30 JUNE 2026

Welcome!

Unlock your personalized experience.
Sign Up

‘ଆମେ ଏବେ ଜାମିନ୍ ଦେଇପାରିବୁନି,ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ଝଟକା

Jun 30, 2026 - 14:29
‘ଆମେ ଏବେ  ଜାମିନ୍ ଦେଇପାରିବୁନି,ଆଶାରାମଙ୍କୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,୩୦।୬; ସୁପ୍ରିମକୋର୍ଟରେ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ମଙ୍ଗଳବାର ଲାଗିଛି ବଡ଼ ଝଟକା। କୋର୍ଟ ତାଙ୍କୁ ତୁରନ୍ତ ଜାମିନ୍ ଦେବାକୁ ମନା କରିଦେଇଛନ୍ତି। ଏହା ସହ କହିଛନ୍ତି, ବେଲ୍‌ର ଆବଶ୍ୟକତାକୁ ନେଇ ଅନ୍ୟ ଦିଗ ଉପରେ ମଧ୍ୟ ଚର୍ଚ୍ଚା ହେବ। ଆମେ ପ୍ରଥମେ ରାଜସ୍ଥାନ ସରକାରଙ୍କ ପକ୍ଷ ଶୁଣିବୁ। ସୁପ୍ରିମକୋର୍ଟ ରାଜସ୍ଥାନ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଆଶାରାମଙ୍କର ଏକ ପ୍ରଭାବଶାଳୀ ପଦବୀ ଅଛି, ତାଙ୍କ ଜାମିନ ଆବେଦନର ଶୁଣାଣି କରିବା ସମୟରେ ଆମକୁ ଏହା ବିଚାର କରିବାକୁ ପଡିବ।

ଆଶାରାମଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ଏମ୍ଏମ୍ ସୁନ୍ଦରେଶ ଏବଂ ଶୀଳ ନାଗୁଙ୍କ ଖଣ୍ଡପୀଠ ତାଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବାକୁ ମନା କରିଦେଇଥିଲେ। ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ଯେ ଆବେଦନକାରୀଙ୍କୁ ଜେଲରେ ଚିକିତ୍ସା ସେବା ଜାରି ରଖିବାକୁ। କୋର୍ଟ କହିଛନ୍ତି ଯେ ଯଦି ତାଙ୍କର ସ୍ୱାସ୍ଥ୍ୟଗତ ସ୍ଥିତି ଗମ୍ଭୀର ଥାଏ ତେବେ କେବଳ ଜାମିନ ଉପରେ ବିଚାର କରାଯିବ।

୨୦୧୩ ରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆଶାରାମଙ୍କ ଦ୍ବାରା ଦାଖଲ ଆବେଦନ ଉପରେ ରାଜସ୍ଥାନ ସରକାରଙ୍କୁ ମଙ୍ଗଳବାର ଜବାବ୍ ମାଗିଛି। ଖଣ୍ଡପୀଠ ରାଜସ୍ତାନ ସରକାରଙ୍କୁ ନୋଟିସ୍ ଜାରି କରି ଦୁଇ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି। । ଆସାରାମ ଏହି ମାମଲାରେ ଏବେ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି। ସେ ଏବେ ରାଜସ୍ଥାନ ହାଇକୋର୍ଟଙ୍କ ଆଜୀବନ ଦଣ୍ଡାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ। ଖଣ୍ଡପୀଠ ମୌଖିକ ଭାବରେ କହିଛନ୍ତି, ଆମେ ଏବେ ଜାମିନ୍ ଦେଉ ନାହୁଁ। ରାଜ୍ୟ ସରକାରଙ୍କ ଦଲିଲ ଶୁଣିବା ପରେ ହିଁ ଏହି କଥା ଉପରେ ବିଚାର କରିବୁ ଯେ କ’ଣ ଜାମିନ ଦେବାରେ କୌଣସି ଗମ୍ଭୀର ଆବଶ୍ୟକତା ରହିଛି କି, ଯେପରିକି ଏଭଳି ସ୍ଥିତି ଯେଉଁଥିରେ ତାଙ୍କ ଜୀବନ ପ୍ରତି ବିପଦ ରହିଥାଏ।

ଆଶାରାମଙ୍କ ଓକିଲ ଡିଏସ୍ ନାଇଡୁ କହିଛନ୍ତି, ବହୁବାର ଲର୍ଡସିପ୍ ଏହି କେସ୍ର ଶୁଣାଣି କରିସାରିଛନ୍ତି। ଏବେ ସେ ୯୦ ବର୍ଷର ଓ ତାଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି। ତାଙ୍କର ଆର୍ୟୁବେଦିକ ହସ୍ପିଟାଲାରେ ଚିକିତ୍ସା ଚାଲିଛି। କୋର୍ଟଙ୍କ ନିକଟରେ ଏକମାତ୍ର ଆଶା ରହିଛି, କାରଣ ଏବେ ସୋସିଆଲ ମିଡିଆ ଦୋଷୀ ସାବ୍ୟସ୍ତ କରୁଛି। ସେପଟେ ସରକାରୀ ଓକିଲ ଅନ୍ତରୀଣ ଆଶ୍ବସ୍ତିକୁ ବିରୋଧ କରିଛନ୍ତି ଏବଂ କହିଚନ୍ତି ଏହି ମାମଲାରେ ଜଣେ ନାବାଳିକା ଅଛି। ଯେତେବେଳେ ଦରକାର ପଡୁଛି ସେତେବେଳେ ଆଶାରାମଙ୍କୁ ଚିକିତ୍ସା ପାଇ ହସ୍ପିଟାଲ ନିଆଯାଉଛି। ତାଙ୍କୁ ଜାମିନ୍ ଦେବାର ଆବଶ୍ୟକତା ନାହିଁ।