ନୂଆଦିଲ୍ଲୀ : ଭାରତରେ E20 ପେଟ୍ରୋଲକୁ ନେଇ ଜାରି ବିବାଦ ଓ ବିରୋଧ ମଧ୍ୟରେ ଭୁଟାନ ଭାରତର ଅଏଲ ମାର୍କେଟିଂ କମ୍ପାନୀ ଗୁଡ଼ିକର ( OMCs)ର ସେହି ପ୍ରସ୍ତାବକୁ ଏଡେଇ ଦେଇଛି, ଯେଉଁଥିରେ ତାକୁ E20 ଇନ୍ଧନର ଯୋଗାଣ ନେଇ ପ୍ରସ୍ତାବ ଦିଆ ଯାଇଥିଲା। ଭୁଟାନର ପ୍ରମୁଖ ଖବରକାଗଜ ‘ଦ ଭୂଟାନିଜ୍’ର ରିପୋର୍ଟରେ ଏହି ବିଷୟରେ କୁହାଯାଇଛି। ରିପୋର୍ଟ ମୁତାବିକ ଭୁଟାନ ଭାରତକୁ କହିଛି ଯେ, ଯେପର୍ଯ୍ୟନ୍ତ ଭାରତୀୟ ବଜାରରେ ସାଧାରଣ ପେଟ୍ରୋଲ ଉପଲବ୍ଧ ଅଛି , ସେପର୍ଯ୍ୟନ୍ତ ଯୋଗାଣ ଜାରି ରଖାଯାଉ , ହେଲେ ଭୁଟାନ ଇଥାନଲ୍ –ବ୍ଲେଣ୍ଡେଡ ପେଟ୍ରୋଲକୁ ନେଇ ଏତେ ନିରାଶ ମନୋବୃତ୍ତି କାହିଁକି ଆପଣାଇଛି ?
ଉଲ୍ଲେଖନୀୟ ଯେ,ଏହାର ସବୁଠୁ ବଡ଼ କାରଣ ଭୁଟାନର ପୁରୁଣା ଓ ଦୁର୍ବଳ ଫୁଏଲ ଷ୍ଟୋରେଜ୍ ଭିତ୍ତିଭୂମି। ଦେଶର ଅଧିକାଂଶ ଫୁଏଲ ଟାଙ୍କି ମାଟି ତଳେ ନିର୍ମିତ ହୋଇଛି ଏବଂ ଏଥିରେ ପାଣି ନିର୍ଗତ ହେବାର ଆଶଙ୍କା ରହିଛି। ଏହି ସ୍ଥିତିରେ E20 ପେଟ୍ରୋଲର ଖରାପ ହେବା ଓ ଗାଡ଼ି ଗୁଡ଼ିକର କ୍ଷତି ହେବା ବିପଦ ବଢି ଯାଏ। ଏହା ବ୍ୟତୀତ ଭୁଟାନର ପାହାଡ଼ିଆ ଓ ଦୁର୍ଗମ ଭୂଭାଗ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ, ଯେଉଁଠି ଯାନ ଗୁଡ଼ିକୁ ନିରନ୍ତର ଅଧିକ ପାୱାର ଓ ଭରସାଯୋଗ୍ୟ ପ୍ରଦର୍ଶନର ଆବଶ୍ୟକ ରହିଛି। ଅଧିକାରୀଙ୍କ ଆଶଙ୍କା ଯେ, E20 ପେଟ୍ରୋଲ ଏହି ପରିସ୍ଥିତିରେ ଆଶାନୁରୂପ ପ୍ରଦର୍ଶନ ଦେଇ ପାରିବ ନାହିଁ।
ଭାରତରେ E20 ପେଟ୍ରୋଲ ଅର୍ଥାତ୍ ୨୦ ପ୍ରତିଶତ ଇଥାନଲ ଓ ୮୦ ପ୍ରତିଶତ ପେଟ୍ରୋଲର ମିଶ୍ରଣକୁ ନେଇ ପୂର୍ବରୁ ହିଁ ବିବାଦ ଜାରି ରହିଛି। ବଶେଷକରି ୨୦୨୩ ପୂର୍ବରୁ ନିର୍ମିତ ପେଟ୍ରୋଲ ଗାଡ଼ିର ମାଲିକ ମାଇଲେଜ ହ୍ରାସ ହେବା , ମେଣ୍ଟେନାନ୍ସ ଖର୍ଚ୍ଚ ବଢିବା ଓ ଇଞ୍ଜିନ ଉପରେ ଅତିରିକ୍ତ ଚାପ ପଡ଼ିବାର ଅଭିଯୋଗ କରୁଛନ୍ତି। ହେଲେ ସରକାରଙ୍କ କହିବାନୁସାରେ , E20ରେ ମାଇଲେଜ୍ ସାଧାରଣ ହ୍ରାସ ଘଟେ , କିନ୍ତୁ ଏହା ବଦଳରେ ଇଞ୍ଜିନର ପରଫର୍ମାନ୍ସ ଓ ଆକ୍ସିଲରେସନ ଖୁବ ଭଲ ହୋଇଥାଏ। ଆମ ଦେଶର , E20 ପଲିସର ସିଧା ସଳଖ ପ୍ରଭାବ ଭୁଟାନ ଉପରେ ପଡ଼ିଥାଏ , କାରଣ ସେ ନିଜର ପୂରା ଇନ୍ଧନ ଭାରତରୁ ବିଁ ଆମଦାନୀ କରିଥାଏ।
ଭୁଟାନ ବର୍ତ୍ତମାନ ଭାରତରୁ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଏକ୍ସପୋର୍ଟ ଗ୍ରେଡ୍ ପେଟ୍ରୋଲ ଓ ଡିଜେଲ କ୍ରୟ କରୁଛି। ଯାହାର ଦାମ୍ ଭାରତୀୟ ପେଟ୍ରୋଲ ପମ୍ପ ଗୁଡ଼ିକରେ ବିକ୍ରୟ ଇନ୍ଧନ ଠାରୁ ଅଧିକ। କିନ୍ତୁ ଏବେ ଭୁଟାନର ଟ୍ରେଡ୍ ଡିପାର୍ଟମେଣ୍ଟ IOCL , BPCL ଓ HPCL ଭଳି ଭାରତୀୟ କମ୍ପାନୀ ଗୁଡ଼ିକର E20 ଯୋଗାଣ ପ୍ରସ୍ତାବକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରି ଦେଇଛି। ଭୂଟାନୀ ଅଧିକାରୀଙ୍କ ମୁତାବିତ , ପୁରୁଣା ଅଣ୍ଡରଗ୍ରାଉଣ୍ଡ ଟାଙ୍କି ଗୁଡ଼ିକରେ ପାଣି ଲିକେଜ୍ ସାଧାରଣ କଥା। ଏହି ସ୍ଥିତିରେ ଇ-୨୦ ପେଟ୍ରୋଲକୁ ସୁରକ୍ଷିତ ରଖିବା ମୁସ୍କିଲ ହେବ। ବୈଜ୍ଞାନିକ ସ୍ତରରେ ଦେଖିଲେ ଇଥାନଲରେ ହାଇଡ୍ରକ୍ସିଲ ଗ୍ରୁପ୍ ରହିଥାଏ,ଯେଉଁଥି ପାଇଁ ଏହା ଅତ୍ୟଧିକ ହାଇଗ୍ରୋସ୍କୋପିକ୍ ହୋଇଥାଏ, ଅର୍ଥାତ୍ ଏହା ସହଜରେ ବାତାବରଣ ଆଟରୁ ଆର୍ଦ୍ରତା ଶୋଷଣ କରିଥାଏ।
ଆହୁରି ମଧ୍ୟ ପଢନ୍ତୁ : ଏନର୍ଜୀ ଡ୍ରିଙ୍କ କମ୍ପାନୀ ଉପରେ FSSAIର ଆକ୍ସନ, ବିଭ୍ରାନ୍ତିକର ଦାବି ପାଇଁ ଦିଆଗଲା ନୋଟିସ
ଏଣୁ ସାଧାରଣ ପେଟ୍ରୋଲ ତୁଳନାରେ ଇ-୨୦ରେ ପାଣି ମିଶି ଯିବାର ବିପଦ ଅଧିକ ରହିଥାଏ। ଯଦି ଏପରି ଇନ୍ଧନରେ ପାଣି ମିଶି ଯାଏ ତ ଏହାକୁ ସହଜରେ ଅଲଗା କରାଯାଇ ପାରିବ ନାହିଁ। ଏଥିରେ ଇନ୍ଧନର ଗୁଣବତ୍ତା ଖରାପ ହୁଏ ଏବଂ ଷ୍ଟିଲ୍ ଟ୍ୟାଙ୍କ ଏବଂ ପାଇପଲାଇନରେ କଳଙ୍କି ଲାଗିବା ପ୍ରକ୍ରିୟା ଦ୍ରୁତ ହୋଇଯାଏ।