ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ବର ୩।୮: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଡ଼ା ସୁରକ୍ଷା ବଳୟରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ବିମାନ ବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ପ୍ରମୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଭୁବନେଶ୍ବରରେ ପହଞ୍ଚିବା ପରେ ଲୋକଭବନ ଯାଇଥିଲେ ରାଷ୍ଟ୍ରପତି । ସେଠାରୁ ସଡ଼କ ଯୋଗେ ରାଷ୍ଟ୍ରପତି କଟକ ବାଆଁରା ଅଭିମୁଖେ ବାହାରିଥିଲେ । ସେଠାରେ ଜଗତଗୁରୁ କୃପାଳୁଜୀ ବିଶ୍ୱବିଦ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ।
ମଙ୍ଗଳବାର ସକାଳ ୯ଟାରେ ରାଷ୍ଟ୍ରପତି ସ୍ବତନ୍ତ୍ର ଟ୍ରେଟ୍ ଯୋଗେ ଭୁବନେଶ୍ବରରୁ ବ୍ରହ୍ମପୁର ଯିବେ । ସେଠାରୁ ସଡ଼କ ପଥରେ ଯିବେ ତପ୍ତପାଣି । ଯେଉଁଠାରେ ମା’ କନ୍ଧୁଣୀ ଦେବୀଙ୍କୁ ଦର୍ଶନ କରିବେ । ମା’ଙ୍କ ଦର୍ଶନ ପରେ ରାଷ୍ଟ୍ରପତି ବ୍ରହ୍ମପୁର ଫେରି ଗୋଳନ୍ଥରା ଆର୍ମିଏଡି କଲେଜରେ ରାତ୍ରିଯାପନ କରିବେ । ବୁଧବାର ସକାଳେ ସ୍ବତନ୍ତ୍ର ଟ୍ରେନ ଯୋଗେଁ ରାଷ୍ଟ୍ରପତି ଭୁବନେଶ୍ବର ଫେରିବା ପରେ ସେଠାରୁ ଦିଲ୍ଲୀ ଫେରିଯିବେ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।