ରାଜପାଲଙ୍କ ଲାଗି ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ, ଦିଲ୍ଲୀ ହାଇକୋର୍ଟ ଶୁଣାଇବେ ନିଷ୍ପତ୍ତି
ନୂଆଦିଲ୍ଲୀ,୯/୭ : ଅଭିନେତା ରାଜପାଳ ଯାଦବଙ୍କ ଲାଗି ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ଦିନ ହେବାକୁ ଯାଉଛି । ରାଜପାଲ ଯାଦବଙ୍କ ବିପକ୍ଷରେ ରୁଜୁ ହୋଇଥିବା ଚେକ୍ ବାଉନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟ ଆସନ୍ତାକାଲି ନିଷ୍ପତ୍ତି ଶୁଣାଇବେ । କମ୍ପାନୀ ମୁରଲୀ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ରାଜପାଲ ଯାଦବଙ୍କ ବିପକ୍ଷରେ ମାମଲା ରୁଜୁ କରିଥିଲା । ମାତ୍ର ଏବେ ରାଜପାଲ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି ।
ରାଜପାଲ ଯାଦବ ୨୦୧୦ରେ ଫିଲ୍ମ ‘ଅତା-ପତା-ଲାପତା’ର ନିର୍ଦ୍ଦେଶନା ଲାଗି ମୂରଲୀ ପ୍ରୋଜେକ୍ଟ୍ସ ପ୍ରାଇଭେଟ ଲିମିଟେଡରୁ ୫କୋଟି ଟଙ୍କା ଲୋନ ନେଇଥିଲେ। ଫିଲ୍ମ ଫ୍ଲପ୍ ହୋଇଯାଇଥିଲା । ରାଜପାଲ ଯାଦବ ଟଙ୍କା ଦେଇପାରିନଥିଲେ । ଏହି ମାମଲାରେ ସୁଧ ସହ ଏହି ଟଙ୍କା ବଢି ୯କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ରାଜପାଲ ଯାଦବ କମ୍ପାନୀକୁ ଯେଉଁ ଚେକ୍ ଦେଇଥିଲେ ତାହା ବାଉନ୍ସ ହୋଇଯାଇଥିଲା । ୨୦୧୮ରେ ଦିଲ୍ଲୀର କଡ଼କଡଡୁମା କୋର୍ଟ ତାଙ୍କୁ ୬ମାସର ଜେଲ୍ ସଜା ଶୁଣାଇଥିଲେ ।
ଏହାପରେ ରାଜପାଲ ଯାଦବ ହାଇକୋର୍ଟରେ ଅପିଲ କରିଥିଲେ । ରାଜପାଲ ଯାଦବଙ୍କୁ କେତେକ ଥର ଆଶ୍ବସ୍ତ ମିଳିଥିଲା । ପରେ ଫେବୃଆରୀ ୨୦୨୬ରେ ଦିଲ୍ଲୀ ହାଇକୋର୍ଟ ରାଜପାଲ ଯାଦବଙ୍କ ବକେୟ ଦେବା ଲାଗି ଆହୁରି ସମୟ ଦେବା ଲାଗି ଆବେଦନକୁ ଖାରଜ କରି ଦେଇଥିଲେ । ଏହାପରେ ରାଜପାଲ ତିହାଡ଼ ଜେଲରେ ସରେଣ୍ଡର କରିଥିଲେ । ଏହି ମାମଲାରେ ଅଭିନେତାଙ୍କୁ ୧୭ଫେବୃଆରୀରେ ବେଲ୍ ମିଳିଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।