05 AUGUST 2026

Welcome!

Unlock your personalized experience.
Sign Up

ଜୟଦେବବିହାର ନନ୍ଦନକାନନ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ମାଟି ପରୀକ୍ଷଣ ଆରମ୍ଭ

Aug 05, 2026 - 19:38
ଜୟଦେବବିହାର ନନ୍ଦନକାନନ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ପାଇଁ ମାଟି ପରୀକ୍ଷଣ ଆରମ୍ଭ

ଭୁବନେଶ୍ବର, ୫।୮ : ଜୟଦେବ ବିହାର ନନ୍ଦନକାନନ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ପାଇଁ ମାଟି ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। ଜୟଦେବ ବିହାର ରୁ ରଘୁନାଥପୁର ଛକ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ହେବ ଟେଷ୍ଟିଙ୍ଗ। ପ୍ଟେମ୍ବର ଶେଷ ସୁଧା ୧୮୦ଟି ପଏଣ୍ଟରେ ସରିବ ସଏଲ ଟେଷ୍ଟ।

୧୮୦ଟି ଜାଗାରେ ମାଟି ପରୀକ୍ଷର ହେବାକୁ ଥିବା ବେଳେ ୧୪ଟି ସ୍ଥାନରେ ଖୋଳା ଯାଇ ମାଟିର ସାମ୍ପୁଲ ମଧ୍ୟ ସଂଗ୍ରହ କରାଯାଇଛି। କେଉଁ ଜାଗାରେ କେତେ ଗଭୀରରେ ମାଟି ଅଛି , କେଉଁଠି ପଥର ଅଛି, କେଉଁଠି ଷ୍ଟାଟାର ବିୟରିଂ କ୍ୟାପାସିଟି କେତେ ରହିଛି ତାହାର ତଥ୍ୟ ସଂଗ୍ରହ ପରେ ଉପରିସ୍ଥ ଅଧିକାରୀ ଏବଂ ସରକାରଙ୍କ ପାଖକୁ ଯିବ ରିପୋର୍ଟ। ପରେ ସେହି ଅନୁସାରେ ପ୍ଲାନ୍ ଡିଜାଇନ୍ ହେବ ବୋଲି କହିଛନ୍ତି ସାଇଟ୍ ଇନଚାର୍ଜ

ଜୟଦେବ ବିହାର ଛକ, ନାଲକୋ ଛକ, ଡମଣା ଛକ ଓ ମ୍ୟାଗନେଟ ଛକରେ ଚାରୋଟି ଫ୍ଲାଏ ଓଭର ହେବାକୁ ରହିଥିବା ବେଳେ ଜୟଦେବ ବିହାରରେ କେବଲ ଷ୍ଟେ ବ୍ରିଜ୍ ମଧ୍ୟ ହେବ। ଅଣ୍ଡର ପାସ୍ ଠାରୁ ଆରମ୍ଭ କରି ସର୍ଭିସ ରୋଡ ଏବଂ ଅନେକ ଛୋଟବଡ଼ ପ୍ରଜେକ୍ଟ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ସେନେଇ କ୍ୟାବିନେଟ ଅନୁମୋଦନ ପରେ ଟେଣ୍ଡର ଡାକିବା ସହ ଇଞ୍ଜିନିୟରିଂ ୱାର୍କ ମଧ୍ୟ ଆରମ୍ଭ ହୋଇଛି। ୬ଲେନ୍ ଥିବା ଏହି ରାସ୍ତାକୁ ୮ଲେନ୍ ଓ ଫ୍ଲାଏ ଓଭର କରାଯିବା ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ। ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। 

ଆହୁରି ପଢନ୍ତୁ : ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୨ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।