02 JULY 2026

Welcome!

Unlock your personalized experience.
Sign Up

ଭାରତ ଆଗରୁ ଚୀନ୍‌ରେ ‘ୟୁନିଫର୍ମ ସିଭିଲ୍ କୋଡ୍’ ଲାଗୁ, ଭାଷା- ଶିକ୍ଷା-ସଂସ୍କୃତି ଏବଂ ରାଷ୍ଟ୍ରୀୟ ପରିଚୟକୁ ଏକ କରିବାକୁ ଗୁରୁତ୍ୱ

Jul 02, 2026 - 15:32
ଭାରତ ଆଗରୁ ଚୀନ୍‌ରେ ‘ୟୁନିଫର୍ମ ସିଭିଲ୍ କୋଡ୍’ ଲାଗୁ, ଭାଷା- ଶିକ୍ଷା-ସଂସ୍କୃତି ଏବଂ ରାଷ୍ଟ୍ରୀୟ ପରିଚୟକୁ ଏକ କରିବାକୁ ଗୁରୁତ୍ୱ

ନୂଆଦିଲ୍ଲୀ,୨।୭: ଭାରତରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ କରିବାକୁ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ଚୀନ୍ ଏବେ ଲୁଚାଛପାରେ ଖେଳ ଖେଳିଛି। ବୁଧବାର ଚୀନ୍ରେ ‘ୟୁନିଫର୍ମ ସିଭିଲ କୋଡ୍’ ଲାଗୁ କରି ଦିଆଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଚୀନ୍ର ପ୍ରବଳ ସମାଲୋଚନା ପରେ ମାନବାଧିକାର ସଂଗଠନର ବିରୋଧକୁ ଅଣଦେଖା କରି ବିବାଦୀୟ ଆଇନ୍ ଲାଗୁ କରି ଦିଆଯାଇଛି। ଉଲ୍ଲେଖନୀୟ ଯେ, ଚୀନ୍ ଏହାକୁ ଏଥନିକ୍ ୟୁନିଟ୍ ଆଇନର ନାଁ ଦେଇଛି।

ଏହା ପୂର୍ବରୁ ଚୀନ୍ ସଂସଦ ଏହାକୁ ଚଳିତ ବର୍ଷ ଏହି ଆଇନକୁ ପାସ୍ କରିଥିଲା ଓ ଏବେ ଏହାକୁ ଲାଗୁ କରି ଦିଆଯାଇଛି। ନୂଆ ଆଇନ ଅନୁସାରେ, ଶିକ୍ଷା, ସରକାରୀ କାମ ଓ ସାର୍ବଜନୀନ ସ୍ତାନରେ ମାଣ୍ଡରିନ୍ ଭାଷାକୁ ରାଷ୍ଟ୍ରୀୟ ଭାଷା ରୂପରେ ପ୍ରୋତ୍ସାହନ ଦେବା କଥା କୁହାଯାଇଛି। ଚୀନ୍ ଉପରେ ଦୀର୍ଘ ସମୟ ଧରି ଅଭିଯୋଗ ରହିଛି ଯେଳ ସେ ପୁରା ଦେଶରେଯ ଅଲଗା ଅଲଗା ଜାତୀୟ ସମୁଦାୟକୁ ବହୁସଂଖ୍ୟକ ହାନ ସମୁଦାୟର ସଂସ୍କୃତି ସହ ଯୋଡିକାର ଚେଷ୍ଟା କରୁଛି।

ଆଇନରେ କ’ଣ ଅଛି ?

ସରକାରଙ୍କ କହିବା ଅନୁସାରେ, ନୂଆ ‘ଏଥେନିକ୍ ୟୁନିଟି’ ଆଇକର ଉଦେଶ୍ୟ ସାମାଜିକ ଏକତାକୁ ମଜବୁତ କରିବା। ଆଇନରେ ହିଂସ୍ର ଆତଙ୍କବାଦୀ ଗତିବିଧି, ଜାତୀୟ ବିଚ୍ଛିନ୍ନତାବାଦ ଓ ଧାର୍ମିକ କଟ୍ଟରପନ୍ଥୀ ସହ ଜହିତ ଗତିବିଧିକୁ ଅପରାଧ ଘୋଷିତ କରାଯାଇଛି। ସେଭଳି ଆଇନରେ କୁହାଯାଇଛି ଯେ, ଚୀନ୍ ବର୍ତ୍ତମାନ ବଡ ସାମାଜିକ ପରିବର୍ତ୍ତନ ଯୁଗ ଦେଇ ଗତି କରୁଛି। ତେଣୁ ଦେଶ ଭିତରେ ଏକଜୁଟତାକୁ ମଜବୁତ କରିବା ଜରୁରୀ।

ଉଲ୍ଲେଖନୀୟ ଯେ, ଚୀନ୍ ଔପଚାରିକ ଭାବରେ ଦେଶରେ ୫୫ ଜାତୀୟ ସଂଖ୍ୟାଲଘୁ ସମୁଦାୟକୁ ମାନ୍ୟତା ଦେଇଥାଏ। ଯେଉଁମାନେ କି ଶତାଧିକ ଭାଷା ଓ କଥା କହିଥାନ୍ତି। ତେବେ ସରକାରଙ୍କ ନୀତି ଅନୁସାରେ ପୂର୍ବରୁ ହିଁ ବହୁ କ୍ଷେତ୍ରରେ ଶିକ୍ଷାର ମାଧ୍ୟମ ମାଣ୍ଡାରିନ୍ ବୋଲି କୁହାଯାଏ। ତେବେ ସରକାରଙ୍କ ନୀତି ଅନୁସାରେ, ପୂର୍ବରୁ ହିଁ ବହୁ କ୍ଷେତ୍ରରେ ଶିକ୍ଷାର ମାଧ୍ୟମ ମାଣ୍ଡାରିନ୍ ବୋଲି କୁହାଯାଇ ସାରିଛି। ଏଥିରେ ତିବ୍ଦତ ଓ ଇନର ମଙ୍ଗୋଲିୟା ଭଳି ଅଞ୍ଚଳର ରହିଛି। ଯେଉଁଠି ବହୁ ସଂଖ୍ୟାରେ ସଂଖ୍ୟାଲୁଘୁ ସମୁଦାୟ ରୁହନ୍ତି।

କାହିଁକି ହେଉଛି ବିରୋଧ ?

ନୂଆ ଆଇନ ଅନୁସାରେ, ଏବେ ଶୈକ୍ଷଣିକ ସଂସ୍ଥାରେ ପାଠପଢାର ମୁଖ୍ୟ ମାଧ୍ୟମ ମାଣ୍ଡାରିନ୍ ଭାଷର ହେବ। ଏହା ସହ ଶିକ୍ଷା ଶେଷ କରିବା ପରେ ଛାତ୍ରଛାତ୍ରୀଙ୍କୁ ମାଣ୍ଡାରିନ୍ ବୁଝିବା ଜରୁରୀ ହେବ, କିନ୍ତୁ ଏହାର ପ୍ରଭାବ ଉଇଗର, ମଙ୍ଗୋଲିୟନ୍ ଓ ତିବ୍ଦତି ଭାଷା କହୁଥିବା ଲୋକଙ୍କ ଉପରେ ପଡିବ। ଏହାଛଡା ଏମନେଷ୍ଟି ଇଣ୍ଟରନ୍ୟାସନାଲର ଡେପୁଟି ରିଜନାଲ ଡାଇରେକ୍ଟର ସାରା ବ୍ରୁକ୍ସ ଚିନ୍ତା ପ୍ରକାଶ କରି କହିଛନ୍ତି, ଏହି ଆଇନ ଚୀନ୍ କମ୍ୟୁନିଷ୍ଠ ପାର୍ଟି ପ୍ରତି ରାଜନୈତିକ ଓ ବୈଚାରିକ ବିଶ୍ବସ୍ଥତାକୁ ଜରୁରୀ କରୁଛି। ଯାହାକି ଦମନକାରୀ ନୀତିକୁ ପ୍ରୋତ୍ସାହନ ଦେବ। ସେଭଳି ଏହି ଆଇନରେ ଏକ କ୍ଲଜରୁ ନୋଇ ଖାସ୍ ଭାବରେ ଚିନ୍ତା ପ୍ରକାଶ କରାଯାଇଛି। ଆଇନ ଅନୁସାରେ, ଯଦି କୌଣୀସି ବ୍ୟକ୍ତି ଚୀନ୍ ବାହାରେ ରହି ବି ଚୀନ୍ର ଜାରି ଏକତାକୁ କ୍ଷତି ପହଁଞ୍ଚାଇବା ଭଳି ବୟାନଳ ଦେବା କିମ୍ବା କାମ କରେ , ତେବେ ଚୀନ୍ ସରକାର ମଧ୍ୟ ଆଇନଗତ ଭାବରେ ଦାୟୀ କରି ତା ଉପରେ କେସ୍ କରି ପାରିବେ।