01 AUGUST 2026

Welcome!

Unlock your personalized experience.
Sign Up

ପରୀକ୍ଷା ପ୍ରଶ୍ନପତ୍ର ସମ୍ବନ୍ଧୀୟ ଘଟଣାର ସ୍ପଷ୍ଟୀକରଣ ଓ ପଦକ୍ଷେପ

Jul 31, 2026 - 23:36
ପରୀକ୍ଷା ପ୍ରଶ୍ନପତ୍ର ସମ୍ବନ୍ଧୀୟ ଘଟଣାର ସ୍ପଷ୍ଟୀକରଣ ଓ ପଦକ୍ଷେପ

ଭୁବନେଶ୍ୱର : ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ (OUHS) ଅଧୀନରେ ଅନୁଷ୍ଠିତ ପରୀକ୍ଷାର ପ୍ରଶ୍ନପତ୍ର ସମ୍ପର୍କିତ ଘଟଣାକୁ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ପ୍ରାଥମିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଘଟଣା ପ୍ରଶ୍ନପତ୍ର ଲିକ୍ ନୁହେଁ । ପରୀକ୍ଷା ଚାଲିଥିବା ସମୟରେ ପରୀକ୍ଷା ପରିଚାଳନାରେ ତ୍ରୁଟି କାରଣରୁ ପ୍ରଶ୍ନପତ୍ରର ପ୍ରଶ୍ନଗୁଡ଼ିକୁ ଫୋଟୋ ଉଠାଇ କେହି ଫୋନ ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି ।

ତେବେ ଏହି ଘଟଣାକୁ ଦୃଷ୍ଟିରେ ରଖି ଓଡିଶା ସରକାର , ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିମ୍ନଲିଖିତ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଘଟଣାର ସମସ୍ତ ଦିଗ ଏବଂ ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ପକ୍ଷରୁ ହୋଇଥିବା ସମ୍ଭାବ୍ୟ ତ୍ରୁଟିର ତଦନ୍ତ ପାଇଁ ବିଭାଗ ଏକ ଉଚ୍ଚସ୍ତରୀୟ ୩ ଜଣିଆ କମିଟି ଗଠନ କରି ତଦନ୍ତ ନିର୍ଦେଶ ଦେଇଛି । ସ୍ୱାସ୍ଥ୍ୟ ବିଭାଗ ର ଅତିରିକ୍ତ ସଚିବ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏହି କମିଟି ତଦନ୍ତ କରିବ । ଡ଼ ବିଜୟ କୁମାର ମିଶ୍ର (ସ୍ଵତନ୍ତ୍ର ସଚିବ) ଏବଂ ଡ଼ ଅନିଲ କୁମାର ସାହୁ ଯୁଗ୍ମ ଡିଏମଇଟି ଏହି କମିଟି ସଦସ୍ୟ ଅଛନ୍ତି । ପତ୍ର ସଂଖ୍ୟା ୨୦୬୬୫ /h ତାରିଖ ୩୧/୦୭/୨୦୨୬ ରେ କମିଟି ଗଠନ କରାଯାଇଛି ।

ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସ୍ ପରୀକ୍ଷା ପରିଚାଳନାରେ ତ୍ରୁଟି ସମ୍ପର୍କରେ ଏମକେସିଜି ମେଡିକାଲ୍ କଲେଜଠାରୁ ସ୍ପଷ୍ଟୀକରଣ ତଲବ କରିଛି । ପତ୍ର ସଂଖ୍ୟା ୪୦୦୬/ouhs ତାରିଖ ୩୧/୦୭/୨୦୨୬ ରେ ତଦନ୍ତ ରିପୋର୍ଟ ତଲବ କରାଯାଇଛି । ଚିଠି ପାଇବାର ଦୁଇ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁହା ଯାଇଛି ।

ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ ମେଡିକାଲ୍ କଲେଜ ଶୃଙ୍ଖଳା କମିଟି ଦ୍ୱାରା ନିୟମାନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ କମିଟି ଗଠନ କରାଯାଇ ତଦନ୍ତ କରାଯାଉଛି । ଏମକେସିଜି ଡିନ ତଥା ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ଏହି କମିଟି ତଦନ୍ତ କରୁଛି । ପତ୍ର ସଂଖ୍ୟା ୯୪୬୫ /mcb ତାରିଖ ୩୦/୦୭/୨୦୨୬ ରେ କମିଟି ଗଠନ କରାଯାଇଛି ।

ଇଲେକ୍ଟ୍ରୋନିକ୍ ମାଧ୍ୟମରେ ତଥ୍ୟ ପ୍ରେରଣ ଏବଂ ହୁଆଟ୍ସଆପ ଗ୍ରୁପ୍ ମାଧ୍ୟମରେ ଏହାର ପ୍ରସାର ସମ୍ପର୍କରେ ତଦନ୍ତ ପାଇଁ କ୍ୟାପିଟାଲ upd ପୋଲିସ୍ ଥାନାରେ ଏଫ୍ଆଇଆର୍ (FIR) ରୁଜୁ କରାଯାଇଛି । ଓଡ଼ିଶା ୟୁନିଭର୍ସିଟି ଅଫ୍ ହେଲ୍ଥ ସାଇନ୍ସେସର ପରୀକ୍ଷା ନିୟନ୍ତ୍ରକ ଥାନାରେ କମ୍ପ୍ଲେନ ନମ୍ବର ୨୪୮୬୭୦୦୫୦୭୨୬୦୦୦୪୦ ଏଫଆଇଆର ଦେଇଛନ୍ତି । ଏମକେସିଜି ମେଡିକାଲ କଲେଜ ଏବଂ ଏକ ବେସରକାରୀ ମେଡିକାଲ କଲେଜ ବିରୋଧରେ ଏହି ଏଫଆଇଆର ଦିଆ ଯାଇଛି । ତଦନ୍ତର ଅଗ୍ରଗତି ଓ ପ୍ରାପ୍ତ ତଥ୍ୟ ଆଧାରରେ ଆବଶ୍ୟକତା ଅନୁଯାୟୀ କଡ଼ା ପଦକ୍ଷେପ ଏବଂ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।