29 JUNE 2026

Welcome!

Unlock your personalized experience.
Sign Up

ଟ୍ରେନ୍ ଲେଟ୍‌ ହେଲେ ତୁରନ୍ତ ଜଣାପଡିବ, ଭାରତୀୟ ରେଲଓ୍ବେ ଲଞ୍ଚ କଲା ଏଭଳି ଆପ୍‌ ପ୍ରତି ମିନିଟ୍‌ରେ ଦେବ ଅପଡେଟ୍

Jun 29, 2026 - 19:32
ଟ୍ରେନ୍ ଲେଟ୍‌ ହେଲେ ତୁରନ୍ତ ଜଣାପଡିବ, ଭାରତୀୟ ରେଲଓ୍ବେ ଲଞ୍ଚ କଲା ଏଭଳି ଆପ୍‌ ପ୍ରତି ମିନିଟ୍‌ରେ ଦେବ ଅପଡେଟ୍

ନୂଆଦିଲ୍ଲୀ,୨୯।୬: ଭାରତୀୟ ରେଲଓ୍ବେ ଯାତ୍ରୀଙ୍କ ସୁବିଧା ଓ ପରିଚାଳନା ଦକ୍ଷତା ବଢାଇବା ଦିଗରେ ଗ୍ରହଣ କରିଛି ବଡ଼ ପକ୍ଷେପ। ରେଲଓ୍ବେ ଏବେ ଟ୍ରେନ୍ର ରିଅଲ ଟାଇମ ସ୍ଥିତି ଉପରେ ନଜର ରଖିବା ଓ ୧୫ ମିନିଟ୍‌ରୁ ଅଧିକ ବିଳମ୍ବ ହେଉଥିବା ଟ୍ରେନ୍ ଉପରେ ତୁରନ୍ତ ନଜର ରଖିବା ପାଇଁ ନିଜର ପ୍ରଥମ ଆଣ୍ଡ୍ରଏଡ୍ ଆଧାରିତ ମୋବାଇଲ ଆପ୍ଳିକେସନ୍ ଲଞ୍ଚ କରିଦେଇଛି। ଏହି ଆପ୍‌ର ନାଁ ‘ପଙ୍କଚୁଆଲିଟି BZA’ ରଖାଯାଇଛି। ଦକ୍ଷିଣ ପୂର୍ବ ରେଲଓ୍ବେ ର ବିଜୟଓ୍ବାଡା ଡିଭିଜନ୍ ଦ୍ବାରା ସମ୍ପୂର୍ର୍ଣ ଭାବରେ ସ୍ବଦେଶୀ ରୂପରେ ବିକଶିତ କରାଯାଇଥିବା ଏହି ଆପ୍ ଏବେ ରେଲଓ୍ବେ ଅଧିକାରୀ ଓ ନିୟନ୍ତ୍ରଣ କକ୍ଷର ଷ୍ଟାଫ୍‌ଙ୍କ ପାଇଁ ଗେମ୍ ଚେଞ୍ଜର ପ୍ରମାଣିତ ହେବାକୁ ଯାଉଛି।

ବିଜୟଓ୍ବାଡା ଡିଭିଜନ୍‌ର ଜନସମ୍ପର୍କ ଅଧିକାରୀ ବା ପିଆରଓ ନୁସରତ ଏମ୍ ମଡାରୁପକାର ଏହି ଆପ୍ ବିଷୟରେ ବିସ୍ତାର ଭାବରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ମୋବାଇଲ ଆପ୍ଳିକେସନ୍ ରେଲଓ୍ବେ ଅଧିକାରୀ ଓ ନିୟନ୍ତ୍ରଣକଙ୍କୁ ଯେ କୌଣସି ସମୟରେ ଟ୍ରେନ୍ ଚଳାଚଳ ଉପରେ ନଜର ରଖିବାର କ୍ଷମତା ପ୍ରଦାନ କରିବ। ଯଦି ଏହାକୁ ଡେସ୍କଟପ୍ ସିଷ୍ଟମ କିମ୍ବା ଅଫିସ ପର୍ଯ୍ୟନ୍ତ ସୀମିତ ରହିବାକୁ ପଡିବନି।

ଦକ୍ଷିଣ ତଟ ରେଲଓ୍ବେ ଅନୁସାରେ, ‘ପଙ୍କଚୁଆଲିଟି BZA’ ଆପ୍ ନିମ୍ନଲିଖିତ ପ୍ରମୁଖ ସୁବିଧା ପ୍ରଦାନ କରୁଛି।

-ଖଣ୍ଡଓ୍ବାର ଟ୍ରେନ୍ : ପ୍ରତି ବିଭାଗରେ ଟ୍ରେନ୍ କେଉଁଠି ପହଁଞ୍ଚିଛି, ଏହାର ସଛିବ ସୂଚନା ରିୟଲ ଟାଇମ୍‌ରେ ଥାଏ।

-ବିଳମ୍ବିତ ଟ୍ରେନ୍ ମନିଟରିଂ : ବିଳମ୍ବରେ ଚାଲୁଥିବା ଟ୍ରେନ୍ ଉପରେ ଲଗାତାର ନଜର ରଖାଯିବ।

- ସମୟାନୁବର୍ତ୍ତିତା ମୂଲ୍ୟାଙ୍କନ ମଡ୍ୟୁଲ: ଟ୍ରେନ୍‌ର ସମୟାନୁବର୍ତ୍ତିତାର ବିସ୍ତୃତ ସଂଖ୍ୟା ଓ ବିଶ୍ଲେଷଣ।

-ହଜି ଯାଇଥିବା ଟ୍ରେନ୍‌ର ଅଟୋମେଟିକ୍ ପରିଚୟ : ଯଦି କୌଣସି ଟ୍ରେନ୍ ସିଷ୍ଟମରୁ ଗାଏବ ହୋଇଥାଏ ତେବେ ତୁରନ୍ତ ଆର୍ଲଟ ଆସିବ।

୧୫ ମିନିଟରୁ ଅଧିକ ବିଳମ୍ବ ହେଲେ ଅଟୋ ଆଲର୍ଟ: ଯଦି ଟ୍ରେନ ୧୫ ମିନିଟ କିମ୍ବା ତା’ଠାରୁ ଅଧିକ ବିଳମ୍ବ ହୁଏ, ତେବେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅଟୋ ଆଲର୍ଟ ମିଳିବ। 

ଆହୁରି ପଢନ୍ତୁ : ରେଲଓ୍ବେ ଟ୍ରାକ୍‌ରେ କାମ କରୁଥିବା ୪ ଶ୍ରମିକଙ୍କ ଉପରେ ମାଡିଗଲା ଟ୍ରେନ୍, ୨ ମୃତ