28 JUNE 2026

Welcome!

Unlock your personalized experience.
Sign Up

Sheikh Hasina : କେବେ ବାଂଲାଦେଶ ଫେରିବେ, କହିଲେ ଶେଖ ହସିନା …ମିଳିଛି ମୃତ୍ୟୁଦଣ୍ଡ

Jun 28, 2026 - 16:35
Sheikh Hasina  : କେବେ ବାଂଲାଦେଶ ଫେରିବେ, କହିଲେ ଶେଖ ହସିନା …ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଦୁଇ ବର୍ଷ ପୂର୍ବେ କ୍ଷମତା ପରିବର୍ତ୍ତନ କାରଣରୁ ନିଜ ଦେଶ ଛାଡ଼ି ଭାରତ ପଳାଇ ଆସି ଥିବା ଶେଖ୍ ହସିନା, ନିଜ ଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସେ ଚଳିତ ବର୍ଷ ବାଂଲାଦେଶ ଫେରି ଯିବେ। ସେ ଅୱାମୀ ଲିଗକୁ କେବଳ ଏକ ଦଳ ନୁହେଁ ନିଜର ଶକ୍ତି ଭାବେ ଦର୍ଶାଇଛନ୍ତି। ସୂଚନା ଯେ, ବାଂଲାଦେଶରେ ୨୦୨୪ ମସିହାର ମଧ୍ୟଭାଗରେ ବଡ଼ ସ୍ତରରେ ବିରୋଧ ଓ ହିଂସାକାଣ୍ଡର ସୂତ୍ରପାତ ହୋଇ ଥିଲା, ଯାହା ପରେ ପ୍ରଧାନମନ୍ତ୍ରୀଙ୍କ ନିବାସ ପର୍ଯ୍ୟନ୍ତ ଭିଡ଼ ପହଞ୍ଚି ଯାଇ ଥିଲା। ଏଥିପାଇଁ ତାଙ୍କୁ ନିଜ ଦେଶକୁ ଛାଡ଼ି ପଳାୟନ କରିବାକୁ ପଡ଼ିଲା ଏବଂ ଭାରତ ସହ ଭଲ ସମ୍ୱନ୍ଧ କାରଣରୁ ନୂଆ ଦିଲ୍ଲୀରେ ସେବେ ଠାରୁ ରହୁଛନ୍ତି। ହସିନା ସ୍ପଷ୍ଟ କରି ଦେଇଛନ୍ତି ଯେ, ଚଳିତ ବର୍ଷ ଶେଷରେ ସେ ବାଂଲାଦେଶ ଫେରି ଯିବେ। ହସିନାଙ୍କ ବାଂଲାଦେଶରେ ଫାଶୀଦଣ୍ଡ ମିଳିଛି।

ଶେଖ ହସିନାଙ୍କ ଭାରତ ଆସିବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ମଧ୍ୟ ହଟେଇ ଦିଆ ଯାଇ ଥିଲା। ତାଙ୍କ ବିରୋଧରେ ସ୍ଥାନୀୟ ସ୍ତରରେ ପ୍ରବଳ କ୍ରୋଧ ଓ ବିରୋଧ ଥିଲା। ହେଲେ ପରେ ପୂରା ଦୁନିଆକୁ ଜଣା ପଡ଼ିଲା ଯେ, ସେହି ଆନ୍ଦୋଳନ ବାଂଲାଦେଶର କୌଣସି ଭଲ ପାଇଁ ନୁହେଁ , ବରଂ ତାକୁ ଆହୁରି ଉଗ୍ରବାଦ ଆଡ଼କୁ ଠେଲି ଦେବା ପାଇଁ ଥିଲା। ହସିନାଙ୍କ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଚାଲିଲା, ଯେଉଁଥିରେ ଖୁବ୍ ଦଙ୍ଗା ହଙ୍ଗାମା ହେଲା। ହିନ୍ଦୁମାନଙ୍କୁ ଖୁବ୍ ନିର୍ଯାତନା ଦିଆ ଗଲା। ଅନେକଙ୍କୁ ଜିଅନ୍ତା ମାରି ଦିଆ ଗଲା ଏବଂ ଅଧିକାଂଶ ମନ୍ଦିର , ଘର ମଧ୍ୟ କ୍ଷତିଗ୍ରସ୍ତ ହେଲା। ଚଳିତ ବର୍ଷ ଫେବ୍ରୁଆରୀରେ ହୋଇ ଥିବା ସାଧାରଣ ନିର୍ବାଚନରେ ବାଂଲାଦେଶରେ ୟୁନୁସଙ୍କୁ କ୍ଷମତାରୁ ହଟେଇ ଦିଆ ଗଲା। ତାରିକ୍ ରହମାନ ପ୍ରଧାନମନ୍ତ୍ରୀ ହେଲେ। ଏହାପରେ ଭାରତ ଓ ବାଂଲାଦେଶର ସମ୍ୱନ୍ଧ ଭଲ ହେବାକୁ ଲାଗିଲା।

ଏନଡିଟିଭିକୁ ଦେଇ ଥିବା ଇଣ୍ଟରଭ୍ୟୁରେ ଯେବେ ଶେଖ୍ ହସିନାଙ୍କୁ ପଚରାଗଲା ଯେ, ଆପଣ ଅନେକ ଥର ସଙ୍କେତ ଦେଇଛନ୍ତି ଯେ, ଆପଣ ଖୁବ୍ ଶୀଘ୍ର ବାଂଲାଦେଶ ଫେରି ଯିବେ, ତ ଏହାକୁ ନେଇ ସେ କହି ଥିଲେ , ମୋର ପ୍ରତ୍ୟାବର୍ତ୍ତନ କୌଣସି ପର୍ସନାଲ ଆମ୍ୱିସନର ପ୍ରଶ୍ନ ନୁହେଁ। ଏହା ଏକ ବହୁତ ବଡ଼ ପ୍ରଶ୍ନ ସହ ଜଡ଼ିତ। ବାଂଲାଦେଶର ଲୋକଙ୍କ ରାଜନୈତିକ ଅଧିକାର , ଗଣତନ୍ତ୍ରର ପୁନରୁଦ୍ଧାର , ଆଇନର ଶାସନ ପ୍ରତିଷ୍ଠା ଅତ୍ୟାବଶ୍ୟକ। ମୁଁ କ୍ଷମତା ପାଇଁ ରାଜନୀତି କରୁ ନାହିଁ ଏବଂ ବାଂଲାଦେଶର ଲୋକଙ୍କ ଭଲ ପାଇଁ ରାଜନୀତି କରୁଛି। ମୁଁ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ସୋନାର ବାଂଲା କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ରାଜନୀତିକୁ ଆସିଛି ଏବଂ ଏହାକୁ ପୂରା କରିବାକୁ କାମ କରୁଛି। ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି ଯେ, ପ୍ରତି ପ୍ରତିବନ୍ଧକ ଓ ଷଡ଼ଯନ୍ତ୍ରକୁ ଅତିକ୍ରମ କରି ମୁଁ ଚଳିତ ବର୍ଷ ନିଜ ଦେଶ ଫେରି ଯିବି।

ଆହୁରି ମଧ୍ୟ ପଢନ୍ତୁ -  Mann ki baat: ମନ୍‌ କି ବାତ୍‌ ରେ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି; 'ସୁନା, ପେଟ୍ରୋଲ ଓ ଡିଜେଲ ସଂରକ୍ଷଣ କରିଛନ୍ତି ଦେଶବାସୀ'