ପାରାଦୀପ-ହରିଦାସପୁର ରେଳ ଲାଇନ ଦୋହରୀକରଣ, ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆଉ ଏକ ମାଇଲଖୁଣ୍ଟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୧୫।୭ : ପାରାଦୀପ-ହରିଦାସପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଏହା ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ ରାଜ୍ୟର ଶିଳ୍ପ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଉଲ୍ଲେଖ କରନ୍ତି।
ଏହି ପ୍ରକଳ୍ପ ପାରାଦୀପ ବନ୍ଦରକୁ ରେଳ ସଂଯୋଗୀକରଣରେ ଉନ୍ନତି ଆଣିବ। ମାଲ ପରିବହନ ବୃଦ୍ଧି ହେବ।, ଯାତ୍ରୀ ଏବଂ ସାମଗ୍ରୀର ଅଧିକ ପରିବହନ ସୁନିଶ୍ଚିତ କରିବ। ଏହା ପ୍ରଧାନମନ୍ତ୍ରୀ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଅଧୀନରେ ଏକ ପ୍ରମୁଖ ଲଜିଷ୍ଟିକ୍ସ ଏବଂ ଶିଳ୍ପ ହବ୍ ଭାବରେ ଓଡ଼ିଶାର ଭୂମିକାକୁ ଆହୁରି ସୁଦୃଢ଼ କରିବ। ଅଭିବୃଦ୍ଧି ଏବଂ ନିଯୁକ୍ତି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଓଡ଼ିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସେମାନଙ୍କର ନିରନ୍ତର ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
The Union Cabinet's approval of the Paradeep–Haridaspur railway line doubling project marks another significant milestone in strengthening Odisha's railway infrastructure, enhancing logistics efficiency, and accelerating the state's industrial and economic growth.
— Mohan Charan Majhi (@MohanMOdisha) July 15, 2026
The project… pic.twitter.com/q1qQfausn5
ଆହୁରି ପଢନ୍ତୁ : କେନ୍ଦ୍ର କ୍ୟାବିନେଟରେ ଓଡିଶାକୁ ଉପହାର : ପାରାଦୀପ - ହରିଦାସପୁର ରେଳପଥ ଦୋହରୀକରଣ ପ୍ରକଳ୍ପକୁ ମଞ୍ଜୁରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।