ରାଜକୁମାର ହିରାନୀଙ୍କ ପୁଅକୁ ନେଇ ଭାବୁକ ହେଲେ ଅମୀର, ‘ପ୍ରିତମ ଏଣ୍ଡ ପେଡ୍ରୋ’କୁ କଲେ ପ୍ରଶଂସା

Jul 04, 2026 - 21:33
ରାଜକୁମାର ହିରାନୀଙ୍କ ପୁଅକୁ ନେଇ ଭାବୁକ ହେଲେ ଅମୀର, ‘ପ୍ରିତମ ଏଣ୍ଡ ପେଡ୍ରୋ’କୁ କଲେ ପ୍ରଶଂସା
ମୁମ୍ବାଇ,୪/୭ : ବୀର ହିରାନୀ ଓ୍ବେବ ସିରିଜ ‘ପ୍ରିତମ ଏଣ୍ଡ ପେଡ୍ରୋ’ରୁ ଅଭିନୟରେ ନିଜର ଡେବ୍ୟୁ କରିଛନ୍ତି । ମାତ୍ର ସେ ଏହା ପୂର୍ବରୁ ଶିଶୁ କଳାକାର ଭାବେ କାମ କରି ସାରିଛନ୍ତି । ଏବେ ଅଭିନେତା ଅମୀର ଖାନ ବୀର ହିରାନୀଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଏହି ସମୟରେ ସେ ବହୁତ ଭାବୁକ ହେବା ସହ ବୀରଙ୍କୁ ନିଜ ପୁଅ ଭଳି କହିଛନ୍ତି । ପ୍ରକାଶ ଯେ, ନିର୍ଦ୍ଦେଶକ ରାଜକୁମାର ହିରାନୀ ଏବଂ ଅମୀରଙ୍କ ବନ୍ଧୁତା ବଲିଉଡ଼ର ସବୁଠାରୁ ମଜବୁତ ସମ୍ପର୍କ ମଧ୍ୟରୁ ଗୋଟିଏ । ଏହି ବନ୍ଧୁତା ‘୩ ଇଡିୟଟ୍ସ’ ସମୟରୁ ଆରମ୍ଭ ହୋଇଥିଲା । ଅମୀର ଖାନ ବୀରଙ୍କ ସହ ତାଙ୍କର ପୂରା ଟିମକୁ ଶୁଭକାମନା ଦେଇଛନ୍ତି । ଯେଉଁଠାରେ ବୀର ହିରାନୀ ଅଭିନୟର ଡେବ୍ୟୁ କରିଛନ୍ତି ତ ସେହିଭଳି ତାଙ୍କ ବାପା ରାଜକୁମାର ହିରାନୀ ଏହି ଓ୍ବେବ ସିରିଜ ଲେଖିବା ସହ ଏହାକୁ ପ୍ରଯୋଜନା କରିଛନ୍ତି । ଓଟିଟିରେ ଲମ୍ବା ଫର୍ମାଟର ଏହା ତାଙ୍କର ବଡ଼ ପ୍ରୋଜେକ୍ଟ ଅଟେ । ସିରିଜରେ ବୀର ହିରାନୀ ପ୍ରିତମ ପାର୍କର ନାମରେ ଏକ ୟଙ୍ଗ ହ୍ୟାକରର ଚରିତ୍ର ନିଭାଇଛନ୍ତି । ଅମୀର କହିଛନ୍ତି କି ଏହି ଯୁବକ ନିଜ ଜୀବନର ଏକ ନୂଆ ଚ୍ୟାପ୍ଟରରେ ପାଦ ରଖିଛନ୍ତି, ଏକ ପରିଶ୍ରମୀ, ପ୍ରତିଭାଶାଳୀ ପ୍ରଫେଶନାଲ ରୂପରେ ବିକଶିତ ହେବାର ଦେଖିବା ଏକ ବହୁତ ଭଲ ଅନୁଭବ ଅଟେ । ଅଭିନେତା ଆଗକୁ କହିଛନ୍ତି କି, ବୀର ମୋ ପୁଅ ଭଳି ଅଟେ । ଏଥିଲାଗି ଆଜିର ଦିନ ମୋ ଲାଗି ବହୁତ ଭାବୁକ ଏବଂ ଖାସ୍ ଅଟେ । ମୁଁ ତାଙ୍କୁ ବହୁ ବର୍ଷରୁ ବଡ଼ ହେବା ଦେଖିଛି ଏବଂ ‘ପ୍ରୀତମ ଏଣ୍ଡ ପେଡ୍ରୋ’ସହ ତାଙ୍କ ଯାତ୍ରାର ଏହି ନୂଆ ଫେଜରେ ପାଦ ରଖିବାର ଦେଖିବା ମୋ ଲାଗି ବହୁତ ଖୁସିର କଥା । ସେ ଜଣେ ବୁଦ୍ଧିମାନ, ଚିନ୍ତାଶୀଳ ଏବଂ ପରିଶ୍ରମୀ ଯୁବକ । ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଥିବା ଦେଖିବା ମୋ ଲାଗି ବହୁତ ଆନନ୍ଦର କଥା ।" ଆହୁରି ପଢନ୍ତୁ : ‘ଜନ ନାୟଗନ’କୁ ମିଳିଲା A ସାର୍ଟିଫିକେଟ ? ରିଲିଜ ଡେଟକୁ ନେଇ ଆସିଲା ବଡ଼ ଅପଡେଟ୍