28 JUNE 2026

Welcome!

Unlock your personalized experience.
Sign Up

କୋଳି ତୋଳିବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ

Jun 28, 2026 - 17:36
କୋଳି ତୋଳିବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ

ଉମରକୋଟ, ୨୮।୬ : କୋଳି ତୋଳିବାକୁ ଯାଇଥିଲେ, ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ। ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମା’ ଏବଂ ଝିଅ ହେଲେ ଦମୟନ୍ତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)।

ଦମୟନ୍ତୀ ଏବଂ ଚମ୍ପା ନିଜ ଜମିରେ ଥିବା କୁସୁମ ଗଛର କୋଳି ତୋଳିବାକୁ ଯାଇଥିଲେ। ହଠାତ ବର୍ଷା ସହିତ ବଜ୍ରପାତ ହୋଇଥିଲା l ବଜ୍ରପାତରେ ଦମୟନ୍ତୀ ଏବଂ ଚମ୍ପାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ଏବଂ ଗ୍ରାମବାସୀ ଘଟଣାସ୍ଥଳରେ ପହଂଚି ଥିଲେ। ମାଆ ଓ ଝିଅର ଏଭଳି ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଆହୁରି ପଢନ୍ତୁ : କମ୍ପାନୀ ଆଳରେ ଲୋକଙ୍କ ଠାରୁ ୫ କୋଟି ଟଙ୍କା ଠକେଇ, ଜଣେ ଗିରଫ