06 AUGUST 2026

Welcome!

Unlock your personalized experience.
Sign Up

ବନ୍ୟା ଜଳରେ ଭାସିଯାଇଥିଲେ ଯୁବକ, ମିଳିଲା ମୃତଦେହ

Aug 05, 2026 - 21:02
ବନ୍ୟା ଜଳରେ ଭାସିଯାଇଥିଲେ ଯୁବକ, ମିଳିଲା ମୃତଦେହ

ଆଳି,୫।୮(ଆପ୍ର): ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରାରେ ବନ୍ୟାଜଳରେ ଭାସିଯାଇଥିବା ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ବନ୍ୟା ଜଳ ଭିତରେ ଏକ ବେଣା ବଣ ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୁବକ ଜଣକ ହେଲେ ପ୍ରବୀର ଦାସ(୩୧) ।

ଆଜିକୁ ୭ ଦିନ ହେବ ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ରେ ୫ ଫୁଟ ର ବନ୍ୟାଜଳ ପ୍ରବାହିତ ହେଉଅଛି l ଗୋଟେ ପଟରୁ ଅନ୍ୟପଟକୁ ପାରିହେବା ପାଇଁ ଡ଼ଙ୍ଗା ର ଆବଶ୍ୟକ ପଡୁଛି l ତେବେ ଗତ ଦୁଇ ଦିନ ହେବ ବନ୍ୟା ସ୍ଥିତି ରେ ସୁଧାର ଆସିବା ଫଳରେ ବନ୍ୟା ସ୍ରୋତ ଟିକେ କମିଛି l ଆଳି ଥାନା ଅନ୍ତର୍ଗତ ପେତପଡା ପଞ୍ଚାୟତ ଅଧୀନ ଠାକୁରପାଟଣା ଗ୍ରାମର ସୁଧୀର ଦାସ ଙ୍କ ପୁଅ ପ୍ରବୀର ଦାସ(୩୧) ଓରଫ ସୀତୁନା ଗତକାଲି ସକାଳେ ଆଳି କୁ ଏକ ଜରୁରୀ କାର୍ଯ୍ୟ ନିମନ୍ତେ ଯାଇ ଘରକୁ ଫେରି ନଥିଲେ l ତେବେ ଆଳି ରୁ ଘରକୁ ଫେରିବା ସମୟରେ ମାନପୁର ଘୋଷରା ନିକଟରେ ସେ ଡ଼ଙ୍ଗା ପାରି ହେବା ପାଇଁ ପ୍ରତୀକ୍ଷା କରିଥିବା ପ୍ରତେକ୍ଷଦର୍ଶୀ ମାନେ କହିଥିଲେ । ପରେ ଅଗ୍ନିଶମ ବାହସୀ ପହଞ୍ଚି ଖୋଜାଖୋଜି କରିଥିଲେ।ଆଳି ଅଗ୍ନିଶମ ବାହିନୀ ର ଏକ ଟିମ ଗତକାଲି ଠାରୁ ଖୋଜାଖୋଜି ଜାରି ରଖିଥିବା ବେଳେ ଆଜି ବନ୍ୟା ଜଳ ଭିତରେ ଏକ ବେଣା ବଣ ମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି l ଆଜି ତାଙ୍କ ମୃତ ଦେହ ମିଳିବା ପରେ ପରିବାର ସମେତ ତାଙ୍କ ଗ୍ରାମରେ ଶୋକ ର ଛାୟା ଖେଳି ଯାଇଛି l ପରିବାର ପକ୍ଷରୁ ଏତଲା ପରେ ମୃତ ଦେହ କୁ ଆଳି ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆଯାଇଥିବା ଜଣାପଡିଛି l

ଆହୁରି ପଢନ୍ତୁ : ଏବିପିଏମଜେଏୱାଇ–ଜିଜେଏୱାଇରେ ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନର ଆଉ ୯୧ ସ୍ୱତନ୍ତ୍ର ପ୍ୟାକେଜ ସାମିଲ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।