ଜୁଲାଇ ୧ରୁ ସାରା ଦେଶରେ ବଡ଼ ପରିବର୍ତ୍ତନ; ବଢ଼ିଲା ପାସପୋର୍ଟ ଫି, ଆଧାର ନିୟମରେ ବି ହେଲା ସଂଶୋଧନ
ନୂଆଦିଲ୍ଲୀ, ୧।୬: ଆଜିଠାରୁ ଦେଶରେ କେତେକ ନିୟମ ଲାଗୁ ହେବାକୁ ଯାଉଛି, ଯାହା ନାଗରିକମାନଙ୍କୁ ବିଭିନ୍ନ ପ୍ରକାରରେ ପ୍ରଭାବିତ କରିବ । ପାସପୋର୍ଟ ଫି ବୃଦ୍ଧିଠାରୁ ଆରମ୍ଭ କରି ଆଧାର ପର୍ଯ୍ୟନ୍ତ ବହୁ ପ୍ରକାର କ୍ଷେତ୍ର ପାଇଁ ବଦଳିଥିବା ନିୟମ ଜୁଲାଇ ୧ରୁ ଲାଗୁ ହେବ ।
ପାସପୋର୍ଟ ଫି ବୃଦ୍ଧି: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ଫିରେ କରାଯାଇଥିବା ବୃଦ୍ଧି ଜୁଲାଇରୁ ଲାଗୁ ହେବ । ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦ ଟଙ୍କା ଏବଂ ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ଫି ୨୦୦୦ ଟଙ୍କାରୁ ବଢ଼ି ୩୫୦୦ ଟଙ୍କା ହୋଇଛି । ତତ୍କାଳ ସେବା ଫି ଓ ପାସପୋର୍ଟ ବଦଳାଇବା ଫି ମଧ୍ୟ ବଢ଼ିଛି ।