06 JULY 2026

Welcome!

Unlock your personalized experience.
Sign Up

ଗମ୍ଭୀର ଏବଂ ମ୍ୟାନେଜମେଣ୍ଟକୁ ନେଇ କାହିଁକି ଏମିତି କହିଲେ ଅଶ୍ବିନ ?

Jul 06, 2026 - 16:11
ଗମ୍ଭୀର ଏବଂ ମ୍ୟାନେଜମେଣ୍ଟକୁ ନେଇ କାହିଁକି ଏମିତି କହିଲେ ଅଶ୍ବିନ ?

ନୂଆଦିଲ୍ଲୀ: ଲଗାରତାର ଦୁଇଯି ଟି-୨୦ ବିଶ୍ବକପ ଜିତିବା ଏବଂ ଫଟାଫଟ କ୍ରିକେଟରେ ଦୀର୍ଘଦିନ ଦରି ସିରିଜ ନହାରି ରେକର୍ଡ କରିଥିବା ଟିମ୍ ଇଣ୍ଡିଆକୁ ଲାଗିଛି କାହା ନଜର ? ଆୟାର୍ଲାଣ୍ଡଠାରୁ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ହାରିବା ପରେ ଇଂଲଣ୍ଡଠାରୁ ଦ୍ବିତୀୟ ଟି-୨୦ରେ ମଧ୍ୟ ହାରିଛି ଭାରତ ? ଯାହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ସମାଲୋଚନା । ଏଥିରେ ସାମିଲ ହୋଇଛନ୍ତି ଟି୍ ଇଣ୍ଡିଆର ପୂର୍ବତନ ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ । ସେ ମ୍ୟାନେଜମେଣ୍ଟ ଏବଂ ମୁଖ୍ୟ ପ୍ରଶିକ୍ଷକଙ୍କୁ ନେଇ ଦେଇଛନ୍ତି ପ୍ରତିକ୍ରିୟା ।

ଦ୍ବିତୀୟ ଟି-୨୦ରେ ସଞ୍ଜୁ ସାମସନଙ୍କୁ ଡ୍ରପ୍ କରାଯାଇଥିଲା । ତାଙ୍କ ପ୍ଲେଇଂ ଇଲେଭେନରେ ଖେଳିବାର ସୁଯୋଗ ଦିଆଯାଇନଥିଲା । ଯାହାକୁ ନେଇ ଅଶ୍ବିନୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ଦେଶକୁ ବିଶ୍ବକପ ଜିତାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସଞ୍ଜୁଙ୍କୁ କାହିଁକି ପ୍ଲେଇଂ ଇଲେଭେନରେ ସ୍ଥାନ ଦେଲନାହିଁ ? ଯେଉଁମାନେ ତୁମକୁ ବିଶ୍ବକପ ଜିତାଇଛନ୍ତି ସେମାନଙ୍କୁ ଅଧିକ ଗୁରୁତ୍ବ ଦେବା ଜରୁରୀ । ଏହାସହ ପରିଚାଳନା ପକ୍ଷରୁ ସେମାନଙ୍କ ସହ ସ୍ପଷ୍ଠଭାବେ ଯୋଗାଯୋଗ କରାଯିବା ଉଚିତ୍ । ଏତେ ଶୀଘ୍ର ବଡ଼ ଖେଳାଳିଙ୍କୁ ବାଦ ଦେଇ ଡ୍ରେସିଂ ରୁମର ପରିବେଶକୁ ଖରାପ କାହିଁକି କରୁଛ ବୋଲି ପ୍ରଶ୍ନ କରିଛନ୍ତି ।

ଅଶ୍ବିନ୍ ନିଜର ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି କି, ସଞ୍ଜୁଙ୍କ ବଦଳରେ ବୈଭବଙ୍କୁ ସୁଯୋଗ ଦିଆଯାଇଥିଲା । କାରଣ ସଞ୍ଜୁ ବାରମ୍ବାର ବିଫଳ ହୋଇଥିଲେ । ଲଗାତାର ତିନୋଟି ମ୍ୟାଚରେ ସଞ୍ଜୁ ବିଫଳ ହେବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଯାହାକୁ ନେଇ ସେ ପରିଚାଳନା କମିଟି ଏବଂ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । ଆପଣଙ୍କ ଆଗରେ ଦୁଇ କିମ୍ବା ତିନୋଟି ସିରିଜ୍ ଅଛି । ଯିଏ ପ୍ରଦର୍ଶନ କରିବ ସେ ଦଳରେ ରହିବ । କିନ୍ତୁ ଯଦି କେହି ଆମକୁ ବିଶ୍ବକପ ଜିତାଇବାରେ ସାହାଯ୍ୟ କରିବ, ତେବେ ସେମାନଙ୍କୁ ଅଧିକ ସୁଯୋଗ ଦେବା ଉଚିତ୍ । ସୂର୍ଯ୍ୟଙ୍କୁ ଯେତେବେଳେ ବାଦ୍ ଦିଆଯାଇଥିଲା ସମାନ ପ୍ରଶ୍ନ ମଧ୍ୟ ଉଠାଇଥିଲି । ତାଙ୍କ ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତି ଠିକ୍ ଥିଲା କିନ୍ତୁ ଦଳରୁ ବାଦ୍ ଦେବା ନିଷ୍ପତ୍ତି ଭୁଲ୍ । ପ୍ରଥମେ ସୁଯୋଗ ଦେଇଥାନ୍ତ, ଯଦି ପ୍ରଦର୍ଶନ ଖରାପ କରିଥାନ୍ତେ ବାଦ୍ ଦେଇଥାନ୍ତ ।

ଏହାସହ ପଢ଼ନ୍ତୁ : Anvay Dravid: ୧୦ ଚୌକା-ଛକା...ରାହୁଲ ଦ୍ରାବିଡଙ୍କ ପୁଅ ଅନଭୟ ଖେଳିଲେ ବଡ଼ ଇନିଂସ, ଟିମ୍ ଇଣ୍ଡିଆକୁ ସମ୍ଭାଳିଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।