01 AUGUST 2026

Welcome!

Unlock your personalized experience.
Sign Up

ଅଧା ହୋଇଗଲା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି, ନେଟଓ୍ବର୍ଥରେ ୬୦୦ ବିଲିୟନ ଡଲାର ହ୍ରାସ

Aug 01, 2026 - 21:07
ଅଧା ହୋଇଗଲା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି, ନେଟଓ୍ବର୍ଥରେ ୬୦୦ ବିଲିୟନ ଡଲାର ହ୍ରାସ

ନୂଆଦିଲ୍ଲୀ,୧।୮: ଦୁନିଆର ଏକମାତ୍ର ଖରବପତି ଏଲନ୍ ମସ୍କଙ୍କ ସମ୍ପତ୍ତିରେ ରେକର୍ଡ ସଂଖ୍ୟକ ହ୍ରାସ। ଏହି ହ୍ରାସର କାରଣ ହେଉଛି ଏଲନ୍ ମସ୍କଙ୍କ ନେଟଓ୍ବର୍ଥ ଏବେ ଅଧା ହୋଇଯାଇଛି। ବ୍ଳୁମବର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁସାରେ, ଗତ ମାସ କିଛି ସମୟ ପାଇଁ ଟ୍ରିଲିୟନ ଡଲାରଠାରୁ ଅଧିକ ସମ୍ପତ୍ତି ଥିବା ବିଶ୍ବର ପ୍ରଥମ ବ୍ୟକ୍ତି ହୋଇଥିବା ଏଲନ ମସ୍କଙ୍କ ନେଟଓ୍ବର୍ଥ ପ୍ରାୟ ଅଧା ହୋଇଯାଇଛି। ତାଙ୍କର ନେଟଓ୍ବର୍ଥ ପ୍ରାୟ ୬୦୦ ବିଲିୟନ ଡଲାର ହ୍ରାସ ପାଇ ଏବେ ୬୮୪ ବିଲିୟନ ଡଲାର ରହିଛି।

ଏଲନ୍ ମସ୍କଙ୍କ ସମ୍ପତ୍ତିରେ ଏତେ ପରିମାଣର ହ୍ରାସ ତାଙ୍କ କମ୍ପାନୀ ସ୍ପେସ୍ ଏକ୍ସର ସେୟାର କ୍ରାସ୍ ହେବାର କାରଣ ରହିଛି। ଏହାଛଡା ଟେସଲାର ଦୁର୍ବଳ ତ୍ରୟମାସିକ ଫଳାଫଳର ମଧ୍ୟ ପ୍ରଭାବ ରହିଛି। ସ୍ପେସ୍ ଏକ୍ସର ସେୟାର କମ୍ପାନୀର ବଡ ମାର୍କେଟ ଡେବ୍ୟୁ ପରେ ନିଜର ପିକ୍ଠାରୁ ୪୬% ହ୍ରାସ ପାଇଛି। ୧୬ ଜୁନ୍‌ ମସ୍କଙ୍କ ସମ୍ପତ୍ତି ପ୍ରାୟ ୧.୩୩ ଟ୍ରିଲିୟନ ଡଲାର ପିକ୍‌ରେ ଥିଲା। ଏହା ହେଉଛି ସେହି ସମୟ ଯେତେବେଳେ ସ୍ପେସ୍ଏକ୍ସର ସେୟାର ୨୦୨ ବିଲିୟନ ଡଲାର ପ୍ରତି ସେୟାରରେ ଏପର୍ଯ୍ୟନ୍ତ ପ୍ରାୟ ୪୬% ହ୍ରାସ ପାଇ ୧୦୮.୩୭ ଡଲାର ପ୍ରତି ସେୟାରରେ ଆସିଯାଇଛି। ସବୁଠାରୁ ବଡ କଥା ହେଲା ୬୦୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତିର ଏହି କ୍ଷତି ଏଲନ୍ ମସ୍କଙ୍କୁ ଛାଡି ବିଶ୍ବର ଅନ୍ୟ ଆରବପତିଙ୍କ ମୋଟ ସମ୍ପତ୍ତିଠାରୁ ଖୁବ୍ ଅଧିକ। ମସ୍କଙ୍କ କ୍ଷତି ଭାରତର ଟପ୍ ୨ ବିଲେନିୟର୍ସଙ୍କ ମୋଟ ସମ୍ପତ୍ତିଠାରୁ ତିନିଗୁଣା ଅଧିକ।

ଭାରତର ଟପ୍ ଦୁଇ ଅରବପତିଙ୍କ ସମ୍ପତ୍ତି

ଗୌତମ ଆଦାମୀ: ୧୧୨ ବିଲିୟନ ଡଲାର

ମୁକୋ ଅମ୍ବାନୀ : ପ୍ରାୟ ୮୭ ବିଲିୟନ ଡଲାର

ଆଇପିଓରୁ ସେନସେକ୍ସ ୭୫ ବିଲିୟନ ଡଲାର

ଇତିହାସର ସବୁଠାରୁ ବଡ ଆଇପିଓ ରୁ ସେନସେକ୍ସ ୭୫ ବିଲିୟନ ଡଲାର ଏକାଠି କରିଥିଲେ। ଏହାପରେ ସ୍ପେସ୍ ଏକ୍ସ ଜୁନରେ ୧୫୦ ଡଲାର ପ୍ରତି ସେୟାରରେ ଟ୍ରେଡିଂ ଆରମ୍ଭ କରିଥିଲା। ଯାହାକି ଏହାର ୧୩୫ ଡଲାର ଆଇପିଓ ପ୍ରାଇସଠାରୁ ୧୧% ଅଧିକ ଥିଲା। ଲିଷ୍ଟିଂ ପରେ କମ୍ପାନୀର ସେୟାରରେ କେବଳ ତିନି ସେସନ୍ରେ ୫୦%ରୁ ଅଧିକ ଜବରଦସ୍ତ ଗ୍ରୋଥ ଆସିଥିଲା। ସେବେଠାରୁ ଏଲନ୍ ମସ୍କଙ୍କ କମ୍ପାନୀର ସେୟାର ପ୍ରାୟ ୪୬% ହ୍ରାସ ପାଇ ୧୦୮.୩୭ ଡଲାର ପ୍ରତି ସେୟାରର ରେକର୍ଡ ନିମ୍ନ ସ୍ତରରେ ପହଁଞ୍ଚି ଯାଇଛି। ବିଶ୍ଲେଷକଙ୍କ ମତରେ ଆଗାମୀ ଦିନରେ ସ୍ପେସ୍ଏକ୍ସର ସେୟାର ଉପରେ ଆହୁରି ଚାପ ପଡିପାରେ। କାରଣ ଏହି ମାସ ୯୧.୧୫ କୋଟି ସେୟାର ଲକ୍-ଇନ୍ ଅବଧି ଶେଷ ହେବାପରେ କାରବାର ପାଇଁ ଉପଲବ୍ଧ ହୋଇଯିବ। ଏହାଦ୍ବାରା ସେୟାର ବଜାରରେ ସେୟାର ବଢିବା ଓ ଦାମ୍ ଉପରେ ଅତିରିକ୍ତ ଚାପ ପଡିବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।