02 AUGUST 2026

Welcome!

Unlock your personalized experience.
Sign Up

ଛାତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ: କେସ୍ ଦେବାକୁ ଯାଇଥିଲି, ପ୍ରେମରେ ଫସାଇ ଖରାପ କାମ କଲେ SSI

Aug 02, 2026 - 18:20
ଛାତ୍ରୀଙ୍କ ସାଙ୍ଘାତିକ ଅଭିଯୋଗ: କେସ୍ ଦେବାକୁ ଯାଇଥିଲି, ପ୍ରେମରେ ଫସାଇ ଖରାପ କାମ କଲେ SSI

ନୂଆଦିଲ୍ଲୀ: ବିଶ୍ବାସରେ ବିଷଦେଲେ ପୁଲିସବାବୁ । ବାହାହେବାକୁ କହିଲେ, ଚାରିଆଡ଼େ ବୁଲାଇଲେ । ମିଠା ମିଠା କଥା କହି ରଖିଲେ ଶାରିରୀକ ସମ୍ପର୍କ । ହେଲେ ଶେଷରେ ଯେତେବେଳେ ବାହାହେବାକୁ ଚାପ ପକାଇଲେ ଯୁବତୀ, ସେତେବେଳେ ଧରାଛୁଆଁ ଦେବା ଭୁଲିଗଲେ ପୁଲିସବାବୁ । ଛାତ୍ରୀ ଏଭଳି ଗମ୍ଭୀର ଅଭିଯୋଗ ଆଣିବା ପରେ ନିଲମ୍ବିତ ହୋଇଛନ୍ତି ଉତ୍ତରପ୍ରଦେଶ ଆସିଆନା ପୁଲିସ ଷ୍ଟେସନର ସବଇନ୍ସିପେକ୍ଟର ଧର୍ମବୀର ଶାହି । ଏହାସହ ତାଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଯୌନ ଶୋଷଣ, ମାରପିଟ୍ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି ।

ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି କି, ତାଙ୍କର ଏକ ପୁରୁଣା ମାମଲା ବସ୍ତି ଜିଲ୍ଲାର ଛାବନୀ ଥାନାରେ ରୁଜୁ ହୋଇଥିଲା । ବସ୍ତିର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ କରିବା ପାଇଁ ଯାଇଥିଲେ । ପରେ ଜିରୋ FIR ଆଧାରରେ ଫେବୃଆରୀ ୨୦ ତାରିଖରେ ମାମଲାଟି ଲକ୍ଷ୍ନୌର ଆଶିୟାନା ଥାନାକୁ ସ୍ଥାନାନ୍ତର ହୋଇଥିଲା। ଏହି ମାମଲାର ତଦନ୍ତ ଦାୟିତ୍ୱ SSI ଧର୍ମବୀର ଶାହୀଙ୍କୁ ମିଳିଥିଲା। ଫେବୃଆରୀ ୨୧ ରେ ବୟାନ ରେକର୍ଡ କରିବା ବାହାନାରେ ଧର୍ମବୀର ମହିଳାଙ୍କୁ ଥାନାକୁ ଡାକିଥିଲେ ଏବଂ ମାମଲାରେ ସାହାଯ୍ୟ କରିବା ନାଁରେ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାଇଥିଲେ ।

ପୋଲିସ ଅଧିକାରୀ ଜଣକ ମହିଳାଙ୍କୁ ବିଶ୍ୱାସ ଦେଇଥିଲେ ଯେ ସେ ତାଙ୍କୁ ସମାଜରେ ପତ୍ନୀର ମାନ୍ୟତା ଦେବେ ଏବଂ ଖୁବ୍ ଶୀଘ୍ର ବିବାହ କରିବେ । ଏହି ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଥାନା ଏବଂ କିଲା ଛକ ନିକଟରେ ଥିବା ଏକ ରୁମ୍କୁ ଡାକି ତାଙ୍କର ଲଗାତାର ଯୌନ ଶୋଷଣ କରୁଥିଲେ। ପୀଡ଼ିତା କହିଛନ୍ତି ଯେ ପ୍ରାୟ ଦେଢ଼ ମାସ ତଳେ ଯେତେବେଳେ ସେ ଆରୋପୀ ଧର୍ମବୀରଙ୍କ ସହ ବାରଣାସୀ ଯାଇଥିଲେ, ସେତେବେଳେ ତାଙ୍କୁ ଜଣାପଡ଼ିଥିଲା ଯେ ଧର୍ମବୀର ପୂର୍ବରୁ ବିବାହିତ । ଏହି ବିଷୟରେ ପଚାରିବା ସହ ବିବାହ ପାଇଁ ଚାପ ପକାଇବାରୁ ଧର୍ମବୀର ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଏପରିକି ମହିଳାଙ୍କ ବ୍ୟକ୍ତିଗତ ତଥ୍ୟ (Personal Data) ଭାଇରାଲ୍ କରିବା ଏବଂ ମିଥ୍ୟା ମାମଲାରେ ଫସାଇଦେବାକୁ ଧମକ ମଧ୍ୟ ଦେଉଥିଲେ ।

ଏହାସହ ପଢ଼ନ୍ତୁ : ଭାଣିଜୀକୁ ପଠେଇଲେ ଶେଷ ମେସେଜ୍: ସହିହେଉନି ସ୍ତ୍ରୀର ଯନ୍ତ୍ରଣା, ଜୀବନ ହାରୁଛି...

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।