30 JULY 2026

Welcome!

Unlock your personalized experience.
Sign Up

ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର

Jul 28, 2026 - 19:42
ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଝାମ୍ପିନେଲା କୁମ୍ଭୀର

ଯାଜପୁର, ୨୮।୭ : ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଜଣେ ଯୁବକଙ୍କୁ ଝାମ୍ପିନେଲା କୁମ୍ଭୀର । ଯୁବକ ଜଣକ ହେଲେ ଯାଜପୁର ବ୍ଲକ ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତ ଠିଆର ଦେବିଲ ଗ୍ରାମର ହରିହର ଜେନା। ବରୁଆଁ ଅଗ୍ନିଶମ ବିଭାଗ ପହଞ୍ଚି ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି।

ଯାଜପୁର ବ୍ଲକ ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତ ଠିଆର ଦେବିଲ ଗ୍ରାମର ବନମାଳୀ ଜେନାଙ୍କ ପୁତ୍ର ହରିହର ଜେନା (୫୨) ଚାଷ କାର୍ଯ୍ୟ ସାରି ତାଙ୍କ ନାତି ଓ ସମ୍ପର୍କୀୟ ଭାଇଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଏକ କୁମ୍ଭୀର ହରିହର ( ରନ୍ଥା)ଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିଲା। ଖବର ପାଇ ବରୁଆଁ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି।ଖବର ଲେଖା ହେବା ପର୍ଯ୍ୟନ୍ତ ହରିହରଙ୍କର କୌଣସି ପତ୍ତା ମିଳି ନ ଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ସୂଚନା ଯୋଗ୍ୟ ଯେ କିଛିଦିନ ପୂର୍ବରୁ ହରିହରର ପତ୍ନୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି ।  ହରିହରର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।