ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ରସାଳପୁର ଶାଖାରୁ ଡକାୟତି ଘଟଣା : ୩ ଗିରଫ
ବାଲେଶ୍ବର, ୩।୮ : ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ରସାଳପୁର ଶାଖା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରୁ ହୋଇଥିବା ବନ୍ଧୁକ ଦେଖାଇ ସଶସ୍ତ୍ର ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ ସଦର ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହ ଅନ୍ୟମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ବାପି ମୋଲ୍ଲା, ସ୍ଥାନୀୟ ସହଯୋଗୀ ଜୋହାନ ଅଲ୍ଲୀ ମୋଲ୍ଲା ଓ ରେକି କରିଥିବା ସତ୍ୟବାନ ରାଣା।
ଗତ ଜୁଲାଇ ୧୪ ତାରିଖ ଅପରାହ୍ନ ସମୟରେ ୨ଟି ବାଇକ୍ରେ ୫ ଜଣ ସଶସ୍ତ୍ର ଡକାୟତ ରସାଳପୁର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଭିତରେ ପଶିଥିଲେ। ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଆତଙ୍କିତ କରିବା ସହ ବ୍ରାଞ୍ଚ ମ୍ୟାନେଜର ରାଜୀବ ବେହେରାଙ୍କୁ ମାଡ଼ ମାରି ଷ୍ଟ୍ରଙ୍ଗ୍ ରୁମ୍ ଖୋଲିବାକୁ ବାଧ୍ୟ କରିଥିଲେ। ସେହି ସମୟରେ ମ୍ୟାନେଜର ଚାଲାକିର ସହ ସିକ୍ୟୁରିଟି ଆଲାରାମ୍ ବଜାଇ ଦେଇଥିଲେ। ତେବେ ଏହି ଘଟଣାରେ ପଶ୍ଚିମବଙ୍ଗରୁ ମୁଖ୍ୟ ଅଭିଯୁକ୍ତ ବାପି ମୋଲ୍ଲା ସହ ସ୍ଥାନୀୟ ସହଯୋଗୀ ଜୋହାନ ଅଲ୍ଲୀ ମୋଲ୍ଲା ଓ ରେକି କରିଥିବା ସତ୍ୟବାନ ରାଣାକୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ନଗଦ ୭,୫୦୦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ୱେୟାର କଟର ଜବତ୍ ହୋଇଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ଆହୁରି ପଢନ୍ତୁ : ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।