ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଥିବା ବେଳେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡା ,ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ସୁନ୍ଦରଗଡ ଓ ମୟୂରଭଂଜ କୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ରବିବାର ଅନେକ ସ୍ଥାନରେ ବର୍ଷା ଥିବା ବେଳେ କେନ୍ଦୁଝର,ମୟୁରଭଞ୍ଜ ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି। ସେହିପରି ଉପକୂଳ ଓଡ଼ିଶାର ୧୧ ଜିଲ୍ଲା ରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ଝଟକା ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୨୭ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ।

ସେପଟେ ଜୁନ ୧ ରୁ ଏଯାବତ ୪୫୮.୫ ମିମି ବର୍ଷା ରେକର୍ଡ଼ ହୋଇଛି। ଏହା ସ୍ୱାଭାବିକ ବର୍ଷାଠାରୁ ୧୬ ପ୍ରତିଶତ ଅଧିକ ବର୍ଷା ରାଜ୍ୟରେ ହୋଇଛି। ଗତ ୨୪ ଘଂଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବା ବେଳେ ୧୬ ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ଏବେ ବି କଳାହାଣ୍ଡି କନ୍ଧମାଳ ଓ ମୟୁରଭଞ୍ଜ ୩ ଜିଲ୍ଲାରେ ନିଆଁଣ୍ଟିଆ ବର୍ଷା ରହିଛି। ଅନ୍ୟପଟେ ଗତ ୨୪ ଘଂଟାରେ ୧୩ ଟି ଜିଲ୍ଲାରେ ଅତି ପ୍ରବଳବର୍ଷା ସମ୍ଭାବନା ଥିବା ବେଳେ ପୁରୀ ସତ୍ୟବାଦୀ ରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି ।

ଆହୁରି ପଢନ୍ତୁ : ରାଜ୍ୟର କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି, ରବିବାର ସୁଦ୍ଧା ନଦୀରୁ ପାଣି କମିଯିବ

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।