WEDNESDAY
01 JULY 2026

Welcome!

Unlock your personalized experience.
Sign Up

Crime News : ଦେଶରେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ବିବାଦରୁ ବଢୁଛି ହତ୍ୟା, ସବୁଠାରୁ ଆଗରେ ବିହାର, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର

Jul 01, 2026 - 12:01
Crime News : ଦେଶରେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ବିବାଦରୁ ବଢୁଛି ହତ୍ୟା, ସବୁଠାରୁ ଆଗରେ ବିହାର, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର

ନୂଆଦିଲ୍ଲୀ, ୧/୭ : ପୁନେର ଲୋହାଗଡ଼ ଦୁର୍ଗରୁ ନିଜ ପ୍ରେମିକ ସହ ମିଶି ଜଣେ ଯୁବତୀ ତାଙ୍କ ଭାବୀସ୍ୱାମୀଙ୍କୁ ଠେଲି ହତ୍ୟା କରିବା ଘଟଣା ଦେଶରେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ହତ୍ୟା ଘଟଣାକୁ ମନେପକାଇ ଦେଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆରବି) ତଥ୍ୟ କହୁଛି ଯେ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ବିବାଦ କାରଣରୁ ଦେଶରେ ଶତାଧିକ ହତ୍ୟା ଘଟଣା ଘଟିବାରେ ଲାଗିଛି । ଏନ୍ସିଆରବିର ୨୦୨୪ ବର୍ଷ ପାଇଁ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶରେ ଘଟୁଥିବା ପ୍ରତି ୧୦ଟି ହତ୍ୟା ଘଟଣାରୁ ଗୋଟିଏ ପ୍ରେମ ଜନିତ । ବର୍ଷକରେ ଦେଶରେ ୨୭,୦୪୯ଟି ହତ୍ୟା ଘଟଣା ଘଟିଥିଲା । ସେଥିରୁ ୨,୮୦୨ଟି ହେଉଛି ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ହତ୍ୟା । କେବଳ ପ୍ରେମ ପାଇଁ ୧,୩୯୧ଟି ହତ୍ୟା ଘଟିଥିଲା ବେଳେ ଅବୈଧ ସମ୍ପର୍କରୁ ବିବାଦକୁ ନେଇ ୧,୪୧୧ଟି ହତ୍ୟା ଘଟିଛି ।

ରିପୋର୍ଟ ଅନୁସାରେ, ୮ଟି ରାଜ୍ୟରେ ଏଭଳି ହତ୍ୟା ସବୁଠାରୁ ଅଧିକ ରହିଛି । ପ୍ରେମ ଓ ଅବୈଧ ସମ୍ପର୍କକୁ ନେଇ ବିବାଦ ଓ ତା ପରେ ହତ୍ୟା ଘଟଣାର ତାଲିକାରେ ସବୁଠାରୁ ଶୀର୍ଷରେ ରହିଛି ବିହାର। ଏଠାରେ ଗୋଟିଏ ବର୍ଷରେ ୩୦୭ଟି ହତ୍ୟାକାଣ୍ଡ ହୋଇଛି । ସେହିଭଳି ଦେଶର ସବୁଠାରୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ବର୍ଷକରେ ୩୦୩ଟି ହତ୍ୟାକାଣ୍ଡ ଘଟିଛି । ୩୦୨ ମାମଲା ସହ ମହାରାଷ୍ଟ୍ର ୩ୟ ସ୍ଥାନରେ ରହିଛି । ଭାରତର ପ୍ରମୁଖ ସହରୀକରଣ ରାଜ୍ୟ ମଧ୍ୟରୁ ଅନ୍ୟତମ ମହାରାଷ୍ଟ୍ରରେ ବର୍ଷକରେ ୩୦୦ରୁ ଅଧିକ ହତ୍ୟା ଚିନ୍ତାର କାରଣ ହୋଇଛି । ପ୍ରେମ ଓ ଅବୈଧ ସମ୍ପର୍କକୁ ନେଇ ସୃଷ୍ଟ ବିବାଦ ଓ ଏହା ପରେ ହେଉଥିବା ହତ୍ୟା ଘଟଣାରେ ମଧ୍ୟପ୍ରଦେଶ ଚତୁର୍ଥ ସ୍ଥାନରେ ରହିଛି । ଗୋଟିଏ ବର୍ଷରେ ରାଜ୍ୟରେ ଏ ସଂକ୍ରାନ୍ତରେ ୨୩୮ଟି ମାମଲା ସାମ୍ନାକୁ ଆସିଛି । ସେହିଭଳି ତାମିଲନାଡୁ ମଧ୍ୟ ପଛରେ ନାହିଁ । ଏଠାରେ ପ୍ରେମ ଓ ବିବାଦକୁ ନେଇ ବର୍ଷକରେ ୨୧୨ ଜଣଙ୍କୁ ହତ୍ୟା କରାଯାଇଛି ।

ତାଲିକାର ପଞ୍ଚମ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ଏଠାରେ ବର୍ଷକରେ ୨୦୭ଟି ହତ୍ୟା ଘଟଣା ରେକର୍ଡ କରାଯାଇଛି । ୧୯୬ଟି ହତ୍ୟା ମାମଲା ସହ ଗୁଜରାଟ ଏନ୍ସିଆରବି ତାଲିକାର ସପ୍ତମ ସ୍ଥାନରେ ରହିଛି । ସେହିଭଳି କର୍ଣ୍ଣାଟକରେ ପ୍ରେମ ଓ ଅବୈଧ ସମ୍ପର୍କକୁ ନେଇ ହତ୍ୟା ଘଟଣା ବଢ଼ିଛି । ବର୍ଷକରେ ଏଠାରେ ୧୮୯ଟି ମାମଲା ସାମ୍ନାକୁ ଆସିଛି । ଏହା ତଳକୁ ରହିଛି ପଶ୍ଚିମବଙ୍ଗ ଓ କେରଳ । ଏହି ଦୁଇ ରାଜ୍ୟରେ ମଧ୍ୟ ପ୍ରେମ ଓ ଅବୈଧ ସମ୍ପର୍କ ଜନିତ ହତ୍ୟା ଘଟଣା ଲଗାତାର ବଢ଼ିବାରେ ଲାଗିଛି।

ଆହୁରି ପଢନ୍ତୁ-କେତନ ହତ୍ୟା ମାମଲା : ଲୋହାଗଡ଼ ଦୁର୍ଗକୁ ୫୦ ପ୍ରତିଶତ ବଢ଼ିଲେ ପର୍ଯ୍ୟଟକ, ଠେଲା ଯାଇଥିବା ସ୍ଥାନ ହେଲା ‘ସିୟା ପଏଣ୍ଟ’

ବ୍ରେକଅପ୍ କରିବାକୁ ଚାହାଁନ୍ତି କି ? ଚୁଟକିରେ ସମ୍ପର୍କ ଭାଙ୍ଗିଦେବେ ବ୍ରେକଅପ୍ ଅଫିସର୍ !