ଫିକ୍ସ ଡିପୋଜିଟ୍ ନୁହେଁ, ଏସବିଆଇର ଏହି ସ୍କିମ୍ରେ କରନ୍ତୁ ନିବେଶ: ମାସକୁ ମାତ୍ର ୬୧୦ ଟଙ୍କା
ନୂଆଦିଲ୍ଲୀ,୪।୮: କ’ଣ ଆପଣ ଗୋଟିଏ ଥରରେ କୌଣସି ବଡ ଆକାରର ଟଙ୍କା ନିବେଶ ପାଇଁ ୧ ଲକ୍ଷ ଟଙ୍କାର ଫଣ୍ଡ ତିଆରି କରିବାକୁ ଚାହାନ୍ତି ? ଯଦି ହଁ ତେବେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ‘ହର ଘର ଲକ୍ଷତପତି’ ସ୍କିମ୍ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଏହି ସ୍କିମ୍ରେ ପ୍ରତି ମାସ ସ୍ପଳ୍ପ ପରିମାଣର ଟଙ୍କା ଜମା କରି ଧାର୍ଯ୍ୟ ସମୟ ପରେ ୧ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ଫଣ୍ଡ ତିଆରି କରିହେବ। ଆସନ୍ତୁ ଜାଣିବା ଏହି ଯୋଜନା କିଭଳି କାମ କରିଥାଏ, କିଏ ଏଥିରେ ନିବେଶ କରିପାରିବେ। ସ୍କିମରେ ପ୍ରତିମାସ କେତେ ଟଙ୍କା ଜମା କରିବାକୁ ପଡେ।
କ’ଣ ରହିଛି ଏସବିଆଇର ଲକ୍ଷପତି ସ୍କିମ୍ ?
ଏସବିଆଇର ‘ହର ଘର ଲକ୍ଷପତି’ ଏକ ରିକରିଂ ଡିପୋଜିଟ୍(ଆରଡି) ଯୋଜନା। ଏଥିରେ ଗ୍ରାହକ ପ୍ରତି ମାସ ଏକ ଧାର୍ଯ୍ୟ ଅର୍ଥ ଜମା କରନ୍ତି ଓ ମାଚ୍ୟୁରିଟି ଉପରେ ସୁଧ ସହିତ ଏକା ସାଙ୍ଗରେ ଟଙ୍କା ମିଳିଥାଏ। ଏହି ଯୋଜନାର ଖାସ୍ କଥା ହେଲା ଏଥିରେ ମାସିକ କିସ୍ତି ଆପଣଙ୍କ ଟାର୍ଗେଟ ହିସାବରେ ଧାର୍ଯ୍ୟ କରାଯାଇଥାଏ। ଯଦି ଆପଣଙ୍କ ଟାର୍ଗେଟ ୧ ଲକ୍ଷ ଓ ୨ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଫଣ୍ଡ ତିଆରି ହୋଇଥାଏ। ଏହା ଅନୁସାରେ, ପ୍ରତି ମାସ ଜମା କରାଯାଇଥିବା ଅର୍ଥ ଧାର୍ଯ୍ୟ କରିହୁଏ।
କିଏ ଖୋଲି ପାରିବେ ଖାତା ?
ଏହି ଯୋଜନା ସବୁ ଭାରତୀୟ ନିବାସୀଙ୍କ ପାଇଁ ଉପଲବ୍ଧ ରହିଛି। ଏଥିରେ ସିଙ୍ଗିଲ ଓ ଜଏଣ୍ଟ ଉଭୟ ପ୍ରକାର ଖାତା ଖୋଲି ହେବ। ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ପିଲା, ଯେଉଁମାନେ ନିଜେ ସାଇନ୍ କରିପାରନ୍ତି। ସେମାନେ ଖାତା ଖୋଲିପାରିବେ। ଏଥିରେ ଛୋଟ ପିଲାଙ୍କ ପାଇଁ ବାପା-ମା କିମ୍ବା ଆଇନଗତ ଅଭିଭାବକ ଖାତା ଖୋଲି ପାରିବେ। ସିନିୟର ସିଟିଜେନ୍ସ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ।
କେତେ ସମୟ ପାଇଁ କରିପାରିବେ ନିବେଶ ?
ଏହି ଯୋଜନାରେ ନିବେଶ ଅବଧି ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଚୟନ କରିହେବ। ସର୍ବନିମ୍ନ ଟାର୍ଗେଟ ଆମାଉଣ୍ଟ ୧ ଲକ୍ଷ ଟଙ୍କା ରହିଛି। ଯଦି କୌରସି ଗ୍ରାହକ ଏହାଠାରୁ ଅଧିକ ଟଙ୍କା ଜାମ କରିବାକୁ ଚାହାନ୍ତି, ତେବେ ସେ ୨ ଲକ୍ଷ, ୩ ଲକ୍ଷ କିମ୍ବା ତା’ଠାରୁ ଅଧିକ ଟାର୍ଗେଟ ଚୟନ କରିପାରନ୍ତି।
୧ ଲକ୍ଷ ଟଙ୍କାରୁ ଅଧିକ ପାଇଁ ପ୍ରତି ମାସ କେତେ ଜମା କରିବାକୁ ହେବ ?
ଯଦି ଆପଣଙ୍କ ଟାର୍ଗେଟ ୧ ଲକ୍ଷରୁ ଅଧିକ ଫଣ୍ଡ ତିଆରି କରିବା, ତେବେ ନିବେଶ ପିରିୟଡ ଅନୁସାରେ, ମାସିକ କିସ୍ତି ଅଲଗା ଅଲଗା ହେବ। ଯଦି ଆପଣ ୧୦ ବର୍ଷରେ ୬୧୦ ଟଙ୍କା ପ୍ରତି ମାସ ଦିଅନ୍ତି, ତେବେ ପ୍ରତିଦିନ ହିସାବରେ କେବଳ ୨୦ ଟଙ୍କା ସଞ୍ଚୟ କରିବାକୁ ହେବ। ୩ ବର୍ଷ ପାଇଁ ୨୫୧୦ ଟଙ୍କା, ୪ ବର୍ଷ ପାଇଁ ୧୮୨୦ ଟଙ୍କା ଏବଂ ୫ ବର୍ଷ ପାଇଁ ୧୪୨୦ ଟଙ୍କା ମାସିକ ସଞ୍ଚୟ କରିବାକୁ ହେବ। ସେଭଳି ୧୦ ବର୍ଷ ପାଇଁ ମାସିକ ୬୧୦ ଟଙ୍କା ସଞ୍ଚୟ କରିବାକୁ ହେବ।
ଦରକାର ପଡିଲେ ଟଙ୍କା ବାହାର କରିବାର ନିୟମ
ଦରକାର ପଡିଲେ ଆରଡିକୁ ସମୟ ପୂର୍ବରୁ ବନ୍ଦ ବି କରିହେବ। ତେବେ ସମୟ ପୂର୍ବରୁ ଖାତା ବନ୍ଦ କରିବା ଉପରେ ବ୍ୟାଙ୍କ ଜରିମାନା ଆଦାୟ କରିଥାଏ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ଆମାଉଣ୍ଟରେ ୦.୫୦ % ଓ ଏହାଠାରୁ ଅଧିକ ଆମାଉଣ୍ଟରେ ୧%ର ପେନାଲ୍ଟି ଲାଗୁ ହୁଏ। ଏହି ଜମା ଆମାଉଣ୍ଟ ୭ ଦିନରୁ କମ୍ ସମୟ ପର୍ଯ୍ୟନ୍ତ ବ୍ୟାଙ୍କରେ ରହିଥାଏ । ତେଣୁ ଏହା ଉପରେ କୌଣସି ସୁଧ ମିଳିନଥାଏ।
ଆହୁରି ପଢନ୍ତୁ : ‘୩ ମିନିଟ୍ରେ ତିିନି ବିଲ୍ ପାସ୍, ଟିକେ ବି ଆଲୋଚନା ନାହିଁ’, ସଂସଦରେ ପାସ୍ ହୋଇଥିବା ବିଲ୍କୁ ନେଇ ବର୍ଷିଲେ ପ୍ରିୟଙ୍କା ଚର୍ତୁବେଦୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।