01 AUGUST 2026

Welcome!

Unlock your personalized experience.
Sign Up

Ramayana : ରଣବୀର କପୁରଙ୍କ ‘ରାମାୟଣ’ରେ ନଜର ଆସିବେ ଫିଲ୍ମ ‘ଆନିମଲ’ର ଏହି ଅଭିନେତା

Aug 01, 2026 - 16:31
Ramayana : ରଣବୀର କପୁରଙ୍କ ‘ରାମାୟଣ’ରେ ନଜର ଆସିବେ ଫିଲ୍ମ ‘ଆନିମଲ’ର ଏହି ଅଭିନେତା

ମୁମ୍ୱାଇ – ରଣବୀର କପୁରଙ୍କ ‘ରାମାୟଣ’ର ଟ୍ରେଲର ଦେଖିବା ପରେ ଅଡିୟାନ୍ସ ଏହି ଫିଲ୍ମର ରିଲିଜକୁ ଅପେକ୍ଷା କରିଛନ୍ତି। ପ୍ରଡ୍ୟୁସର ନମିତ ମଲହୋତ୍ରା ‘ରାମାୟଣ’ ନିର୍ମାଣ କରିବାରେ ନିଜର ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି। ଭିଏଫଏକ୍ସ ପାଇଁ ଲୋକଙ୍କୁ ବିଦେଶରୁ ଅଣାଯାଇଛି। କିନ୍ତୁ ଏହିସବୁ ପରେ ଏହି ଫିଲ୍ମର କାଷ୍ଟ ଲୋକଙ୍କ ଉପରେ ଛାପ ଛାଡ଼ିବା ନଜର ଆସୁଛି। ‘ରାୟାୟଣ’ରେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର ଜଣେ ଆକ୍ଟର ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି। ଏହି ଆକ୍ଟର ଆଉ କେହି ନୁହେଁ , ବରଂ ସୌରଭ ସଚଦେବ।

 

କିଛି ବର୍ଷ ପୂର୍ବେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ରିଲିଜ ହୋଇଥିଲା। ଫିଲ୍ମରେ ବବି ଦେଓଲଙ୍କ ଗୁଙ୍ଗା ଚରିତ୍ର ଅବରାର ସହ ଆବିଦ ନାମକ ଏକ ଚରିତ୍ର ନଜର ଆସି ଥିଲା। ଏହି ଚରିତ୍ର ଆକ୍ଟର ଓ ଆକ୍ଟିଂ ଶିଖାଉ ଥିବା କୋଚ ସୌରଭ ସଚଦେବ କରିଥିଲେ। ସେ ଅବରାରର ଭଏସ ସାଜି ଥିଲେ ଏବଂ ଶେଷ ଯାଏ ତାଙ୍କ ସହ ନଜର ଆସି ଥିଲେ।

 

ଏବେ ସୌରଭ , ରଣବୀର କପୁରଙ୍କ ‘ରାମାୟଣ’ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ଟ୍ରେଲରରେ ତାଙ୍କର ଏକ ଝଲକ ନଜର ଆସିଥିଲା। ରିପୋର୍ଟ ଅନୁସାରେ ସୌରଭ ‘ରାମାୟଣ’ରେ ‘ମାରିଚ’ ଚରିତ୍ର କରିଥିଲେ। ମାରିଚ ସେ ଥିଲା ଯିଏ ରାମଙ୍କ ବନବାସ ବେଳେ ହରିଣର ବେଷସରେ ଆସିଥିଲା। ମାରିଚର ଶିକରା କରିବା ପାଇଁ ରାମ ,ସୀତାଙ୍କୁ କୁଟିରରେ ଛାଡ଼ି ହରିଣର ଶିକାର କରିବାକୁ ଜଙ୍ଗଲକୁ ଯାଇ ଥିଲେ।

ଆହୁରି ମଧ୍ୟ ପଢନ୍ତୁ - ରଣବୀର କପୁରଙ୍କ ‘ରାମାୟଣ’ରେ ନଜର ଆସିବେ ସୌରଭ ରାଜ ଜୈନ ? ପ୍ରଶଂସକଙ୍କ ଥିଓରୀ ହେଉଛି ଭାଇରାଲ୍

‘ରାମାୟଣ’ର ମାରିଚର ଭୂମିକା ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଏ। ମାରିଚ ଏକ ମାୟାବୀ ରାକ୍ଷସ ଥିଲା। ତକଡା ପୁତ୍ର ମାରିଚ ସଂପର୍କରେ ରାବଣର ମାମୁଁ , ଜାଣିଶୁଣି ହରିଣର ବେଶ ଧାରଣ କରି ରାମଙ୍କୁ ସୀତାଙ୍କ ଠାରୁ ଦୂରକୁ ନେଇ ଯାଇଥିଲେ। ନିତେଶ ତିୱାରୀଙ୍କ ‘ରାମାୟଣ’ରେ ଏବେ ଏହି ଚରିତ୍ର ସୌରଭ ସଚଦେବ କରିବାର ନଜର ଆସିବେ।

 

‘ରାମାୟଣ’ର କାଷ୍ଟିଂକୁ ଖୁବ୍ ପସନ୍ଦ କରାଯାଉଛି। ଟ୍ରେଲର ଦେଖିବା ପରେ ସୋସିଆଲ ମିଡିଆରେ ରାବଣ ସାଜିଥିବା ୟଶଙ୍କର ଆଲୋଚନା ଖୁବ୍ ହେଉଛି। କହି ରଖୁଛୁ କି, ‘ରାମାୟଣ’ର ଟ୍ରେଲର ଦେଖିବା ପରେ ପାକିସ୍ତାନୀ ୟୁଟ୍ୟୁବର ମଧ୍ୟ ଏହାର ପ୍ରଶଂସା କରିଛନ୍ତି। ଉକ୍ତ ଫିଲ୍ମକୁ ଦୁଇଟି ଭାଗରେ ତିଆରି କରାଯାଉଛି। ପ୍ରଥମ ଭାଗ ଚଳିତ ବର୍ଷ ଦୀପାବଳିରେ ରିଲିଜ ହେବାର ସୂଚନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।