01 AUGUST 2026

Welcome!

Unlock your personalized experience.
Sign Up

କର୍ମଚାରୀ କହିଲେ ୫୦ହଜାର ଲାଞ୍ଚ ଲାଗିବ, ମନ୍ତ୍ରୀ ସଙ୍ଗେସଙ୍ଗେ କଲେ ସସପେଣ୍ଡ

Aug 01, 2026 - 17:13
କର୍ମଚାରୀ କହିଲେ ୫୦ହଜାର ଲାଞ୍ଚ ଲାଗିବ, ମନ୍ତ୍ରୀ ସଙ୍ଗେସଙ୍ଗେ କଲେ ସସପେଣ୍ଡ

ନୂଆଦିଲ୍ଲୀ,୧/୮ : ବିହାରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜନୈକ ଡାଟା ଅପରେଟର ଲାଞ୍ଚ ମାଗୁଥିବା ଅଭିଯୋଗରେ ସସପେଣ୍ଡ ହୋଇଛି । ନିଜେ ମନ୍ତ୍ରୀ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଶନିବାର ଯେତେବେଳେ ମନ୍ତ୍ରୀ ଲକ୍ଷେନ୍ଦ୍ର ପାସଓ୍ବାନ ଲାଞ୍ଚ ମାଗୁଥିବା କଥା ଶୁଣିଥିଲେ ତ ତୁରନ୍ତ ଫୋନ୍ ଲଗାଇଥିଲେ ଏବଂ ସସପେଣ୍ଡ କରିବାର ଆଦେଶ ଦେଇଥିଲେ । ୫୦ହଜାର ଟଙ୍କା ମାଗିଥିଲେ ଡାଟା ଅପରେଟର । ତୁରନ୍ତ ମନ୍ତ୍ରୀ ଆକ୍ସନ ନେଇ ପଦାଧିକାରୀଙ୍କୁ କହିଥିଲେ କି ତାଙ୍କୁ ଏକ ଘଣ୍ଟା ଭିତରେ ସସପେଣ୍ଡ କରନ୍ତୁ ।

ପୂରା ମାମଲା ସୀତାମଢୀର ସୋନବରସା ଥାନା ଅଞ୍ଚଳର ଅଟେ । ନିଜ ସମସ୍ୟାକୁ ନେଇ ଅଭିଯୋଗକାରୀ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗର ମନ୍ତ୍ରୀ ଲକ୍ଷେନ୍ଦ୍ର ପାସଓ୍ବାନଙ୍କ ପାଖରେ ପହଞ୍ଚିଥିଲେ । ତାଙ୍କ ତରଫରୁ ଅଭିଯୋଗ କରାଯାଇଥିଲା କି ଡାଟା ଅପରେଟର ଅନୁସୂଚିତ ଜାତି ଜନଜାତିର ଅନୁଦାନ ଲାଗି ଟଙ୍କା ମାଗୁଛନ୍ତି । ୫୦ହଜାର ଟଙ୍କା ଲାଞ୍ଚ ମାଗୁଛନ୍ତି ।

ଏହା ଶୁଣି ମନ୍ତ୍ରୀ ଅଭିଯୋଗକାରୀଙ୍କୁ କହିଥିଲେ କି ଟଙ୍କା ମାଗୁଥିବା ବ୍ୟକ୍ତିଙ୍କୁ ଫୋନ୍ ଲଗାଇବାକୁ । ମନ୍ତ୍ରୀ ନିଜେ ପାଖରେ ଥିଲେ । ଫୋନ୍ ଲଗାଇବା ପରେ ଡାଟା ଅପରେଟର ୫୦ହଜାରର ଡିମାଣ୍ଡ କରିଥିଲେ । ମନ୍ତ୍ରୀ ଆକ୍ସନ ନେଇଥିଲେ ଏବଂ ସସପେଣ୍ଡ କରିବା ଲାଗି କହିଦେଇଥିଲେ । ସମ୍ପୂର୍ଣ୍ଣ ମାମଲା ଉପରେ ମନ୍ତ୍ରୀଙ୍କୁ ପଚରାଗଲା ତ ସେ କହିଥିଲେ, ମୁଁ ଏହିଠାରେ ବସିଥିଲି । ସେହି ବ୍ୟକ୍ତି ମୋତେ ଅଭିଯୋଗ କରିଥିଲେ । ପରେ ଉକ୍ତ ଡାଟା ଅପରେଟରଙ୍କୁ ଫୋନ୍ କରାଯାଇଥିଲା ଯିଏ ସୀତାମଢୀର ସୋନବରସାରେ କାମ କରୁଛନ୍ତି । ସେ ଟଙ୍କା ଦାବି କରିଥିଲେ । ସଙ୍ଗେ ସଙ୍ଗେ ମୁଁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲି କି ଫୋନରେ ହିଁ ତୁରନ୍ତ ତାଙ୍କୁ ସସପେଣ୍ଡ କରନ୍ତୁ । ପୂରା ମାମଲାର ଯାଞ୍ଚ କରନ୍ତୁ । ମନ୍ତ୍ରୀ ଲକ୍ଷେନ୍ଦ୍ର ପାସଓ୍ବାନ କହିଛନ୍ତି କି ଚନ୍ଦନ ନାମକ ଡାଟା ଅପରେଟର ଅଟନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।