29 JULY 2026

Welcome!

Unlock your personalized experience.
Sign Up

ଲଗାଣ ବର୍ଷାରେ ବୁଡ଼ିଲା ଚଣାଗଡି ପୋଲ , ଯୋଗାଯୋଗ ବିଚ୍ଛିନ୍ନ

Jul 29, 2026 - 17:46
ଲଗାଣ ବର୍ଷାରେ ବୁଡ଼ିଲା ଚଣାଗଡି ପୋଲ , ଯୋଗାଯୋଗ ବିଚ୍ଛିନ୍ନ

ଆଠମଲ୍ଲିକ, ୨୯।୭ : ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷାରେ ବୁଡ଼ିଲା ଆଠମଲ୍ଲିକ ଦାରୁହା ପୂର୍ତ୍ତ ରାସ୍ତାର ଥିବା ଚଣାଗଡି ପୋଲ । ପୋଲ ବୁଡିଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ଲଗାଣ ବର୍ଷା ଯୋଗୁ ଜାମୁଡୋଲି ପଞ୍ଚାୟତର ୯ ଟି ଗାଁର ଚାରି ହଜାରରୁ ଉର୍ଦ୍ଧ ଲୋକ ପାଣିଘେରରେ ରହିଛନ୍ତି। ଚଣାଗଡି ପୋଲ ଉପରେ ଚାରି ଫୁଟ ଉଚ୍ଚତାରେ ମହାନଦୀର ବନ୍ୟା ପାଣି ଆସି ପ୍ରବାହିତ ହେଉଛି | ଧୀରେ ଧୀରେ ବନ୍ୟା ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି | ଆସନ୍ନ ବନ୍ୟା ଆଶଙ୍କାରେ ଜାମୁଡୋଲି ପଞ୍ଚୟତ ବାସୀ ଭୟଭୀତ ହୋଇପଡିଛନ୍ତି।

ସୂଚନାଯୋଗ୍ୟ ଯେ  ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି  ସୃଷ୍ଟି ହୋଇଛି । ବର୍ଷାରେ  ଉତ୍ତର ଓଡ଼ିଶା ଉବୁଟୁବୁ ହେଉଛି। ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ମୟୂରଭଞ୍ଜ ଏବଂ ସମ୍ବଲପୁର ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ୬ ଜିଲ୍ଲାର ୪୪ ବ୍ଲକ ପ୍ରଭାବିତ ହୋଇଛନ୍ତି। ୭ ହଜାର ୯୦୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ଆହୁରି ପଢନ୍ତୁ : ବିଲରେ କାମ କରି ଫେରୁଥିଲେ, ନାଳରେ ଭାସିଯାଇ ଚାଷୀ ମୃତ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।