03 AUGUST 2026

Welcome!

Unlock your personalized experience.
Sign Up

ମନମୁଣ୍ଡା ପୁଲିସକୁ ବଡ଼ ସଫଳତା: ବଡ଼ଧରଣର ଗଞ୍ଜେଇ ଚାଲାଣ ପଣ୍ଡ, ୧୮ ବସ୍ତାରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

Aug 02, 2026 - 14:49
ମନମୁଣ୍ଡା ପୁଲିସକୁ ବଡ଼ ସଫଳତା: ବଡ଼ଧରଣର ଗଞ୍ଜେଇ ଚାଲାଣ ପଣ୍ଡ, ୧୮ ବସ୍ତାରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ବୌଦ୍ଧ,୦୨/୦୮: ବୌଦ୍ଧ ମନମୁଣ୍ଡା ପୁଲିସକୁ ବଡ଼ ସଫଳତା। ଚଢ଼ାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ କଲା ପୁଲିସ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ସିଗାଡି ଜଙ୍ଗଲରେ ୧୮ଟି ବସ୍ତାରୁ ପ୍ରାୟ ୯ କୁଇଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ମାଫିଆ ଫେରାର ହୋଇଯାଇଛନ୍ତି। ତେବେ କିଏ କେଉଁଠୁ ଏତେ ପରିମାଣ ଗଞ୍ଜେଇ ଆଣି ଲୁଚାଇ ରଖିଥିଲା ? ଗଞ୍ଜେଇକୁ କେଉଁ ଜାଗାକୁ ଚାଲାଣ କରାଯାଇଥାନ୍ତ ? ତାହାକୁ ନେଇ ପୁଲିସ ଛାନ୍‌ଭିନ୍ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ :-  Human-Wildlife Conflict: ମଣିଷ ଓ କଲରାପତରିଆ ମଧ୍ୟରେ ଲଢ଼େଇ, ବାଘକୁ ମାରି ନିଜ ଜୀବନ ବଞ୍ଚାଇଲେ, ୨ ଜଣ ଗୁରୁତର

ସୂଚନା ଅନୁଯାୟୀ, ଗତକାଲି ଏସଆଇ ନରସିଂହ ମହାପାତ୍ର ଓ ଷ୍ଟାପ୍ ପେଟ୍ରୋଲିଂ କରୁଥିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଲେ ଯେ, ସିଗାଡି ଗ୍ରାମ ଜଙ୍ଗଲ ନିକଟରେ ଗୋଟିଏ ବୁଦାମୂଳରେ କିଛି ଅଜଣା ଲୋକ ଗଞ୍ଜେଇ ବିକ୍ରୟ କରିବା ନିମନ୍ତେ ଗଞ୍ଜେଇ ଗଚ୍ଛିତ କରି ରଖିଛନ୍ତି । ତେଣୁ ଉକ୍ତ ଖବର ପାଇ ସେମାନେ ସେଠାକୁ ଚଢ଼ାଉ କରିଥିଲେ ।ହେଲେ ଦେଖିଲେ ସେଠାରେ କୌଣସି ଲୋକ ନ ଥିଲେ। ବୁଦାମୂଳରେ କିଛି ଜରି ବସ୍ତା ଗଚ୍ଛିତ କରି ରଖିଥିଲେ । ସେଠାରେ ଖୋଜା ଖୋଜି କରିବାରୁ ୧୮ ଟି ଜରି ବସ୍ତା ପାଇଲେ। ସେଥିରୁ ଗଞ୍ଜେଇର ବାସ୍ନା ଆସୁଥିଲା । ଉକ୍ତ ଗଞ୍ଜେଇକୁ ମାଜିଷ୍ଟ୍ରେଟ ଓ ସାକ୍ଷୀମାନଙ୍କର ଉପସ୍ଥିତିରେ ଓଜନ କରାଯାଇଥିଲା। ଗଞ୍ଜେଇ ବସ୍ତାର ଓଜନ ପ୍ରାୟ ୦୯ କୁଇଣ୍ଟାଲ ୦୪ କେଜି ୧୪୦ ଗ୍ରାମ ହୋଇଥିଲା । ଏନେଇ ମନମୁଣ୍ଡା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।