16 JULY 2026

Welcome!

Unlock your personalized experience.
Sign Up

ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀ ବୈଠକ

Jul 15, 2026 - 23:12
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀ ବୈଠକ

ଭୂବନେଶ୍ୱର,୧୫/୭ : ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବୁଧବାର ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ପ୍ରଭାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାର୍ଟିର ସାଂଗଠନିକ ଦୃଷ୍ଟିକୋଣରୁ ବୁଥ୍ କମିଟିଠାରୁ ଆରମ୍ଭ କରି ମଣ୍ଡଳ କମିଟି ଓ ଜିଲ୍ଲା କମିଟି ସମେତ ସମସ୍ତ ମୋର୍ଚ୍ଚା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଭାରତୀୟ ଜନତା ପାର୍ଟିର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥାଏ । ସେ ଦୃଷ୍ଟିରୁ ଆଜି ପାର୍ଟିର ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ଷେତ୍ରୀୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂସଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ପ୍ରଭାରୀମାନେ ଉପସ୍ଥିତ ଥିଲେ ।

ସଙ୍ଗଠନକୁ ବୁଥ୍ ସ୍ତର ପର୍ଯ୍ୟନ୍ତ ସଶକ୍ତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ବୁଥ ସ୍ତର ପର୍ଯ୍ୟନ୍ତ ପହଂଚାଇବା ପାଇଁ ବିସ୍ତୃତ ଆଲୋଚନା ହୋଇଛି । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମଧ୍ୟ ଆଲୋଚନା ହୋଇଛି । ଭାରତୀୟ ଜନତା ପାର୍ଟି ଏକ ରାଜନୈତିକ ଦଳ ଏବଂ ସବୁବେଳେ ନିର୍ବାଚନ ପାଇଁ ପୂର୍ବ ଓ ପୂର୍ଣ୍ଣ ପ୍ରସ୍ତୁତ ଥାଏ । ସେହି ଆଧାରରେ ଆଗାମୀ ଦିନମାନଙ୍କରେ ହେବାକୁ ଥିବା ନିର୍ବାଚନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା କରାଯାଇଛି । ମଣ୍ଡଳ ଓ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ସଫଳତାର ସହ ରାଜ୍ୟରେ ସମାପ୍ତ ହୋଇଛି । ଆଗାମୀ ଦିନରେ ସମସ୍ତ ମୋର୍ଚ୍ଚାର ଏବଂ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆଲୋଚନା ହୋଇଥିଲା ।

ସେହିପରି ଯାଜପୁର ଲୋକସଭା କ୍ଷେତ୍ରର କୋର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯାଜପୁର ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତି, ପ୍ରଭାରୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଯାଜପୁର ସାଂସଦ ରବି ନାରାୟଣ ବେହେରାଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟକ ପ୍ରାର୍ଥୀ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଥିଲେ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।