ଥାନାରେ ପୁଅକୁ ମାଡ଼ ସହ ମା’ଙ୍କ ସିନ୍ଦୂର ପୋଛିବା ଘଟଣା: ଆଗୁଆ ଜାମିନ୍ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ସଂଧ୍ୟାରାଣୀ
ରାଜନଗର,୦୨/୦୭: ରାଜନଗର ବ୍ଲକ୍ ତାଳଚୁଆ ସାମୁଦ୍ରିକ ଥାନାର ପୂର୍ବତନ ଆଇଆଇସି ସନ୍ଧ୍ୟାରାଣୀ ଜେନା ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗତ ଜୁନ ୨୯ ତାରିଖ ଦିନ ହାଇକୋର୍ଟଙ୍କ ନିକଟରେ ସେ ଜାମିନ୍ ପାଇଁ ଆବେଦନ କରିଛନ୍ତି । ସଂଧ୍ୟାରାଣୀ ତାଳଚୁଆ ସାମୁଦ୍ରିକ ଥାନାରେ ଆଇଆଇସି ଥିବା ବେଳେ ପାରିବାରିକ କଳହକୁ କେନ୍ଦ୍ରକରି ଥାନାକୁ ଯାଇଥିବା ମା’-ପୁଅଙ୍କୁ ଗତ ମେ’ ମାସ ୨୫ ତାରିଖରେ ମାଡ଼ ମାରିବା ସହ ମହିଳାଙ୍କ ମଥାରୁ ସିନ୍ଦୂର ପୋଛି ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସାମୁଦ୍ରିକ ଥାନାରେ ଆଇଆଇସି ଶ୍ରୀମତୀ ଜେନାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା । ଏହି ଘଟଣାକୁ ପୁଲିସ ମହାନିର୍ଦ୍ଦେଶକ ଗୁରୁତ୍ୱ ଦେଇ ଆଇଆଇସି ଶ୍ରୀମତୀ ଜେନାଙ୍କୁ ନିଲମ୍ବନ କରିବା ସହ ପୁଲିସ ମୁଖ୍ୟାଳୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ :- Chandrika Case : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣା, ଭୀମସେନ୍ ଟୁଡୁଙ୍କ ଜାମିନ୍ ଆବେଦନ ଖାରଜ
ସୂଚନା ଥାଉକି, ସାମୁଦ୍ରିକ ଥାନା ଅନ୍ତର୍ଗତ ବାଘମାରି ପଞ୍ଚାୟତ ଗିରିଆପାହି ଗ୍ରାମର ଅନ୍ନପୂର୍ଣ୍ଣା ମଣ୍ଡଳ(୫୮) ଓ ତାଙ୍କ ପୁଅ ଅନନ୍ତ(୩୧) ପଟ୍ଟାମୁଣ୍ଡାଇ ଏସ୍ଡିପିଓ ସୁକାନ୍ତ ପାତ୍ରଙ୍କ ନିକଟରେ ମେ ମାସ ୨୬ ତାରିଖ ଦିନ ଅଭିଯୋଗ କରିଥିଲେ । ଅନ୍ନପୂର୍ଣ୍ଣାଙ୍କ ଅଭିଯୋଗ ଆଧାରରେ କେନ୍ଦ୍ରାପଡ଼ା ଏସପି ସିଦ୍ଧାର୍ଥ କଟ୍ଟାରିଆ ଓ ଏସ୍ଡିପିଓ ଶ୍ରୀ ପାତ୍ରଙ୍କ ତଦନ୍ତ ପରେ ଡିଜିପି ଆଆଇସି ଶ୍ରୀମତୀ ଜେନାଙ୍କୁ ସେହି ମାସ ୨୭ ତାରିଖ ଦିନ ନିଲମ୍ବିତ କରିଥିଲେ ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଥାନା ଭିତରେ ଲାଗିଥିବା ସିସିଟିଭିରେ ୨୭ ତାରିଖ ରାତି ପୂର୍ବର କୌଣସି ଫୁଟେଜ୍ ରେକର୍ଡ ମିଳିନଥିଲ ।