କୋଚ୍ କ୍ୟାବିନକୁ ହନିମୁନ ପ୍ଲେସ୍ ବନାଇବାକୁ ଅନୁମତି ଦେଇ ଫସିଲେ ଟିଟିଇ; କାର୍ଯ୍ୟାନୁଷ୍ଠାନ ନେଲା ସାଉଥ୍ ସେଣ୍ଟ୍ରାଲ ରେଲୱେ
ନୂଆଦିଲ୍ଲୀ, ୦୯/୦୮: ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ଟ୍ରେନ୍ର ଏକ ହନିମୁନ୍ କୋଚ୍ର ଝଲକ୍ ଦେଖିବାକୁ ମିଳିଛି । ଟ୍ରେନ୍ର ଏହି ୧-ଏସି କ୍ୟାବିନ୍ର ଭିଡିଓକୁ ନେଇ ଅନେକ ପ୍ରଶ୍ନ ଉଠିଛି । କ୍ୟାବିନ୍କୁ ହନିମୁନ୍ ସୁଟ୍ ଭଳି ସଜାଯାଇଛି । କ୍ୟାବିନ୍କୁ ରଙ୍ଗୀନ୍ ବେଲୁନ୍, ଲେସ୍ ଓ ଗୋଲାପ ଫୁଲରେ ସଜାଯାଇଛି । ତଳେ ବିଭିନ୍ନ ପ୍ରକାର ଫୁଲ ବିଛାଯାଇଛି । ଛୋଟ ଛୋଟ ଲାଇଟ୍ ଲାଗିଛି । ଫୁଲତୋଡ଼ା ରଖାଯାଇଛି । ଏଥିସହ କାନ୍ଥରେ ‘ଆଇ ଲଭ୍ ୟୁ’ ଲେଖାଯାଇଛି । ଯାତ୍ରୀ ନିଜ ସାଥୀଙ୍କୁ ସରପ୍ରାଇଜ୍ ଦେବାକୁ ଏପରି କରିଥିଲେ । ସାଉଥ୍ ସେଣ୍ଟ୍ରାଲ ରେଲୱେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ।
ଏହି ଘଟଣା ନନ୍ଦୀଗ୍ରାମ ଏକ୍ସପ୍ରେସ୍ର ଟ୍ରେନ୍ ସଂଖ୍ୟା- ୧୧୦୦୨ର । ରେଳବାଇ ଅଧିକାରୀ କହିଛନ୍ତି, ଟ୍ରେନ୍ର ୧-ଏସି କ୍ୟାବିନ୍ରେ ଜଣେ ଦମ୍ପତି ଯାତ୍ରା କରୁଥିଲେ । ସେମାନେ ଯାତ୍ରା ପୂର୍ବରୁ ସଂରକ୍ଷିତ କ୍ୟାବିନ୍କୁ ସଜାଇବା ପାଇଁ ଜଣେ ଅନ୍ଲାଇନ୍ ଡେକୋରେଟର୍ଙ୍କୁ ଭଡ଼ାରେ ନେଇଥିଲେ । ବ୍ୟକ୍ତି ଜଣକ ରେଳବାଇ ଅଧିକାରୀଙ୍କ ଅନୁମତି ବିନା ଟ୍ରେନ୍ କୋଚ୍ରେ ପ୍ରବେଶ କରିଥିଲା । ରେଳବାଇ ଏହାକୁ ସୁରକ୍ଷାରେ ଗମ୍ଭୀର ଅବହେଳା ରୂପେ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟିଟିଇଙ୍କୁ ପଚରାଉଚରା କରୁଛି । ଯାଞ୍ଚ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।
ଅଧିକ ପଢନ୍ତୁ-୨୦୨୬ ତ କେବଳ ଟ୍ରେଲର୍, ୨୦୨୭ରେ ଆସୁଛି 'ସୁପର୍ ଏଲନିନୋ' ! ୟୁରୋପର ସ୍ଥିତି ଦେଖି ଭାରତକୁ ସତର୍କ କଲେ ବୈଜ୍ଞାନିକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।