ଦୁଇ ରାଜ୍ୟ ମଧ୍ୟରେ ସହଯୋଗକୁ ନେଇ ଛତିଶଗଡ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ବର, ୬।୮ : ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ଏବଂ ରାୟପୁର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍ପରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର କଲ୍ୟାଣ ଓ ସାଂସ୍କୃତିକ ଆଦାନପ୍ରଦାନ ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା।
ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରମେନ ଡେକା ଜୀ ଏବଂ ରାୟପୁର ଉତ୍ତରର ବିଧାୟକ ଶ୍ରୀ ପୁରନ୍ଦର ମିଶ୍ର ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ହେଲା।
— Mohan Charan Majhi (@MohanMOdisha) August 6, 2026
ଏହି ଆଲୋଚନା କାଳରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍ପରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ… pic.twitter.com/qoyCPB7mri
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି PRAMEYA - ପ୍ରମେୟ ଦେଖନ୍ତୁ।