29 JUNE 2026

Welcome!

Unlock your personalized experience.
Sign Up

୨୦୨୮ ଅଲିମ୍ପିକ୍ସରେ ଖେଳିବା ପାଇଁ ସ୍ଥାନ ପକ୍କା କଲା ଭାରତୀୟ ମହିଳା ଦଳ, ପୁରୁଷ ଦଳକୁ ଅପେକ୍ଷା....

Jun 29, 2026 - 19:11
୨୦୨୮ ଅଲିମ୍ପିକ୍ସରେ ଖେଳିବା ପାଇଁ ସ୍ଥାନ ପକ୍କା କଲା ଭାରତୀୟ ମହିଳା ଦଳ, ପୁରୁଷ ଦଳକୁ ଅପେକ୍ଷା....

ନୂଆଦିଲ୍ଲୀ: ୨୦୨୮ ଲସଏଞ୍ଜେଲ୍ସରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସରେ ପୁରୁଷ ଦଳ ପରେ ସ୍ଥାନ ପକ୍କା କରିଛି ଭାରତୀୟ ମହିଳା ଦଳ । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ଭାରତୀୟ ମହିଳା ଦଳର ଯୋଗ୍ୟତାକୁ ଅନୁମତି ଦେଇଛି । ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ ଫେରିଥିବାବେଳେ ମହିଳା ଦଳ ଯୋଗ୍ୟତା ହାସଲ କରିଛି । ଉଭୟ ପୁରୁଷ ଏବଂ ମହିଳା ବର୍ଗରେ ୬-୬ଟି ଟିମ୍ ଗୋଲ୍ଡ ମେଡାଲ ପାଇଁ ପ୍ରତିଯୋଗିତା କରିବେ । ଟି-୨୦ ଫର୍ମାଟରେ ମୁକାବିଲା ଅନୁଷ୍ଠିତ ହେବାକୁ ଥିବାବେଳେ ଆଇସିସିର ରାଙ୍କିଂ ହିସାବରେ ଦଳ ଚୟନ ହେବେ ।

 
 
 
 
 
 
 
 
 
 
 
 
 
 
 

ଭାରତୀୟ ମହିଳା ଦଳ ସହ ଅଷ୍ଟ୍ରେଲିଆ, ଗ୍ରେଟ୍ ବ୍ରିଟେନ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି । ସେପଟେ କିନ୍ତୁ ଖେଳାଯାଉଥିବା ମହିଳା ଟି-୨୦ ବିଶ୍ବର ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି ଭାରତୀୟ ମହିଳା ଦଳ । ରବିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପରାଜୟ ପରେ ସେମି ରେସରୁ ବାଦ୍ ପଡ଼ିଛି ଟିମ୍ ଇଣ୍ଡିଆ । ତେବେ ପୁରୁଷ ଦଳକୁ ଯୋଗ୍ୟତା ଅର୍ଜନ କରିବା ପାଇଁ ୬ ମାସ ଅପେକ୍ଷା କରିବାକୁ ପଡ଼ିବ । କଟ୍-ଅଫ୍ ସମୟ ରହିଛି ଡିସେମ୍ବର ୩୧, ୨୦୨୬ । ଭାରତ ସିଧାସଳଖ ଯୋଗ୍ୟତା କରିବାକୁ ହେଲେ ଏସୀଆରେ ଟି-୨୦ ରାଙ୍କିଂରେ ନମ୍ବର ଓ୍ବାନ୍ ହେବାକୁ ପଡ଼ିବ । ଭାରତ ଏବେ ଆୟାର୍ଲାଣ୍ଡଠାରୁ ଦୁଇ ମ୍ୟାଚ ବିଶିଷ୍ଟି ଟି-୨୦ ସିରିଜକୁ ହାରିଛି । ଯାହାକି ଦଳ ଉପରେ ପ୍ରଭାବ ପକାଇବ ।