ମୃତ୍ୟୁ ବାଣ୍ଟୁଥିଲା ଡେଲିଭରି ବୟ, ଆଶ୍ଚର୍ଯ୍ୟ କରିବ HIV ପଜିଟିଭ୍ ସାଇକୋ କିଲରର କାହାଣୀ
ନୂଆଦିଲ୍ଲୀ: ବୁଲି ବୁଲି ମୃତ୍ୟୁ ବାଣ୍ଟୁଥିଲା ଡେଲିଭରି ବୟ । HIV ପଜିଟିଭ୍ ହୋଇଥିବାବେଳେ ୧୦୦ରୁ ଅଧିକ ପୁରୁଷ ଏବଂ ୧୫ରୁ ଅଧିକ ମହିଳାଙ୍କ ସହ ରଖିଛି ସମ୍ପର୍କ । ଯାହା ନିଜେ ମାନିଥିବାବେଳେ ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଅଭିଯୁକ୍ତ ସାଇକୋ କିଲର ଏବେ ପୁଲିସ ହେପାଜତରେ ଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଖେଳି ଯାଇଛି ଭୟର ବାର୍ତ୍ତାବରଣ ।
ଭୋପାଳର କଟାରା ହିଲ୍ସ ଅଞ୍ଚଳରେ ଡେଲିଭରି ବୟ ଭାବେ କାମ କରୁଥିବା ଯୁବକ ଜଣକୁ ସ୍ଥାନୀୟ ଅଞ୍ଚଳର ସମସ୍ତ ଗଳିକନ୍ଦି ସମ୍ପର୍କରେ ଜଣାଥିବାବେଳେ ଏହାର ଫାଇଦା ଉଠାଉଥିଲା । ସେ ବାରମ୍ବାର ଘର ବଦଳାଉଥିଲା । ଘର ଅପେକ୍ଷା ରାସ୍ତାକଡ଼ ଏବଂ ସାଥୀଙ୍କ ରୁମକୁ ବାଛୁଥିଲା । ଅଭିଯୁକ୍ତ ଜଣକ ଏବେ ପୁଲିସ ରିମାଣ୍ଡରେ ରହିଥିବାବେଳେ ନିଜ ମୁହଁରେ ମାନିଛି ନିଜର ଭୁଲ୍ । ଆଉ କିଭଳି ଏଭଳି କୁମର୍ମ କରୁଥିଲା ସେ ସମ୍ପର୍କରେ ମଧ୍ୟ ମାନିଛି । ସେ ଯେଉଁ ସଂଖ୍ୟାରେ ସମ୍ପର୍କ ରଖିଥିବା କଥା କହିଛି ଏବେ ପୁରା ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଯୁବକ ଜଣକ ବିଭନ୍ନ ସୋସିଆଲ ମିଡିଆ ସାଇଟ୍ ଏବଂ ବିଭିନ୍ନ ଆପରୁ ଯୁବକ ଏବଂ ଯୁବତୀଙ୍କ ସହ ସମ୍ପର୍କ ରଖୁଥିଲା । ରାତିରେ ମଦ କିଣିବା ପରେ ଯୁବକଙ୍କ ସହ କଥା ହୁଏ ଆଉ ତାଙ୍କ ରୁମକୁ ଯାଏ । ସେହିପରି ଯୁବତୀଙ୍କୁ ଏକୁଟିଆ ପାଇଲେ ତାଙ୍କ ସହ ଜୋରଜବରଦସ୍ତ ସମ୍ପର୍କ ରଖିଥାଏ । ୨୦୧୮ ମସିହାରେ ଜେଲରୁ ବାହାରିବା ପରେ ପାଖାପାଖି ୧୦୦ରୁ ଅଧିକ ପୁରୁଷ ଏବଂ ୧୫ରୁ ଅଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲା ବୋଲି ମାନିଛି ଯୁବକ ଜଣକ ।
ଏହି ସାଇକୋ କିଲରର ଅଧିକ ଶିକାର ହୋଇଛନ୍ତି ରାସ୍ତା କଡ଼ରେ ରାତିରେ ବୁଲୁଥିବା ଲୋକ । ଫୁଟପାଥରେ ଶୋଇଥିବା ନିରିହ ଲୋକଙ୍କ ଜୋରଜବରଦସ୍ତ ଏବଂ ବିଭିନ୍ନ ପ୍ରଲୋଭନ ଦେଖାଇ ସମ୍ପର୍କ ରଖେ । ଏମିତିକି ନିଶାରେ ବୁଲୁଥିବା ଯୁବକଙ୍କୁ ରାତିରେ ମଦ ଦେଇ ସେମାନଙ୍କ ସହ ସମ୍ପର୍କ ରଖିଥିବା ନିଜେ ମାନିଛି । ତେବେ ଜଣେ ଯୁବକଙ୍କୁ ଟାଣି ନେଇ ହତ୍ୟା କରିଥିବାବେଳେ ଏହି ସାଇକୋ କିଲରର ସତ ପଦାକୁ ଆସିଥିଲା । ପୁଲିସ ହେପାଜତରେ ଥିବା ଯୁବକ ଯେତିକି ଭୟଭୀତ ନୁହେଁ ଯେଉଁମାନେ ତା ସସ୍ପର୍ଶରେ ଆସିଥିଲେ ସେମାନେ ଅଧିକ ଚିନ୍ତିତ ।
ଏହାସହ ପଢ଼ନ୍ତୁ : ୫ ଦିନ, ୩୦ ରୁ ଅଧିକ ଅମଣିଷ, ଏବଂ ଜଣେ ନିର୍ଦ୍ଦୋଷ ନାବାଳିକା ... ଗଣଦୁଷ୍କର୍ମକୁ ନେଇ ରାଜସ୍ଥାନରେ ଉତ୍ତେଜନା, କନ୍ଦାଇଦେବ ହୋଟେଲ ଘଟଣାର କାହାଣୀ