ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ : ଓମସାର ଦାବିର ତର୍ଜମା ପାଇଁ କମିଟି ଗଠନ କଲେ ସରକାର
ଭୁବନେଶ୍ବର, ୭।୭ : ବିଭିନ୍ନ ଦାବି ନେଇ ଡାକ୍ତରଙ୍କ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ୍ (OMSA) ପକ୍ଷରୁ ଉଠାଯାଇଥିବା ବିଭିନ୍ନ ଦାବିର ତର୍ଜମା ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି। ଅର୍ଥ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଆନ୍ତଃବିଭାଗୀୟ କମିଟି ଗଠନ କରାଯାଇଛି।
କମିଟିରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଧ୍ୟକ୍ଷ ଥିବା ବେଳେ ସଦସ୍ୟ ଭାବେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ (GA&PG) ବିଭାଗର ପ୍ରମୁଖ ସଚିବ , ଆଇନ ବିଭାଗର ପ୍ରମୁଖ ସଚିବ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର-କମ୍-ସଚିବ ରହିଛନ୍ତି । ସେହିପରି ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ସଦସ୍ୟ ସହ ଆବାହକ ରହିଛନ୍ତି। ଏହି କମିଟି ଦାବିର ବ୍ୟବହାରିକତା ଯାଞ୍ଚ କରି ସରକାରଙ୍କୁ ସୁପାରିଶ କରିବ।
ସୂଚନାଯୋଗ୍ୟ ଯେ ବିଭିନ୍ନ ଦାବି ନେଇ ଓମସା ପକ୍ଷରୁ ଡାକ୍ତରମାନେ ଆନ୍ଦୋଳନ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଓମସା ପ୍ରତିନିଧିଙ୍କ ସହ ଆଲୋଚନା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ଓମସାର ଦାବି ନେଇ ଉଚ୍ଚସ୍ତରୀୟ ବୈଠକ ପରେ ଏକ କମିଟି ଗଠନ ନେଇ ନିଷ୍ପତ୍ତି ନିଆଯାଇଥିଲା।
ଆହୁରି ପଢନ୍ତୁ : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା, ୧୨ ଅଣଛାତ୍ରଙ୍କ ବିରୁଦ୍ଧରେ ନିଆଯିବ ଦୃଢ଼ କାର୍ଯ୍ୟନୁଷ୍ଠାନ : କୁଳପତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।